Posted inଫୁରସତ

କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ରୁ କୋଣାର୍କକୁ ଆସିଥିଲା ପ୍ରଥମ ପଥର

ମନ୍ଦିର ନିର୍ମାଣର ଦାୟିତ୍ୱ ମୁଖିଆଙ୍କୁ ଦିଆଯିବା ପରେ ଗଜପତି ନରସିଂହ ଦେବ ‘ବିଡ଼ାନାସୀ’କୁ ଫେରିଯାଇଥିଲେ। କଟକର ବିଡ଼ାନାସୀ ନଅରରେ ସେତେବେଳେ ସେ ରହୁଥିଲେ। ସେହିଦିନଠାରୁ ସମସ୍ତ କାର୍ଯ୍ୟ ଓ ଖର୍ଚ୍ଚର ବିବରଣୀ ଲିଖିତ ଆକାରରେ ପ୍ରସ୍ତୁତ ହେଲା। ମନ୍ଦିରର ଭୂମି ଶୁଦ୍ଧି ଓ ମଙ୍ଗଳାରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ ରାଜଗୁରୁ ଭୁବନେଶ୍ୱର ମହାପାତ୍ର। ହାତୀଚିହ୍ନ ଥିବା ୧୪ଟି ସ୍ବର୍ଣ୍ଣମୁଦ୍ରା ତାଙ୍କୁ ଦକ୍ଷିଣା ସ୍ବରୂପ ଦିଆଯାଇଥିଲା। ପୋଥିରୁ ଜଣାପଡୁଛି, କାର୍ଯ୍ୟ ଆରମ୍ଭ ହେଲାବେଳକୁ ସ୍ବତନ୍ତ୍ର ଭଣ୍ଡାର ପ୍ରତିଷ୍ଠା ହୋଇସାରିଥିଲା। ଭଣ୍ଡାରରେ କେତେ ଅସ୍ରରପି (ସୁନାଖଣ୍ଡ), ଚକିମାଢ଼ (ମୁଦ୍ରା) ଏବଂ ଶସ୍ୟ ଥିଲା ତାହା ମଧ୍ୟ ହିସାବ ହୋଇସାରିଥିଲା।
ଦସ୍ତାବିଜ୍‌ରୁ ଜଣାପଡୁଛି ସ୍ଥପତି ଏବଂ ଓଝାମାନେ ଏକ ଏକ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ମୁଖିଆମାନେ ସେମାନଙ୍କ ଖର୍ଚ୍ଚ ନେଇ କାର୍ଯ୍ୟ ତୁଲାଉଥିଲେ। ପାଇଟିଆଳମାନେ ଗୋଟିଏ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ନାରାୟଣ ନାୟକଙ୍କୁ ୫୦ଟି ଶଗଡ଼ଗାଡ଼ି ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଥିଲା। ‘ହାତୀଆଳ’ମାନେ ହାତୀଙ୍କ ସହିତ କୋଣାର୍କରେ ପହଞ୍ଚି ସାରିଥିଲେ। ହାତୀଆଳଙ୍କର ମୁଖ୍ୟ ଭାବେ ବିଶୁନି ଦୁଆରୀ ସଭିଙ୍କ ଦାୟିତ୍ୱ ନେଇଥିଲେ। ବାଣପୁର ଦଳବେହେରା କୋଣାର୍କରେ ପହଞ୍ଚିବା ପରେ ପ୍ରଥମ କିସ୍ତିରେ ୧୫୦୦ କାଠକଡ଼ି ଦେବା ପାଇଁ ତାଙ୍କୁ ୧୦୦ ମାଢ଼ ସୁନା ଦିଆଯାଇଥିଲା।
ମନ୍ଦିର ନିର୍ମାଣର ପ୍ରସ୍ତୁତି ପର୍ବ କିପରି ହୋଇଥିଲା ତାହା ଆମେ ଆଲୋଚନା କରୁଛେ। ପ୍ରସ୍ତୁତି ସରିବା ପରେ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନର ମାପ ଆରମ୍ଭ ହୋଇଥିଲା। ମନ୍ଦିର ସ୍ଥାନ ସହିତ ଜଗମୋହନର ସ୍ଥାନ ମପା କାର୍ଯ୍ୟ କରିଥିଲେ ସ୍ଥପତି ଗଦାଧର ମହାପାତ୍ର। ସ୍ଥାନ ସିନା ନିରୂପଣ ହେଲା, ତାହା ସମାନ ହେବ କେମିତି! ସତର ଦିନ ଲାଗିଥିଲା ୧୨୪ ଜଣ ପାଇଟିଆଳଙ୍କୁ ସେହି ସ୍ଥାନକୁ ସମାନ କରିବା ପାଇଁ। ଠିକ୍‌ ଭାବରେ କାମ ମନକୁ ପାଇଲା ନାହିଁ ଶ୍ରୀରାମ ନାୟକଙ୍କର। ସେ ୨୨ ପାଇଟିଆଳ ଧରି ଦୁଇଦିନ ସେଠାରେ ଲାଗିବା ପରେ ସେହି କାର୍ଯ୍ୟ ସରିଲା।
ଗଜପତି ନରସିଂହଦେବ ରାଜସିଂହାସନରେ ବସିଥିଲେ ମାର୍ଗଶିର ଶୁକ୍ଳପକ୍ଷ ଦଶମୀ ଦିନ। ସେଇ ଦିନକୁ ଧରାଗଲା ସପ୍ତମ ଅଙ୍କରେ। ସେଇଦିନ ପଡ଼ିଥିଲା ବୁଧବାର। ଶୁଭବେଳା ଦେଖି ମନ୍ଦିରର ଖସଡ଼ା ପ୍ରସ୍ତୁତ କରିଥିଲେ ସୂତ୍ରଧର ଶିବେଇ ସାମନ୍ତରାୟ।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମେ ଶିଳ୍ପୀଙ୍କର ଅସ୍ତ୍ରପୂଜା ସମ୍ପନ୍ନ ହୋଇଥିଲା। ଏଥିରେ ନୂତନ ଭାବରେ ୪୮୩ଟି ମୁନିଅଁା ନିହଣ, ୩୨୬ଟି ଦାନ୍ତିବାଲା ନିହଣ, ରମ୍ପା ନିହଣ, କୋରମୁଣ୍ଡା ଓ ସୂତାକାଠି ସମୁଦାୟ ୧୨୯୪ଟି ହତିଆର ସାମଗ୍ରୀ ପୂଜାରେ ବସିଥିଲା। ଏହା ଥିଲା ଓଡ଼ିଶାର ପାରମ୍ପରିକ ଶିଳ୍ପୀକୁଳର ହତିଆର। ହତିଆର ପୂଜା ହୋଇ ସଜ ହେଲା ବେଳକୁ କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ ଖଣିରୁ ପ୍ରଥମେ ପଥର ଆସି ପହଞ୍ଚିଥିଲା। ଏହି ଦୁଇଟି ଖଣିରୁ ପଥର ଆଣିବା ଦାୟିତ୍ୱରେ ଥିଲେ ବୁଢ଼ାଲେଙ୍କା ମହାଶୟ। ଶ୍ରୀକୂର୍ମ ପୀଠ କୋଷାଗାରରୁ ଏବାବଦ ଖର୍ଚ୍ଚ ହୋଇଥିଲା। ଶ୍ରୀକୂର୍ମ ପୀଠ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ। ସେବେ କଳିଙ୍ଗର ଏହା ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ଥିଲା। ଏଠାରେ ଗଜପତିଙ୍କର ଏକ ଦୁର୍ଗ ମଧ୍ୟ ରହିଥିଲା।
ଶିଳ୍ପୀଙ୍କର ହତିଆର ନିର୍ମାଣ ହୋଇଆସିଲା କଟକର ବିଡ଼ାନାସୀରୁ। ପଥରଚନ୍ଦା ପାଂସ (ଯାହା ସହାଯ୍ୟରେ ବଡ଼ପଥର ଉଠାଯାଏ ଉପରକୁ) ଯୋଗାଇଲେ ଦାମ ମହାରଣା। ବଡ଼ ଶିକାଦଉଡ଼ି ଓ ସାଙ୍ଗଦଉଡି ପ୍ରସ୍ତୁତ ହୋଇ ରହିଲା। ବିରିବାଟିରୁ ବିଭିନ୍ନ କିସମର ଫାଉଡ଼ା ତିଆରି ହୋଇଆସିଲା। ଏ ସବୁ ପ୍ରସ୍ତୁତି ମନ୍ଦିର ନିର୍ମାଣ ଆରମ୍ଭ ସମୟରେ ହୋଇଥିଲା। ବରାଦ ହୋଇଥିଲା ତାପଙ୍ଗ ଦଳବେହେରାଙ୍କୁ ମାଙ୍କଡ଼ା ପଥର ପଠାଇବାକୁ। ସେ ୧୬୩ଟି ବଳଦଗାଡ଼ିରେ ପଥର ପଠାଇଲେ। ପାଇକମାନେ ବଳଦଗାଡ଼ି ସୁରକ୍ଷିତ ଭାବରେ କୋଣାର୍କରେ ପହଞ୍ଚାଇ ଦେଇଥିଲେ। ତାକୁ ୧୨ଦିନ ଧରି ୮୨ ଜଣ ପଥର କାରିଗର ଚଉପଟ କରି ସଜେଇଲା ବେଳକୁ ଅଇଁଡିଆ (ନିମାପଡ଼ା ଅଞ୍ଚଳର) ଦଳବେହେରା ୪୦ ଶଗଡ଼ରେ କାଠ ପଠାଇଲେ। ତଦନୁପାତରେ ଅଇଁଡିଆରୁ ମହାରଣା ପୁଣି ଆସି ପହଞ୍ଚିଲେ।
ଆମେ ମନ୍ଦିର ନିର୍ମାଣ ପ୍ରସ୍ତୁତିର ଚିତ୍ର ଜାଣିବା ପାଇଁ ଏ ସବୁ ବିଚାର ଆଲୋଚନା କରୁଛେ। କେଉଁଠାରୁ ଆସୁଛି, କିଏ ପଠାଉଛି, କେମିତି ଆସୁଛି ଲେଖିବାର ଉଦ୍ଦେଶ୍ୟ କେମିତି ଶୃଙ୍ଖଳିତ ଭାବରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହୋଇଥିଲା। ସହଯୋଗ ମାନସିକତାରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ ପ୍ରତ୍ୟେକ ଓଡ଼ିଆ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri