୨୮ରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୮।୧ (ବ୍ୟୁରୋ):ସାରା ଓଡ଼ିଶା ଏବେ ହକି ଫିଭର୍‌ରେ ପଡ଼ିଥିବାବେଳେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ। ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଶନିବାର ବିଏମ୍‌ସି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମ କରି ଏଥର ଯାତ୍ରା ପାର୍ଟିଗୁଡିକ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି। ଯାତ୍ରା ପୂର୍ବରୁ ଷ୍ଟେଜ୍‌ର ମ୍ୟାପ୍‌ ସହିତ ବିଦ୍ୟୁତ୍‌ ବିଭାଗଠାରୁ ଆରମ୍ଭ କରି ଫାୟାରସେପ୍ଟି ପର୍ଯ୍ୟନ୍ତ ସବୁକିଛିର ଏନ୍‌ଓସି ନେବା ଜରୁରୀ। ଏହା ପରେ ବିଏମ୍‌ସି ପକ୍ଷରୁ ଯାତ୍ରା ପାଇଁ ଅନୁମତି ମିଳିବ। ଖଣ୍ଡଗିରି ଯାତ୍ରାରେ ଯେପରି କିଛି ଅଶ୍ଳୀଳନୃତ୍ୟ ବା କାହାର ଭାବାବେଗକୁ ଆଘାତ ପହଞ୍ଚତ୍ବା ଭଳି ଶବ୍ଦର ବ୍ୟବହାର ନ କରାଯିବ ସେ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଥିସହ ମେଳାରେ ଦୋକାନ ପକାଇବା ପାଇଁ ଷ୍ଟଲ ଆଲଟ୍‌ମେଣ୍ଟ କରାଯିବ। ଏହାପରେ ସମ୍ପୃକ୍ତ ଦୋକାନୀ ବା ସଂସ୍ଥାକୁ ଏଥିପାଇଁ ଏନ୍‌ଓସି ନେବାକୁ ପଡ଼ିବ। ପୂର୍ବଥର ମେଳାରେ ୩୮୫ ଷ୍ଟଲ୍‌ ପଡିଥିବାବେଳେ ଚଳିତ ବର୍ଷ ଦୋକାନ ସଂଖ୍ୟା କମ୍‌ ରହିବ। ସେହିପରି ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ରାସ୍ତାପାର୍ଶ୍ୱରେ କୌଣସି ଗାଡ଼ି ପାର୍କିଂ ହେବନାହିଁ। ପାର୍କିଂ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ପାର୍କିଂ ଫି’କୁ ନେଇ ଯେପରି ସାଧାରଣ ଲୋକ ହଇରାଣ ନ ହେବେ ବା ଲୋକଙ୍କ ଠାରୁ ଅଧିକ ଫି’ ଆଦାୟ ନ ହେବ ସେ ନେଇ ଦୃଷ୍ଟି ଦିଆଯିବ। ଏଥିପାଇଁ ପାର୍କିଂ ସ୍ଥଳରେ ବିଏମ୍‌ସି ପକ୍ଷରୁ ରେଟ୍‌ ଚାର୍ଟ ବୋର୍ଡ ମରାଯିବ। ଏହାବାଦ୍‌ ସେଠାରେ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ ରହିବ ଏବଂ ଜଣେ ଅଧିକାରୀ ମଧ୍ୟ ନିୟୋଜିତ ହେବ। ପାର୍କିଂ ଫି’କୁ ନେଇ ଅସୁବିଧା ଥିଲେ ଲୋକମାନେ ସେଠାକୁ ଯାଇ ଅଭିଯୋଗ କରି ପାରିବେ। ମେଳାରେ ପ୍ରବଳ ଗହଳି ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ମୋବାଇଲ୍‌ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ବିଏମ୍‌ସି ୨ଟି ଏବଂ ପୁରୀରୁ ଆଉ ୨ଟି ମୋବାଇଲ୍‌ ଟଏଲେଟ୍‌ ମେଳାରେ ରହିବ। ସେହିପରି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି। ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅତିରିକ୍ତ କମିଶନର, ପୋଲିସ ଅଧିକାରୀ, ଯାତ୍ରାପାର୍ଟିର କର୍ମକର୍ତ୍ତା ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri