ଖଦିକୁ ଆହୁରି ଲୋକାଭିମୁଖୀ କରିବା ଆବଶ୍ୟକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଖଦିକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଶିଳ୍ପଗୁଡ଼ିକରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ ସାମିଲ କରିପାରିଲେ ସେମାନେ ସ୍ବାବଲମ୍ବୀ ହେବା ସହ ଖଦିର ଉନ୍ନତି ହୋଇପାରିବ ବୋଲି ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମଙ୍ଗଳବାର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ‘ଓଡ଼ିଶା ଖଦି ମେଳା ୨୦୨୩’କୁ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ, ବୋର୍ଡ ପରିସରରେ ଏକ ବହୁତଳ ବିଶିଷ୍ଟ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଖଦି ବୋର୍ଡକୁ ୫ ମହଲା ମିଳିବାର ବ୍ୟବସ୍ଥା ରହିଛି ବୋଲି ବିଧାୟକ ଜେନା ସୂଚନା ଦେଇଛନ୍ତି। ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭାପତିତ୍ୱ କରି ବୋର୍ଡ ପରିସରରେ ହେବାକୁ ଥିବା ଉତ୍କଳ ଖଦି ଭବନ ନିମନ୍ତେ ସରକାରୀ ସ୍ବୀକୃତିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଡ. ଦେବେନ୍ଦ୍ର କୁମାର ମାନସିଂହ, ଅଜୟ ନାୟକ, ସମୀର ସାମନ୍ତରାୟ, ସଦାଶିବ ଜେନା, ସଞ୍ଜୟ କୁମାର ମିଶ୍ର ଓ ଚନ୍ଦ୍ରହାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଚିବ ସୁଦାମ ଚରଣ ମଣ୍ଡଳ ଧନ୍ୟବାଦ ଦେଇଥିବାବେଳେ ଡ. ଶ୍ରୀନିବାସ ଘଟୁଆରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଚଳିତବର୍ଷ ମେଳାରେ ୬୫ଟି ଷ୍ଟଲ୍‌ ରହିଥିବାଳେ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଖଦିରେ ପ୍ରସ୍ତୁତ ବିଭିନ୍ନ ବସ୍ତ୍ର ଓ ସାମଗ୍ରୀ ବିକ୍ରି କରୁଛନ୍ତି। କଟନ୍‌, ସିଲ୍କ ଓ ମସଲିନ୍‌ ଶାଢି ସହ ଜିଲା ସ୍ତରରୁ ଗ୍ରାମୋଦ୍ୟୋଗ ସମ୍ଭାର ଦେଖିବାକୁ ମିଳୁଛି। ଏଥିସହ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା, ପେଡ଼ା, ସୋରିଷ ତେଲ, ମହୁ, କନ୍ଧମାଳ ହଳଦୀ, ମସଲା, ଆଚାର, ଧୂପକାଠି, ଚାନ୍ଦୁଆ, ଶାଢ଼ି, ଗାମୁଛା, ପଞ୍ଜାବି, ଶାର୍ଟ ଆଦି ସାମଗ୍ରୀ ଉପଲବ୍ଧ ହେଉଛି। ଆଉ କେତେକ ଷ୍ଟଲ୍‌ରେ ଅରଟ ଓ ମେଶିନରେ କିଭଳି ସୂତା କଟା ହୁଏ ଏବଂ ତନ୍ତରେ ବୁଣା ହେଉଥିବା ଲୁଗାକୁ ଆଖି ସାମ୍ନାରେ ଦର୍ଶକ ଦେଖିବାକୁ ପାଉଛନ୍ତି। ଲୋକେ ମେଳା ବୁଲା ସହ କିଣାକିଣି କରୁଥିବାବେଳେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍‌ ଷ୍ଟଲ୍‌ରେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇବାର ସୁଯୋଗ ରହିଛି। ତେବେ ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ନିରଞ୍ଜନ ସାହୁଙ୍କ ଦ୍ୱାରା ଯୋଡ଼ି ଶଙ୍ଖ ବାଦ୍ୟ, ଗୁରୁ ନିରଞ୍ଜନ ରାଉତଙ୍କ ଦଳ ଦ୍ୱାରା ଆମ ଓଡ଼ିଶା ଓ ଶାଶ୍ୱତ ଜୋଷୀ ଏବଂ ସାଥୀଙ୍କ ଦ୍ୱାରା ଫ୍ୟୁଜନ ନୃତ୍ୟ ବେଶ୍‌ ମନୋରଞ୍ଜନ ଯୋଗାଇଥିଲା। ଏହି ମେଳି ୧୦ଦିନ ଧରି ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri