Posted inଫୁରସତ

କାରିଗରୀ ଓ ଚେତନାର ଦୀପ୍ତ ପୁରୁଷ ଶିଳ୍ପୀ କେଶୁ ଦାସ

ଭାରତୀୟ କଳା ଜଗତର ଏକ ଅନନ୍ୟ ନାଁ ସେ। ଦିଶନ୍ତି ସନ୍ୟାସୀପ୍ରତିମ। ବର୍ଜ୍ୟ ବସ୍ତୁରୁ କରୋନା ଯୋଦ୍ଧାଙ୍କ ନିମନ୍ତେ ଶହୀଦ ସ୍ମୃତି ସ୍ତମ୍ଭ ସ୍ଥାପନା କରିଥିବା ସେହି ମଣିଷ ସର୍ବସାଧାରଣ ସ୍ଥାନକୁ ପରିଚ୍ଛନ୍ନତା ଯୋଗାଇଦେବାରେ ନିରନ୍ତର ଚେଷ୍ଟିତ। ଜଣେ ଶିଳ୍ପୀ, ସଂସ୍କାରକ, ସଂଗଠକ ଓ ସଂସ୍କୃତି ସଂରକ୍ଷକ ଭାବରେ ମଧ୍ୟ ଜଣାଶୁଣା। ବାଲେଶ୍ୱରର ପୂରାତନ ନାମ କୋଶମ୍ବକୁ ଉଜ୍ଜିବୀତ କରି ରଖିବା ପାଇଁ ନୂତନ କରି ଗ୍ରାମର ନାମକରଣ ସହ କୋଶମ୍ବ ମେଳା ଆୟୋଜନ କରିବା ମଧ୍ୟ ତାଙ୍କର ଅନ୍ୟତମ ପ୍ରମୁଖ ଅବଦାନ। ତା’ଛଡ଼ା ଜଉକଣ୍ଢେଇ ଶିଳ୍ପକଳାର ପୁନରୁଦ୍ଧାର କରିବା ସହ ନୀଳରକ୍ତର କଙ୍କଡ଼ା ସଂରକ୍ଷଣ ପାଇଁ ସେ ନେଇଛନ୍ତି ପଦକ୍ଷେପ। କଠିନ ଜଉକୁ ଚିତ୍ରକଳାରେ ପ୍ରୟୋଗ କରି ନୂତନ ଧାରା ତିଆରି କରିଥିବା ନିଆରା ଚିତ୍ରଶିଳ୍ପୀ ଭାବରେ ସେ ଯେତିକି ପରିଚିତ ଓଡ଼ିଶାର ଲୋକକଳା ପ୍ରଚାର ପ୍ରସାର ସହ ସୁଶୋଭନ ରୈଖୀୟ ଚିତ୍ର ଓ ଚମତ୍କାର କାର୍ଟୁନ ଅଙ୍କନ କ୍ଷେତ୍ରରେ ତାଙ୍କ ନାଁ ସର୍ବାଗ୍ରେ ସମ୍ମାନ ଓ ଆଦର ସହକାରେ ଆସେ। କେବଳ ସେତିକି ନୁହେଁ ଉତ୍ତର ଓଡିଶା ଶିଳ୍ପ ମହାସଂଘ (ନୋସି)ର ସାଂସ୍କୃତିକ ଉପଦେଷ୍ଟା ଭାବରେ ନୃତ୍ୟଗୀତ ନାଟକ ସାହିତ୍ୟ ବିଭାଗ ପାଇଁ ଆଖିଦୃଶିଆ କାମ ମଧ୍ୟ କରିଛନ୍ତି। ଏହି ଅସାଧାରଣ ଶିଳ୍ପୀଜଣଙ୍କର ଜୀବନଶୈଳୀ କିନ୍ତୁ ମାଟିର ମଣିଷ ଭଳି ଖୁବ୍‌ ସାଧାରଣ। ଅସମ୍ଭବ ବିନୟୀ ଏବଂ ମୁକ୍ତମନା ଏହି ମଣିଷ ସଚେତନତାକୁ ପୋଥିରେ ନବାନ୍ଧି କେବେ ‘ଏକୋଲୋ ଚଲୋ’ ନ୍ୟାୟରେ ତ କେବେ ଦଳଗତ ଭାବରେ ସେ ବାହାରି ଆସନ୍ତି ବାହାରକୁ ସମସ୍ତ ପାରିବାରିକ ଲୋଭକୁ ଅଣଦେଖା କରି। ବାପା ରାମକୃଷ୍ଣ ଦାସ, ମାତା ସୁଶୀଳା ଦାସଙ୍କ ସୁପୁତ୍ର ଏହି ସର୍ଜନମୁଖର ମଣିଷ ଜଣଙ୍କ ହେଉଛନ୍ତି କେଶୁ ଦାସ; ଯାହାଙ୍କ ଜନ୍ମ ମାର୍ଚ୍ଚ ଏକ ୧୯୬୫ ମସିହାରେ ।

ପାରମ୍ପରିକ କଳା ହଜିଯାଉଥିବା ବେଳେ ଏହାର ପୁନରୁଦ୍ଧାର କରି ନବଜାଗରଣ ସୃଷ୍ଟି କରି ସମସାମୟିକ କଳାରେ ପରିଣତ କରିବା ଦିଗରେ ନିଜକୁ ପୂର୍ଣ୍ଣପ୍ରାଣରେ ସମର୍ପି ଦେଇଛନ୍ତି ସେ। ତାଙ୍କରି ପରିକଳ୍ପନାରେ ଆୟୋଜିତ ହୋଇଆସୁଛି ପୃଥିବୀର ବିରଳ ଜଉ କଣ୍ଢେଇ କଳାମହୋତ୍ସବ, ନବମାତୃକା ପୂଜା, ଲକ୍ଷେଲକ୍ଷ୍ମୀପାଦ ଝୋଟି, ମୁକ୍ତ ଆଦିବାସୀ କଳାଶିବିର, ପଟିଦିଅଁ ଅଙ୍କନ, ଫେସବୁକ କବିତା ଆସର, ଅକ୍ଷରରୁ କାର୍ଟୁନ ଶିକ୍ଷା ଅନ୍‌ଲାଇନ ଶୈକ୍ଷିକ କାର୍ଯ୍ୟକ୍ରମ ଭଳି ଅଗଣିତ କାର୍ଯ୍ୟକ୍ରମ ଯେଉଁଥିରେ ସବୁବର୍ଗର ଲୋକେ ଏକାଠି ହୋଇ ଉପକୃତ ହୋଇପାରୁଛନ୍ତି। ବିଶ୍ୱର ବିରଳ ଜୀବ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଚିତ୍ର ମାଧ୍ୟମରେ ସଂଘର୍ଷ ଆରମ୍ଭ କରିଥିବା ଏହି ଶିଳ୍ପୀ, ପରିବେଶବିତ୍‌ ଭାରତର ପ୍ରଥମ ଜଉଚିତ୍ରଶିଳ୍ପୀ ଭାବରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଓଡିଶା ଲଳିତ କଳା ଏକାଡେମୀ ( ୧୯୮୭), ଏକାଡେମୀ ଅଫ୍‌ ଫାଇନ୍‌ ଆର୍ଟସ (୨୦୦୦), ଯାଜପୁର ଫାଇନ୍‌ ଏକାଡେମୀ (୨୦୦୩), ଦୀପକ ଆର୍ଟ ଟ୍ରଷ୍ଟ (୨୦୦୮), କୋଭିଡ୧୯ ପାଇଁ CIFF ଦ୍ୱାରା ବେଷ୍ଟ ଡକ୍ୟୁମେଣ୍ଟାରୀ ଏଣ୍ଡ ଡ଼ାଇରେକ୍ଟର ଆୱାର୍ଡ, ଦୂରଦର୍ଶନ ନେଟୱର୍କ ୨୦୨୧ପାଇଁ ଓଡିଶା ସିଟିଜେନ ଆୱାର୍ଡ ଭଳି ଅନେକ ପୁରସ୍କାରପ୍ରାପ୍ତ କେଶୁ ଦାସ ଓଡିଶା ଲେଖିକା ସଂସଦ ତରଫରୁ ସମ୍ମାନ, ଛନ୍ଦା ଆଚାର୍ଯ୍ୟ ସମ୍ମାନ, ଶିଳ୍ପୀ ଉଦୟନାରାୟଣ ଜେନା ସ୍ମୃତି ସମ୍ମାନ, ଚିତ୍ରକଳା ସମ୍ମାନ, ଲୋକଶିଳ୍ପୀ ସମ୍ମାନ, ଶ୍ରେଷ୍ଠଶିଳ୍ପୀ ସମ୍ମାନ, ଚିତ୍ରଶ୍ରୀ ସମ୍ମାନ, ଉତ୍କଳ ପ୍ରଦୀପ ସମ୍ମାନ, କଳା ଦର୍ପଣ ସମ୍ମାନ, ବିଶ୍ୱବିଦ୍ୟାଳୟ ସମ୍ମାନ, ଶିଳ୍ପୀଗୁରୁ ସମ୍ମାନ, କଳ୍ପତରୁ ସମ୍ମାନ, ପଟିଦିଅଁରୁ ପଟ୍ଟଚିତ୍ର ସମ୍ମାନ ଭଳି ଖୁବ୍‌ ଦୀର୍ଘ ତାଲିକା ତାଙ୍କର ସମ୍ମାନପ୍ରାପ୍ତିର ତାଲିକା। ସୁନାମି ପ୍ରପୀଡ଼ିତ ଜନତାଙ୍କ ପାଇଁ ସେ କରିଥିବା ଏକକ କଳା ପ୍ରଦର୍ଶନୀ ତାଙ୍କ ବିରଳ ବ୍ୟକ୍ତିତ୍ୱର ଆଉ ଏକ ଉଦାହରଣ। ଜର୍ମାନୀରୁ ଜାମସେଦପୁର ଯାଏଁ, ଭୁବନେଶ୍ୱରରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିଭିନ୍ନ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ଓ ପ୍ରଶଂସିତ ହୋଇଛି ତାଙ୍କ ଚିତ୍ରକାର୍ଯ୍ୟ। ଚିତ୍ରକଳାର ବିଭିନ୍ନ କ୍ଷେତ୍ର ଯଥା ବାଲୁକା କଳା, ଲୋକକଳା , ଝୋଟି ଓ ଜଉ କାମ ପାଇଁ ଅସଂଖ୍ୟ କର୍ମଶାଳା କରିଆସୁଥିବା ଏହି ମହାନ୍‌ ଶିଳ୍ପୀଜଣଙ୍କ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପ୍ରକାଶକଙ୍କ ପାଇଁ ସହସ୍ରାଧିକ ପ୍ରଚ୍ଛଦ ଓ ଅଳଙ୍କରଣ କରିଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ କେଉଁ ସନ୍ଦେଶ ରଖିବାକୁ ଚାହାଁନ୍ତିର ଉତ୍ତରରେ ସେ କୁହନ୍ତି, ”ନିଜ ହାତପାଆନ୍ତାରେ ଅନାଲୋଚିତ ଓ ଅନାବୃତ୍ତ ହୋଇ ପଡ଼ିରହିଥିବା ଅସଂଖ୍ୟ ଐତିହ୍ୟକୁ ଖୋଜି ବାହାର କରି ନିଷ୍ଠାର ସହ କାମ କଲେ ନିଜର ତଥା ସମାଜର ମଙ୍ଗଳ ହେବ।“
କଳାକୃତୀକୁ ସ୍ଥାନୀୟତାର ବିଶେଷତ୍ୱରେ ବ୍ୟଞ୍ଜିତ କରିବା ତାଙ୍କୁ ଅମର କରି ରଖିବ।
-ମାନମୟୀ ରଥ
ପ୍ରିନ୍ସପାଲ୍‌ ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri