ମହାଶିବରାତ୍ରି ପୂର୍ବରୁ କେତକୀ ଫୁଲ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୨୮ା୨: ଚଳିତ ବର୍ଷ ବ୍ରହ୍ମପୁର ସହରରେ ମହାଶିବରାତ୍ରି ପାଳନକୁ ନେଇ ରେଶମ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଏବେ କେତକୀ ଫୁଲ ଚାହିଦା ବୃଦ୍ଧି ପାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ସହରରେ କେତକୀ ଫୁଲ ବ୍ରିକି ଆରମ୍ଭ ହୋଇଛି। ହିନ୍ଦୁ ବିଶ୍ୱାସ ଅନୁସାରେ, ଅଭିଶାପ ହେତୁ ଭଗବାନଙ୍କ ପୂଜାରୁ ବର୍ଜିତ ହୋଇଥିବା କେତକୀ ଫୁଲ କେବଳ ମହାଶିବରାତ୍ରି ଅବସରରେ ମହାଦେବଙ୍କୁ ଲାଗି କରାଯାଇଥାଏ। ରାତିରେ ମହାଦେବଙ୍କୁ ଦୀପଦାନ ସହ କେତକୀ ଫୁଲ ଚଢ଼ାଇବା ଦ୍ୱାରା ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ଭକ୍ତଙ୍କ ମଧ୍ୟରେ କେତକୀ ଫୁଲର ଚାହିଦା ଏହି ଦିନ ଅଧିକ ରହିଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହରର ଗିରି ମାର୍କେଟ, ଏସ୍‌ଏନ୍‌ଟି ରୋଡ୍‌, ବଡ଼ବଜାର ଓ ସାନବଜାର ରାସ୍ତାରେ କେତକୀ ଫୁଲ ବିକ୍ରି ହେଉଛି। ବ୍ରହ୍ମପୁର ସହରର ବହୁ ପୁରାତନ କେତକୀ ଫୁଲ ବ୍ୟବସାୟୀ ଶ୍ରୀଧର ସାହୁଙ୍କ କହିବାନୁସାରେ ପୂର୍ବରୁ ତାଙ୍କ ପିତା କେତକୀ ଫୁଲ ପ୍ରତିବର୍ଷ ବିକ୍ରି କରିଥାନ୍ତି। ମହାଶିବରାତ୍ରିର ଦୁଇ, ତିନିି ଦିନ ପୂର୍ବରୁ କେତକୀ ଫୁଲ ବିକ୍ରି ହୋଇଥାଏ। ବ୍ରହ୍ମପୁର ବଜାରରେ ବିକ୍ରି ହେଉଥିବା ଫୁଲ ମୁଖ୍ୟତଃ ଆଠଗଡ଼ରୁ ସଂଗ୍ରହ ହୋଇଥାଏ। ଚଳିତ ବର୍ଷ କେତକୀ ଫୁଲ ଦର ଆକାଶଛୁଆଁ ରହିଛି। ଫୁଲ ଗୋଟା ପିଛା ୩୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟପଟେ ବିଗତ ଦୁଇ ବର୍ଷ କରୋନା ମହାମାରୀରୁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଆଶାନୁରୂପ ବ୍ୟବସାୟ ହୋଇପାରିନଥିଲା। କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଭକ୍ତଙ୍କ ମଧ୍ୟରେ ଶିବରାତ୍ରି ପାଳନକୁ ନେଇ ଉତ୍ସାହ ରହିଛି। ଏହା ସହ କେତକୀ ଫୁଲର ଚାହିଦା ପୂର୍ବ ୨ବର୍ଷ ତୁଳନାରେ ଅଧିକ ଥିବା ଯୋଗୁ ଦର ବୃଦ୍ଧି ପାଇଛି ବୋଲି ବ୍ୟବସାୟୀଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri