ଖଦିକୁ ଆହୁରି ଲୋକାଭିମୁଖୀ କରିବା ଆବଶ୍ୟକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଖଦିକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଶିଳ୍ପଗୁଡ଼ିକରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ ସାମିଲ କରିପାରିଲେ ସେମାନେ ସ୍ବାବଲମ୍ବୀ ହେବା ସହ ଖଦିର ଉନ୍ନତି ହୋଇପାରିବ ବୋଲି ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମଙ୍ଗଳବାର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ‘ଓଡ଼ିଶା ଖଦି ମେଳା ୨୦୨୩’କୁ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ, ବୋର୍ଡ ପରିସରରେ ଏକ ବହୁତଳ ବିଶିଷ୍ଟ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଖଦି ବୋର୍ଡକୁ ୫ ମହଲା ମିଳିବାର ବ୍ୟବସ୍ଥା ରହିଛି ବୋଲି ବିଧାୟକ ଜେନା ସୂଚନା ଦେଇଛନ୍ତି। ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭାପତିତ୍ୱ କରି ବୋର୍ଡ ପରିସରରେ ହେବାକୁ ଥିବା ଉତ୍କଳ ଖଦି ଭବନ ନିମନ୍ତେ ସରକାରୀ ସ୍ବୀକୃତିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଡ. ଦେବେନ୍ଦ୍ର କୁମାର ମାନସିଂହ, ଅଜୟ ନାୟକ, ସମୀର ସାମନ୍ତରାୟ, ସଦାଶିବ ଜେନା, ସଞ୍ଜୟ କୁମାର ମିଶ୍ର ଓ ଚନ୍ଦ୍ରହାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଚିବ ସୁଦାମ ଚରଣ ମଣ୍ଡଳ ଧନ୍ୟବାଦ ଦେଇଥିବାବେଳେ ଡ. ଶ୍ରୀନିବାସ ଘଟୁଆରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଚଳିତବର୍ଷ ମେଳାରେ ୬୫ଟି ଷ୍ଟଲ୍‌ ରହିଥିବାଳେ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଖଦିରେ ପ୍ରସ୍ତୁତ ବିଭିନ୍ନ ବସ୍ତ୍ର ଓ ସାମଗ୍ରୀ ବିକ୍ରି କରୁଛନ୍ତି। କଟନ୍‌, ସିଲ୍କ ଓ ମସଲିନ୍‌ ଶାଢି ସହ ଜିଲା ସ୍ତରରୁ ଗ୍ରାମୋଦ୍ୟୋଗ ସମ୍ଭାର ଦେଖିବାକୁ ମିଳୁଛି। ଏଥିସହ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା, ପେଡ଼ା, ସୋରିଷ ତେଲ, ମହୁ, କନ୍ଧମାଳ ହଳଦୀ, ମସଲା, ଆଚାର, ଧୂପକାଠି, ଚାନ୍ଦୁଆ, ଶାଢ଼ି, ଗାମୁଛା, ପଞ୍ଜାବି, ଶାର୍ଟ ଆଦି ସାମଗ୍ରୀ ଉପଲବ୍ଧ ହେଉଛି। ଆଉ କେତେକ ଷ୍ଟଲ୍‌ରେ ଅରଟ ଓ ମେଶିନରେ କିଭଳି ସୂତା କଟା ହୁଏ ଏବଂ ତନ୍ତରେ ବୁଣା ହେଉଥିବା ଲୁଗାକୁ ଆଖି ସାମ୍ନାରେ ଦର୍ଶକ ଦେଖିବାକୁ ପାଉଛନ୍ତି। ଲୋକେ ମେଳା ବୁଲା ସହ କିଣାକିଣି କରୁଥିବାବେଳେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍‌ ଷ୍ଟଲ୍‌ରେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇବାର ସୁଯୋଗ ରହିଛି। ତେବେ ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ନିରଞ୍ଜନ ସାହୁଙ୍କ ଦ୍ୱାରା ଯୋଡ଼ି ଶଙ୍ଖ ବାଦ୍ୟ, ଗୁରୁ ନିରଞ୍ଜନ ରାଉତଙ୍କ ଦଳ ଦ୍ୱାରା ଆମ ଓଡ଼ିଶା ଓ ଶାଶ୍ୱତ ଜୋଷୀ ଏବଂ ସାଥୀଙ୍କ ଦ୍ୱାରା ଫ୍ୟୁଜନ ନୃତ୍ୟ ବେଶ୍‌ ମନୋରଞ୍ଜନ ଯୋଗାଇଥିଲା। ଏହି ମେଳି ୧୦ଦିନ ଧରି ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri