ଲାଞ୍ଜିଗଡ,୫।୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ବିଇଓ ରୁଷିଆ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଶୁଭ ଉଦ୍ଘାାଟନ କରିଥିଲେ। ବିଡିଓ ଶଶାଙ୍କ ପାତ୍ର ମୁଖ୍ୟ ବକ୍ତା ଓ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଏବିଇଓ ସୁଢଳଦେବ ମୁଣ୍ଡ ଓ ଭାରତ ଭୂଷଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଉପସ୍ଥିତିରେ ବିଇଓ ମେହେର ୨୫ ଶିଶୁଙ୍କୁ ଖଡ଼ି ଛୁଆଁ କରାଇଥିଲେ। ଏହାସହ ଶିଶୁଙ୍କୁ ବ୍ୟାଗ ଓ ଖାତା, କଲମ, ପେନସିଲ ଆଦି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥମାନଙ୍କ ଦ୍ବାରା ବ୍ଲକ ଶିକ୍ଷା ରଥର ଶୁଭାରମ୍ଭ କରାଯାଇଥିଲା। ଏହି ରଥ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ଯାଇ ନ ଥିବା ଶିଶୁ ତଥା ଅଧାରୁ ପାଠ ଛାଡିଥିବା ଶିଶୁଙ୍କ ଅଭିଭାବକଙ୍କୁ ନାମ ଲେଖାଇବା ପାଇଁ ପ୍ରବର୍ତ୍ତାଇବ ବୋଲି ବିଇଓ ସୂଚନା ଦେଇଥିଲେ। ସିଆର୍ସିସି କୁମାର ଗୌରବ ପରିଡା ସଭା ପରିଚାଳନା କରିଥିବା ବେଳେ ଏବିଇଓ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।