ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର ଖଜୁରୀ ଗୁଡ, କଟକର ରୂପା ତାରକସୀ ହସ୍ତଶିଳ୍ପ, ମୟୂରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର ମହିଁଷି କ୍ଷୀର ଲହୁଣୀରେ ତିଆରି ମଗଜି ସହିତ କେନ୍ଦ୍ରାପଡା ଜିଲାର ସୁସ୍ବାଦୁ ରସାବଳୀ ଏହି ମାନ୍ୟତା ଦୌଡରେ ଅଛି। ୨୦୨୧ରେ କେନ୍ଦ୍ରାପଡା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ଏହି ଦାବି କରିଥିବା ବେଳେ ପୂର୍ବତନ ଏମ୍‌ପି ସୁବାସ ସିଂଙ୍କ ନେତୃତ୍ୱରେ ଏମ୍‌ପି ମୁନା ଖାନ, ଏମ୍‌ପି ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏ ନେଇ ଏକ ସ୍ମାରକପତ୍ର ଦେଇଥିଲେ। ସ୍ମାରକପତ୍ରରେ ଏହାର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜଣାଇବା ସହ ଜିଆଇ ଟ୍ୟାଗ ମିଳିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ। ଗବେଷକଙ୍କ ଅନୁସନ୍ଧାନରେ ଅନଙ୍ଗ ଭୀମଦେବଙ୍କ ସମୟରୁ ଏହା ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟେହ ୩୨ ରସାବଳୀ ଲାଗି କରାଯାଏ।

ଗବେଷକ ନିରଞ୍ଜନ ମେକାପ ଓ ଡ. ଅନୀତା ସାବତ କହିଛନ୍ତି, ମହାରାଜା ଅନଙ୍ଗ ଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରରେ ରସାବଳୀ ନୈବେଦ୍ୟ ଅର୍ପଣ ହୋଇଆସୁଛି। ଏହି ମିଷ୍ଟାନ୍ନର କେନ୍ଦ୍ରାପଡ଼ା ସମ୍ପୃକ୍ତି ସମ୍ପର୍କରେ ଛନ୍ଦ ପୁରାଣ, ଦାଣ୍ଡି ରାମାୟଣ, ଗଙ୍ଗ ବଂଶାନୁଚରିତର କେତେକ ଛନ୍ଦ ଓ ଜଣାଣରେ ଅଛି। ଶ୍ରୀଜୀଉଙ୍କ ନିତ୍ୟ ଭୋଗ ଭାବେ ପରିଚିତ ଏହି ମିଷ୍ଟାନ୍ନର ଉତ୍ପତ୍ତିସ୍ଥଳ କେନ୍ଦ୍ରାପଡ଼ା ବୋଲି ସେମାନେ ଦାବି କରିଛନ୍ତି। ସହରର କେଶପୁର ବଜାରର ବର୍ଷିୟାନ ରସାବଳୀ ନିର୍ମାତା ବୈଷ୍ଣବ ପଣ୍ଡା କୁହନ୍ତି, ପୂର୍ବରୁ ଏହା କେବଳ ମନ୍ଦିର ପରିସରରେ ନିର୍ମିତ ହୋଇ ଶ୍ରୀଜୀଉଙ୍କୁ ଲାଗି ହେଉଥିଲା। ଏବେ କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ଦେଖିବାକୁ ମିଳୁଛି। ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ ଆଦିକୁ ନେଇ ପ୍ରସ୍ତୁତ ଏହି ମିଷ୍ଟାନ୍ନର ପ୍ରସ୍ତୁତି ଟିକେ ଜଟିଳ। ତେବେ ଉପଯୁକ୍ତ ତାଲିମପ୍ରାପ୍ତ ନିର୍ମାତା ଏଥିରେ ସ୍ବାଦ ଭରିବାରେ ସକ୍ଷମ। ଶିକ୍ଷାବିତ୍‌ ଭୂବନ ମୋହନ ଜେନା କୁହନ୍ତି, ଜିଆଇ ଟ୍ୟାଗ ମିଳିଲେ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥାଏ। ମୌଳିକ ଦ୍ରବ୍ୟର ବ୍ୟବସାୟ ବଢ଼ିବା ସହିତ ଅପବ୍ୟବହାର ଉପରେ ରୋକ ଲାଗିଥାଏ। ପ୍ରଚାର ପ୍ରସାର ଫଳରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇଥାଏ। କେନ୍ଦ୍ରାପଡ଼ା ଜିଲାର ପରିଚୟ ଭାବେ ଶ୍ରୀବଳଦେବଜୀଉ, ଜାତୀୟ ଉଦ୍ୟାନ ଭିତରକନିକା ସହିତ ରସାବଳୀ ମିଠା ଅଛି। ଏହି ସ୍ବୀକୃତି ରସାବଳୀ ନିର୍ମାତାଙ୍କ ସମସ୍ତ ସମସ୍ୟାର ସମାଧାନ କରୁ ନ ଥିଲେ ମଧ୍ୟ ଏକ ଆତ୍ମତୃପ୍ତି ମିଳି ପାରିବ ବୋଲି ସେ ମତ ଦେଇଛନ୍ତି। ରସାବଳୀ ନିର୍ମାତା ସଂଘର ଆବାହକ ସରୋଜ କୁମାର ମହାନ୍ତି କୁହନ୍ତି, ଏହା ଏକ ଖୁସି ଖବର। କେନ୍ଦ୍ରାପଡ଼ା ରସାବଳୀ ପାଇଁ ସଙ୍ଗଠନର ଉଦ୍ୟମ ସାକାର ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରସାବଳୀର ଜିଆଇ ମାନ୍ୟତା ପାଇଁ ଅନ୍ୟ କୌଣସିଠାରୁ ଦାବି ହୋଇ ନ ଥିଲେ, ଏହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ସୁଖଦ ଖବର ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri