ଖରିଫ ଧାନ ଫସଲ ଖାଇଗଲେ ଚକଡ଼ା ପୋକ

ଡେଲାଙ୍ଗ,୧୧ା୧୧(ଡି.ଏନ୍‌.ଏ.): ଫସଲରେ ଚକଡା ପୋକ ଯୋଗୁ ଏବେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ପରିବାର ପ୍ରତିପୋଷଣ କରିବା ପାଇଁ ଧାର କରଜ କରି ଧାନ ଫସଲ କରିଥିବା ଚାଷୀ ଏବେ ଚକଡା ପୋକ ଯୋଗୁ ହିନସ୍ତା ଭୋଗୁଛନ୍ତି। ଧାନ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବାକୁ ଚାଷୀ କୀଟନାଶକ ବ୍ୟବହାର କରୁଥିଲେ ମଧ୍ୟ ପୋକ ଥମିବାର ନା ନେଉନି। କ୍ଷେତରେ ଧାନଗଛ ମୂଳ ଶଢିଯିବା ସହିତ ଅରାଏ ଅରାଏ ଚକଡା ଆକୃତିର ଧାନଗଛ ଜଳି ମରିଯାଉଛି।
ସୂଚନା ଅନୁଯାୟୀ, ଗୁଆଳିପଡା ପଞ୍ଚାୟତ ହୁମର ଗ୍ରାମରେ ଚକଡା ପୋକ ଖାଇ ଧାନ ଫସଲ ନଷ୍ଟ କରିଥିବା ଖବର ମିଳିଥିଲା। ସ୍ଥାନୀୟ ଚାଷୀମାନେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି। ଖବରପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଧାନକ୍ଷେତ ପରିଦର୍ଶନ କରିଥିଲେ। ହୁମର ମୌଜା ଓ ସନ୍ନିକଟ ପୋଷଲ ମୌଜାରେ ଅନେକ ଚାଷୀଙ୍କ ଧାନ କ୍ଷେତକୁ ଚକଡା ପୋକ ଅକ୍ତିଆର କରିଥିବା ଦେଖିବାକୁ ମିଳିଥିଲା। ହୁମର ମୌଜାର ଦୀପେଇ ଜେନା, କାଳନ୍ଦୀ ଚରଣ ଜେନା, ବାସନ୍ତୀ ଜେନା, ରଘୁଆ ବେହେରା, ଅଜୟ ପରିଡା, ମହିଆ ଜେନା, ଗୋବିନ୍ଦ ବେହେରା, ଭାଗବତ ନାୟକ ପ୍ରମୁଖଙ୍କ ଧାନଜମି ଚକଡା ପୋକ ଖାଇ ନଷ୍ଟ ହୋଇଯାଇଛି। ଖରିଫ ଧାନ ଫସଲ ପାଇଁ ଚାଷୀ କୃଷି ବିଭାଗଠାରୁ ପୂଜା, ନାଲି ମସୁରୀ ୨୫ କେଜିକୁ ୫୫୦ ଟଙ୍କା ଦେଇ କିଣିଥିଲେ। କିନ୍ତୁ ଏବେ ଚକଡା ଫସଲ ଉଜାଡ଼ି ଦେଇଥିବା ଚାଷୀ ସୁମନ୍ତ ପରିଡ଼ା କହିଛନ୍ତି। ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ ଔଷଧ ଦୋକାନୀଙ୍କଠାରୁ ପରାମର୍ଶ ନେଇ ନୁଭାନ, ୟୁନିମେଟ୍ରୋ ସହିତ ଆହୁରି ଅନ୍ୟ ମେଡିସିନ ପକାଇଥିଲେ। ହେଲେ ପୋକ ଦାଉରୁ ନିସ୍ତାର ମିଳି ନ ଥିଲା। ସାଧାରଣତଃ ରୋଗ, ପୋକ ଓ ସାର ବ୍ୟବହାର ପାଇଁ କୃଷି ପରାମର୍ଶଦାତା ଚାଷୀଙ୍କୁ ସଚେତନ କରିବା କଥା, ହେଲେ କୃଷି ପରାମର୍ଶଦାତା ଚାଷୀଙ୍କ ନିକଟରେ ପହଞ୍ଚି ପାରି ନ ଥିବାବେଳେ ଚାଷୀମାନେ ପରାମର୍ଶଦାତାଙ୍କୁ ଚିହ୍ନି ନ ଥିବା ଅଭିଯୋଗ କରିଛନ୍ତି। ଯଥାଶୀଘ୍ର କୃଷି ବିଭାଗ ଚାଷୀଙ୍କ ନିକଟରେ ପହଞ୍ଚି ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?