ବାଟ ହୁଡ଼ିପାରେ ଖରିଫ ଚାଷ

ଖୋର୍ଦ୍ଧା ଅଫିସ, ୩।୮ଖୋର୍ଦ୍ଧା ଜିଲାରେ ପ୍ରାୟ ଦୁଇମାସ ହେଲା ବର୍ଷା ନାହିଁ। ଚାଷଜମି ଫାଟି ଆଁ କଲାଣି। ଏଥର ଖରିଫ ଚାଷ ବାଟ ହୁଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ ପହିଲାରୁ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍‌ ପରିମାଣର ବର୍ଷା ହୋଇଛି। ଏହି ସମୟରେ ଖୋର୍ଦ୍ଧା ଜିଲାରେ ୪୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ପରିବେଶବିତ୍‌ ଧନେଶ୍ୱର ବିଧାର କହିଛନ୍ତି, ଯଦି ସପ୍ତାହକ ମଧ୍ୟରେ ବର୍ଷା ନ ହୁଏ ତାହାହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏପରି କି ଖରିଫ ଧାନ ଚାଷ ଲକ୍ଷ୍ୟ ଧାର୍ଯ୍ୟ ବାଟବଣା ହୋଇପାରେ। ତେବେ ଲଘୁଚାପ ବର୍ଷା ସମ୍ଭାବନା ଚାଷୀଙ୍କ ମନରେ ଆଶା ଆଣିଛି। ଅନ୍ୟପକ୍ଷରେ କରୋନା ଲକ୍‌ଡାଉନ ବେଳେ ପରିବା ଚାଷୀମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିଲେ। ହାଟ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ପନିପରିବା ବିକ୍ରି ହୋଇ ନ ପାରି ବିଲରେ ପଚି ଶଢିଥିଲା। ଏବେ ପୁଣି ଧାରକରଜ କରି ଧାନଚାଷ କରିଥିବା ଲୋକଙ୍କୁ ପରିବାର ଚଳାଇବା ଓ ଋଣ ଶୁଝିବା ଚିନ୍ତା ଘାରିଲାଣି। ଏଭଳି ସମୟରେ ରାଜ୍ୟ ସରକାର କାଳିଆ ଟଙ୍କା ଫେରସ୍ତ ଲାଗି ନୋଟିସ ଜାରିି କରିବାକୁ ଭାଜପା ନେତା ନିକୁଞ୍ଜ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଚାଷୀଙ୍କ ବିକାଶ ଲାଗି କହୁଥିବା ସରକାର ଏବେ ଚାଷୀଙ୍କଠାରୁ ମୁହଁ ଫେରାଇ ନେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଖୋର୍ଦ୍ଧା ଜିଲାରେ ଖରିଫ ଚାଷ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ଏ ନେଇ ଜିଲା କୃଷି ଅଧିକାରୀ ଭାସ୍କର ବାରିକ କହିଛନ୍ତି, ଖରିଫ ଧାନ ଚାଷ ଲାଗି ଠିକ୍‌ ସମୟରେ ବିହନ, ସାର, କୀଟନାଶକ ଆଦି ଚାଷୀଙ୍କୁ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ଯୋଜନା ରହିଛି। ପ୍ରାକୃତିକ ଦୁର୍ବିପାକ ସମୟରେ ଫସଲ କ୍ଷତି ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ରେ ଜିଲାରେ ୬୭ହଜାର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଯୋଜନା ରହିଛି। ଚଳିତବର୍ଷ ଜିଲାରେ ୨୩୦ ହେକ୍ଟର ଜମିରେ ଧନିଚା ଏବଂ ରାଜ୍ୟ ଯୋଜନାରେ ୬ଶହ ହେକ୍ଟର ଜମିରେ ଧାଡ଼ିରୁଆ ଧାନଚାଷ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୨୦-୨୧ ବର୍ଷରେ ୪୦ ପ୍ରତିଶତ ହେକ୍ଟର ଜମିରେ ମିଶ୍ରିତ ଚାଷ ଏବଂ ୪୨.୨୭ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଅମଳ ଯୋଜନା ରହିଛି। ଏଥିଲାଗି ଜଳନିଧି ଓ ସୌର ପ୍ରକଳ୍ପ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri