୨୮ରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୮।୧ (ବ୍ୟୁରୋ):ସାରା ଓଡ଼ିଶା ଏବେ ହକି ଫିଭର୍‌ରେ ପଡ଼ିଥିବାବେଳେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ। ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଶନିବାର ବିଏମ୍‌ସି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମ କରି ଏଥର ଯାତ୍ରା ପାର୍ଟିଗୁଡିକ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି। ଯାତ୍ରା ପୂର୍ବରୁ ଷ୍ଟେଜ୍‌ର ମ୍ୟାପ୍‌ ସହିତ ବିଦ୍ୟୁତ୍‌ ବିଭାଗଠାରୁ ଆରମ୍ଭ କରି ଫାୟାରସେପ୍ଟି ପର୍ଯ୍ୟନ୍ତ ସବୁକିଛିର ଏନ୍‌ଓସି ନେବା ଜରୁରୀ। ଏହା ପରେ ବିଏମ୍‌ସି ପକ୍ଷରୁ ଯାତ୍ରା ପାଇଁ ଅନୁମତି ମିଳିବ। ଖଣ୍ଡଗିରି ଯାତ୍ରାରେ ଯେପରି କିଛି ଅଶ୍ଳୀଳନୃତ୍ୟ ବା କାହାର ଭାବାବେଗକୁ ଆଘାତ ପହଞ୍ଚତ୍ବା ଭଳି ଶବ୍ଦର ବ୍ୟବହାର ନ କରାଯିବ ସେ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଥିସହ ମେଳାରେ ଦୋକାନ ପକାଇବା ପାଇଁ ଷ୍ଟଲ ଆଲଟ୍‌ମେଣ୍ଟ କରାଯିବ। ଏହାପରେ ସମ୍ପୃକ୍ତ ଦୋକାନୀ ବା ସଂସ୍ଥାକୁ ଏଥିପାଇଁ ଏନ୍‌ଓସି ନେବାକୁ ପଡ଼ିବ। ପୂର୍ବଥର ମେଳାରେ ୩୮୫ ଷ୍ଟଲ୍‌ ପଡିଥିବାବେଳେ ଚଳିତ ବର୍ଷ ଦୋକାନ ସଂଖ୍ୟା କମ୍‌ ରହିବ। ସେହିପରି ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ରାସ୍ତାପାର୍ଶ୍ୱରେ କୌଣସି ଗାଡ଼ି ପାର୍କିଂ ହେବନାହିଁ। ପାର୍କିଂ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ପାର୍କିଂ ଫି’କୁ ନେଇ ଯେପରି ସାଧାରଣ ଲୋକ ହଇରାଣ ନ ହେବେ ବା ଲୋକଙ୍କ ଠାରୁ ଅଧିକ ଫି’ ଆଦାୟ ନ ହେବ ସେ ନେଇ ଦୃଷ୍ଟି ଦିଆଯିବ। ଏଥିପାଇଁ ପାର୍କିଂ ସ୍ଥଳରେ ବିଏମ୍‌ସି ପକ୍ଷରୁ ରେଟ୍‌ ଚାର୍ଟ ବୋର୍ଡ ମରାଯିବ। ଏହାବାଦ୍‌ ସେଠାରେ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ ରହିବ ଏବଂ ଜଣେ ଅଧିକାରୀ ମଧ୍ୟ ନିୟୋଜିତ ହେବ। ପାର୍କିଂ ଫି’କୁ ନେଇ ଅସୁବିଧା ଥିଲେ ଲୋକମାନେ ସେଠାକୁ ଯାଇ ଅଭିଯୋଗ କରି ପାରିବେ। ମେଳାରେ ପ୍ରବଳ ଗହଳି ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ମୋବାଇଲ୍‌ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ବିଏମ୍‌ସି ୨ଟି ଏବଂ ପୁରୀରୁ ଆଉ ୨ଟି ମୋବାଇଲ୍‌ ଟଏଲେଟ୍‌ ମେଳାରେ ରହିବ। ସେହିପରି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି। ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅତିରିକ୍ତ କମିଶନର, ପୋଲିସ ଅଧିକାରୀ, ଯାତ୍ରାପାର୍ଟିର କର୍ମକର୍ତ୍ତା ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri