Posted inଫୁରସତ

କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ରୁ କୋଣାର୍କକୁ ଆସିଥିଲା ପ୍ରଥମ ପଥର

ମନ୍ଦିର ନିର୍ମାଣର ଦାୟିତ୍ୱ ମୁଖିଆଙ୍କୁ ଦିଆଯିବା ପରେ ଗଜପତି ନରସିଂହ ଦେବ ‘ବିଡ଼ାନାସୀ’କୁ ଫେରିଯାଇଥିଲେ। କଟକର ବିଡ଼ାନାସୀ ନଅରରେ ସେତେବେଳେ ସେ ରହୁଥିଲେ। ସେହିଦିନଠାରୁ ସମସ୍ତ କାର୍ଯ୍ୟ ଓ ଖର୍ଚ୍ଚର ବିବରଣୀ ଲିଖିତ ଆକାରରେ ପ୍ରସ୍ତୁତ ହେଲା। ମନ୍ଦିରର ଭୂମି ଶୁଦ୍ଧି ଓ ମଙ୍ଗଳାରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ ରାଜଗୁରୁ ଭୁବନେଶ୍ୱର ମହାପାତ୍ର। ହାତୀଚିହ୍ନ ଥିବା ୧୪ଟି ସ୍ବର୍ଣ୍ଣମୁଦ୍ରା ତାଙ୍କୁ ଦକ୍ଷିଣା ସ୍ବରୂପ ଦିଆଯାଇଥିଲା। ପୋଥିରୁ ଜଣାପଡୁଛି, କାର୍ଯ୍ୟ ଆରମ୍ଭ ହେଲାବେଳକୁ ସ୍ବତନ୍ତ୍ର ଭଣ୍ଡାର ପ୍ରତିଷ୍ଠା ହୋଇସାରିଥିଲା। ଭଣ୍ଡାରରେ କେତେ ଅସ୍ରରପି (ସୁନାଖଣ୍ଡ), ଚକିମାଢ଼ (ମୁଦ୍ରା) ଏବଂ ଶସ୍ୟ ଥିଲା ତାହା ମଧ୍ୟ ହିସାବ ହୋଇସାରିଥିଲା।
ଦସ୍ତାବିଜ୍‌ରୁ ଜଣାପଡୁଛି ସ୍ଥପତି ଏବଂ ଓଝାମାନେ ଏକ ଏକ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ମୁଖିଆମାନେ ସେମାନଙ୍କ ଖର୍ଚ୍ଚ ନେଇ କାର୍ଯ୍ୟ ତୁଲାଉଥିଲେ। ପାଇଟିଆଳମାନେ ଗୋଟିଏ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ନାରାୟଣ ନାୟକଙ୍କୁ ୫୦ଟି ଶଗଡ଼ଗାଡ଼ି ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଥିଲା। ‘ହାତୀଆଳ’ମାନେ ହାତୀଙ୍କ ସହିତ କୋଣାର୍କରେ ପହଞ୍ଚି ସାରିଥିଲେ। ହାତୀଆଳଙ୍କର ମୁଖ୍ୟ ଭାବେ ବିଶୁନି ଦୁଆରୀ ସଭିଙ୍କ ଦାୟିତ୍ୱ ନେଇଥିଲେ। ବାଣପୁର ଦଳବେହେରା କୋଣାର୍କରେ ପହଞ୍ଚିବା ପରେ ପ୍ରଥମ କିସ୍ତିରେ ୧୫୦୦ କାଠକଡ଼ି ଦେବା ପାଇଁ ତାଙ୍କୁ ୧୦୦ ମାଢ଼ ସୁନା ଦିଆଯାଇଥିଲା।
ମନ୍ଦିର ନିର୍ମାଣର ପ୍ରସ୍ତୁତି ପର୍ବ କିପରି ହୋଇଥିଲା ତାହା ଆମେ ଆଲୋଚନା କରୁଛେ। ପ୍ରସ୍ତୁତି ସରିବା ପରେ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନର ମାପ ଆରମ୍ଭ ହୋଇଥିଲା। ମନ୍ଦିର ସ୍ଥାନ ସହିତ ଜଗମୋହନର ସ୍ଥାନ ମପା କାର୍ଯ୍ୟ କରିଥିଲେ ସ୍ଥପତି ଗଦାଧର ମହାପାତ୍ର। ସ୍ଥାନ ସିନା ନିରୂପଣ ହେଲା, ତାହା ସମାନ ହେବ କେମିତି! ସତର ଦିନ ଲାଗିଥିଲା ୧୨୪ ଜଣ ପାଇଟିଆଳଙ୍କୁ ସେହି ସ୍ଥାନକୁ ସମାନ କରିବା ପାଇଁ। ଠିକ୍‌ ଭାବରେ କାମ ମନକୁ ପାଇଲା ନାହିଁ ଶ୍ରୀରାମ ନାୟକଙ୍କର। ସେ ୨୨ ପାଇଟିଆଳ ଧରି ଦୁଇଦିନ ସେଠାରେ ଲାଗିବା ପରେ ସେହି କାର୍ଯ୍ୟ ସରିଲା।
ଗଜପତି ନରସିଂହଦେବ ରାଜସିଂହାସନରେ ବସିଥିଲେ ମାର୍ଗଶିର ଶୁକ୍ଳପକ୍ଷ ଦଶମୀ ଦିନ। ସେଇ ଦିନକୁ ଧରାଗଲା ସପ୍ତମ ଅଙ୍କରେ। ସେଇଦିନ ପଡ଼ିଥିଲା ବୁଧବାର। ଶୁଭବେଳା ଦେଖି ମନ୍ଦିରର ଖସଡ଼ା ପ୍ରସ୍ତୁତ କରିଥିଲେ ସୂତ୍ରଧର ଶିବେଇ ସାମନ୍ତରାୟ।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମେ ଶିଳ୍ପୀଙ୍କର ଅସ୍ତ୍ରପୂଜା ସମ୍ପନ୍ନ ହୋଇଥିଲା। ଏଥିରେ ନୂତନ ଭାବରେ ୪୮୩ଟି ମୁନିଅଁା ନିହଣ, ୩୨୬ଟି ଦାନ୍ତିବାଲା ନିହଣ, ରମ୍ପା ନିହଣ, କୋରମୁଣ୍ଡା ଓ ସୂତାକାଠି ସମୁଦାୟ ୧୨୯୪ଟି ହତିଆର ସାମଗ୍ରୀ ପୂଜାରେ ବସିଥିଲା। ଏହା ଥିଲା ଓଡ଼ିଶାର ପାରମ୍ପରିକ ଶିଳ୍ପୀକୁଳର ହତିଆର। ହତିଆର ପୂଜା ହୋଇ ସଜ ହେଲା ବେଳକୁ କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ ଖଣିରୁ ପ୍ରଥମେ ପଥର ଆସି ପହଞ୍ଚିଥିଲା। ଏହି ଦୁଇଟି ଖଣିରୁ ପଥର ଆଣିବା ଦାୟିତ୍ୱରେ ଥିଲେ ବୁଢ଼ାଲେଙ୍କା ମହାଶୟ। ଶ୍ରୀକୂର୍ମ ପୀଠ କୋଷାଗାରରୁ ଏବାବଦ ଖର୍ଚ୍ଚ ହୋଇଥିଲା। ଶ୍ରୀକୂର୍ମ ପୀଠ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ। ସେବେ କଳିଙ୍ଗର ଏହା ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ଥିଲା। ଏଠାରେ ଗଜପତିଙ୍କର ଏକ ଦୁର୍ଗ ମଧ୍ୟ ରହିଥିଲା।
ଶିଳ୍ପୀଙ୍କର ହତିଆର ନିର୍ମାଣ ହୋଇଆସିଲା କଟକର ବିଡ଼ାନାସୀରୁ। ପଥରଚନ୍ଦା ପାଂସ (ଯାହା ସହାଯ୍ୟରେ ବଡ଼ପଥର ଉଠାଯାଏ ଉପରକୁ) ଯୋଗାଇଲେ ଦାମ ମହାରଣା। ବଡ଼ ଶିକାଦଉଡ଼ି ଓ ସାଙ୍ଗଦଉଡି ପ୍ରସ୍ତୁତ ହୋଇ ରହିଲା। ବିରିବାଟିରୁ ବିଭିନ୍ନ କିସମର ଫାଉଡ଼ା ତିଆରି ହୋଇଆସିଲା। ଏ ସବୁ ପ୍ରସ୍ତୁତି ମନ୍ଦିର ନିର୍ମାଣ ଆରମ୍ଭ ସମୟରେ ହୋଇଥିଲା। ବରାଦ ହୋଇଥିଲା ତାପଙ୍ଗ ଦଳବେହେରାଙ୍କୁ ମାଙ୍କଡ଼ା ପଥର ପଠାଇବାକୁ। ସେ ୧୬୩ଟି ବଳଦଗାଡ଼ିରେ ପଥର ପଠାଇଲେ। ପାଇକମାନେ ବଳଦଗାଡ଼ି ସୁରକ୍ଷିତ ଭାବରେ କୋଣାର୍କରେ ପହଞ୍ଚାଇ ଦେଇଥିଲେ। ତାକୁ ୧୨ଦିନ ଧରି ୮୨ ଜଣ ପଥର କାରିଗର ଚଉପଟ କରି ସଜେଇଲା ବେଳକୁ ଅଇଁଡିଆ (ନିମାପଡ଼ା ଅଞ୍ଚଳର) ଦଳବେହେରା ୪୦ ଶଗଡ଼ରେ କାଠ ପଠାଇଲେ। ତଦନୁପାତରେ ଅଇଁଡିଆରୁ ମହାରଣା ପୁଣି ଆସି ପହଞ୍ଚିଲେ।
ଆମେ ମନ୍ଦିର ନିର୍ମାଣ ପ୍ରସ୍ତୁତିର ଚିତ୍ର ଜାଣିବା ପାଇଁ ଏ ସବୁ ବିଚାର ଆଲୋଚନା କରୁଛେ। କେଉଁଠାରୁ ଆସୁଛି, କିଏ ପଠାଉଛି, କେମିତି ଆସୁଛି ଲେଖିବାର ଉଦ୍ଦେଶ୍ୟ କେମିତି ଶୃଙ୍ଖଳିତ ଭାବରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହୋଇଥିଲା। ସହଯୋଗ ମାନସିକତାରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ ପ୍ରତ୍ୟେକ ଓଡ଼ିଆ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri