ବାଟ ହୁଡ଼ିପାରେ ଖରିଫ ଚାଷ

ଖୋର୍ଦ୍ଧା ଅଫିସ, ୩।୮ଖୋର୍ଦ୍ଧା ଜିଲାରେ ପ୍ରାୟ ଦୁଇମାସ ହେଲା ବର୍ଷା ନାହିଁ। ଚାଷଜମି ଫାଟି ଆଁ କଲାଣି। ଏଥର ଖରିଫ ଚାଷ ବାଟ ହୁଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ ପହିଲାରୁ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍‌ ପରିମାଣର ବର୍ଷା ହୋଇଛି। ଏହି ସମୟରେ ଖୋର୍ଦ୍ଧା ଜିଲାରେ ୪୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ପରିବେଶବିତ୍‌ ଧନେଶ୍ୱର ବିଧାର କହିଛନ୍ତି, ଯଦି ସପ୍ତାହକ ମଧ୍ୟରେ ବର୍ଷା ନ ହୁଏ ତାହାହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏପରି କି ଖରିଫ ଧାନ ଚାଷ ଲକ୍ଷ୍ୟ ଧାର୍ଯ୍ୟ ବାଟବଣା ହୋଇପାରେ। ତେବେ ଲଘୁଚାପ ବର୍ଷା ସମ୍ଭାବନା ଚାଷୀଙ୍କ ମନରେ ଆଶା ଆଣିଛି। ଅନ୍ୟପକ୍ଷରେ କରୋନା ଲକ୍‌ଡାଉନ ବେଳେ ପରିବା ଚାଷୀମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିଲେ। ହାଟ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ପନିପରିବା ବିକ୍ରି ହୋଇ ନ ପାରି ବିଲରେ ପଚି ଶଢିଥିଲା। ଏବେ ପୁଣି ଧାରକରଜ କରି ଧାନଚାଷ କରିଥିବା ଲୋକଙ୍କୁ ପରିବାର ଚଳାଇବା ଓ ଋଣ ଶୁଝିବା ଚିନ୍ତା ଘାରିଲାଣି। ଏଭଳି ସମୟରେ ରାଜ୍ୟ ସରକାର କାଳିଆ ଟଙ୍କା ଫେରସ୍ତ ଲାଗି ନୋଟିସ ଜାରିି କରିବାକୁ ଭାଜପା ନେତା ନିକୁଞ୍ଜ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଚାଷୀଙ୍କ ବିକାଶ ଲାଗି କହୁଥିବା ସରକାର ଏବେ ଚାଷୀଙ୍କଠାରୁ ମୁହଁ ଫେରାଇ ନେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଖୋର୍ଦ୍ଧା ଜିଲାରେ ଖରିଫ ଚାଷ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ଏ ନେଇ ଜିଲା କୃଷି ଅଧିକାରୀ ଭାସ୍କର ବାରିକ କହିଛନ୍ତି, ଖରିଫ ଧାନ ଚାଷ ଲାଗି ଠିକ୍‌ ସମୟରେ ବିହନ, ସାର, କୀଟନାଶକ ଆଦି ଚାଷୀଙ୍କୁ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ଯୋଜନା ରହିଛି। ପ୍ରାକୃତିକ ଦୁର୍ବିପାକ ସମୟରେ ଫସଲ କ୍ଷତି ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ରେ ଜିଲାରେ ୬୭ହଜାର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଯୋଜନା ରହିଛି। ଚଳିତବର୍ଷ ଜିଲାରେ ୨୩୦ ହେକ୍ଟର ଜମିରେ ଧନିଚା ଏବଂ ରାଜ୍ୟ ଯୋଜନାରେ ୬ଶହ ହେକ୍ଟର ଜମିରେ ଧାଡ଼ିରୁଆ ଧାନଚାଷ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୨୦-୨୧ ବର୍ଷରେ ୪୦ ପ୍ରତିଶତ ହେକ୍ଟର ଜମିରେ ମିଶ୍ରିତ ଚାଷ ଏବଂ ୪୨.୨୭ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଅମଳ ଯୋଜନା ରହିଛି। ଏଥିଲାଗି ଜଳନିଧି ଓ ସୌର ପ୍ରକଳ୍ପ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri