ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକଙ୍କ ସହ ଜନ ସଂପର୍କ ଅଭିଯାନରେ ସାମିଲ୍ ହୋଇଥିଲେ । ବଶିଷ୍ଠ ନାଗରିକ, ନାଗରିକ , ବୁଦ୍ଧିଜୀବୀ, ଅବସର ପ୍ରାପ୍ତ ସେନା ଓ ଶିକ୍ଷକଙ୍କୁ ନରେନ୍ଦ୍ର ମୋଦିଙ୍କ ୧୨ବର୍ଷର ସରକାରର ଉପଲବ୍ଧି, ସଫଳତା, ଲକ୍ଷ୍ୟ ଓ ଓଡ଼ିଶା ସରକାରକୁ ୨ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତା ଓ ସରକାରଙ୍କ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ।
ତାଙ୍କ ସହ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏସ ଡି ସି ଚେୟାର ମ୍ୟାନ୍ ମମିତା ନାଏକ, ପାଟଣା ବ୍ଲକ୍ ଅଧ୍ୟକ୍ଷା ବୀଣା ପାଣି ନାୟକ, ବ୍ଲକ୍ ପ୍ରତନିଧି ପ୍ରହଲ୍ଲାଦ ପଲେଇ, ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ବଶିଷ୍ଠ ଭାଜପା ନେତା ଦୁର୍ଗା ଚରଣ ନାୟକଙ୍କ ସହ ବରିଷ୍ଠ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ।