କେନ୍ଦୁଝର,୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ସୋମବାର ପୂର୍ବାହ୍ନରେ କେନ୍ଦୁଝରର ଅତିରିକ୍ତ ଜଲାପାଳ (ରାଜସ୍ବ) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପ୍ରଧାନ କେନ୍ଦ୍ରାପଡ଼ା ଉପଜିଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉପରିସ୍ଥ ଅଧିକାରୀ ଏବଂ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ସୂଚନାଯୋଗ୍ୟ ପୂର୍ବତନ ଅତିରିକ୍ତ ଜିଲାପାଳ ଆଲୋକ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯୁଗ୍ମ ସଚିବ ଭାବେ ବଦଳି ହେବା ପରେ ସାଧାରଣ ଓ ବିବିଧ ବିଭାଗର ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ଉଭୟ ଦାୟିତ୍ୱରେ ରହିଥିଲେ । ଅତିରିକ୍ତ ଜିଲାପାଳ ଭାବେ ପ୍ରଧାନ ସୋମବାର ଦାୟିତ୍ୱ ନେବା ପରେ ଜିଲା ପ୍ରଶାସନ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ଦରବାର ହଲଠାରେ ଆୟୋଜିତ ହେଇଥିବା ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ।


