ଖପୁରିଆ ଆଇଟିଆଇରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଇନୋଭେଶନ ସେଣ୍ଟର

କଟକ ଅଫିସ, ୨୨ା୧୦: ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ପ୍ରତିଷ୍ଠା ହେବ ଫିଜିକାଲ ଏବଂ ଭର୍ଚ୍ଚୁଆଲ ଅତ୍ୟାଧୁନିକ ଇନୋଭେସନ ସେଣ୍ଟର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ବିଭିନ୍ନ ଯନ୍ତ୍ରପାତି ଉପରେ ଛାତ୍ରୀଛାତ୍ରମାନେ ଶିକ୍ଷାଲାଭ କରିପାରିବେ। ଏ ନେଇ ଗୁରୁବାର ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ହାଇଦ୍ରାବାଦର ଏଜଏଫଏକ୍ସ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଶିଳ୍ପର ଆବଶ୍ୟକତା ପୂରଣ ସହ ଛାତ୍ରୀଛାତ୍ରମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେବ। ଶିଳ୍ପ ସହ ଜଡିତ ଅତ୍ୟାବଶ୍ୟକ ଜ୍ଞାନକୌଶଳ ଉପରେ ଛାତ୍ରୀଛାତ୍ର ଶିକ୍ଷା ପାଇପାରିବେ ବୋଲି ଖପୁରିଆ ଆଇଟିଆଇର ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି କହିଛନ୍ତି। ବୁଝାମଣା ପତ୍ର ସ୍ବାକ୍ଷର ସମୟରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଜି. ରଘୁ, ଅତିରିକ୍ତ ନିର୍ଦ୍ଦେଶକ ଏ. କେ. ପଣ୍ଡା, ଏଜଏଫଏକ୍ସ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ର ସିଇଓ କାମିନୀ ଗୁପ୍ତା ଓ ତରୁଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।