କେନ୍ଦୁଝରରେ ପ୍ରିୟ ବିଦେଶୀଙ୍କ ନାଲି ଚା’

କେନ୍ଦୁଝର, ୨୯ା୮(ସ୍ବ.ପ୍ର.): କେନ୍ଦୁଝର ସହରର ବିଭିନ୍ନ ସାହି ଗଳିରେ ଚା’ ଦୋକାନ ଖୋଲିଛି। କିନ୍ତୁ ସିନେମା ହଲ ନିକଟରେରେ ଥିବା ବିଦେଶୀ ନାୟକ(୭୧)ଙ୍କ ଦୋକାନରୁ ଚା’ପିଇବାର ମଜା ଅଲଗା। ଏଥିପାଇଁ ସକାଳ ଓ ସନ୍ଧ୍ୟାରେ ଭିଡ ଜମିଥାଏ। ଚାକିରିଆ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପସନ୍ଦ ତାଙ୍କ ହାତ ତିଆରି ନାଲି ଚା’। ମାତ୍ର ୫ ଟଙ୍କା ବିଭିନ୍ନ ପ୍ରକାରର ମସଲାରେ ତିଆରି ନାଲି ଚା’ପିଇବା ପାଇଁ ବିଭିନ୍ନ ସ୍ଥାନରୁ ଲୋକ ଆସିଥାନ୍ତି ା

୫୦ ବର୍ଷ ହେଲା ଉକ୍ତ ସ୍ଥାନରେ ପ୍ରଥମେ ଜଳଖିଆ ଓ ପରେ ଚା’ ଦୋକାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଘରେ କହିଲେ ତାଙ୍କ ସ୍ତ୍ରୀ ପ୍ରମିଳା ନାୟକ ଅଛନ୍ତି। ସେ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ହରାଇବା ପରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଗୌରତୋଟାସାହିରେ ରହିଆସୁଛନ୍ତି। ବିଦେଶୀ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ହେଁ ତାଙ୍କ ସ୍ତ୍ରୀଙ୍କୁ ଏଯାଏ ଭତ୍ତା ମିଳିନାହିଁ। ଏଣୁ ଏହି ବୟସରେ ମଧ୍ୟ ଦୁଇ ପଇସା ରୋଜଗାର କରିବା ସହ ଲୋକଙ୍କ ସହିତ ସମୟ କଟାଉଛନ୍ତି। ତାଙ୍କର ସରଳ ଓ ଶାନ୍ତ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଣୁ ତାଙ୍କ ହାତରୁ କପେ ଚା’ ପିଇବା ପାଇଁ ସକାଳ ସନ୍ଧ୍ୟାରେ ଧନୀଗରୀବ, ପିଲା ଓ ବୁଢା, ଚାକିରିଆ ହେଉବା ଅବସରନେଇଥିବା ଲୋକ ସମସ୍ତେ ଚାଲିଚାଲି ବା ଗାଡ଼ିରେ ଆସିଥାନ୍ତି। ଦିନେ ଦୋକାନ ବନ୍ଦ ହେଲେ ଲୋକ ମାନେ ଆସି ନିରାଶ ହୋଇ ଫେରିଯାଆନ୍ତି ା ଏଠାରେ ଅନେକ ଚା’ ପିଇବା ସହ ଗପସପ କରିଥାନ୍ତି। ବିଦେଶୀ ଲୋକଙ୍କ ଆବଶ୍ୟକ ମୁତାବକ ନାଲି ତଥା କ୍ଷୀର ଚା’ ପ୍ରସ୍ତୁତ କରି ଦେଇଥାନ୍ତି ା ଆଗରୁ ସେଭଳି କେହି ନାଲି ଚା’ ପିଇବାକୁ ପସନ୍ଦ କରୁ ନ ଥିଲେ। କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ଗତ ବର୍ଷରୁ ନାଲି ଚା’ର ଚାହିଦା ବଢିଯାଇଛି ା ନାଲି ଚା’ର ଡିମାଣ୍ଡ ବଢ଼ିଯାଇଛି। ବୟସ ହୋଇଗଲାଣି ା ଏଣୁ ଆଉ କିଛି ବ୍ୟବସାୟ କରିବାକୁ ଆଗ୍ରହ ନାହିଁ ା କିନ୍ତୁ ବଳବୟସ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ଚା’ ପିଆଇବି ବୋଲି ସେ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri