ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର ଖଜୁରୀ ଗୁଡ, କଟକର ରୂପା ତାରକସୀ ହସ୍ତଶିଳ୍ପ, ମୟୂରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର ମହିଁଷି କ୍ଷୀର ଲହୁଣୀରେ ତିଆରି ମଗଜି ସହିତ କେନ୍ଦ୍ରାପଡା ଜିଲାର ସୁସ୍ବାଦୁ ରସାବଳୀ ଏହି ମାନ୍ୟତା ଦୌଡରେ ଅଛି। ୨୦୨୧ରେ କେନ୍ଦ୍ରାପଡା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ଏହି ଦାବି କରିଥିବା ବେଳେ ପୂର୍ବତନ ଏମ୍‌ପି ସୁବାସ ସିଂଙ୍କ ନେତୃତ୍ୱରେ ଏମ୍‌ପି ମୁନା ଖାନ, ଏମ୍‌ପି ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏ ନେଇ ଏକ ସ୍ମାରକପତ୍ର ଦେଇଥିଲେ। ସ୍ମାରକପତ୍ରରେ ଏହାର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜଣାଇବା ସହ ଜିଆଇ ଟ୍ୟାଗ ମିଳିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ। ଗବେଷକଙ୍କ ଅନୁସନ୍ଧାନରେ ଅନଙ୍ଗ ଭୀମଦେବଙ୍କ ସମୟରୁ ଏହା ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟେହ ୩୨ ରସାବଳୀ ଲାଗି କରାଯାଏ।

ଗବେଷକ ନିରଞ୍ଜନ ମେକାପ ଓ ଡ. ଅନୀତା ସାବତ କହିଛନ୍ତି, ମହାରାଜା ଅନଙ୍ଗ ଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରରେ ରସାବଳୀ ନୈବେଦ୍ୟ ଅର୍ପଣ ହୋଇଆସୁଛି। ଏହି ମିଷ୍ଟାନ୍ନର କେନ୍ଦ୍ରାପଡ଼ା ସମ୍ପୃକ୍ତି ସମ୍ପର୍କରେ ଛନ୍ଦ ପୁରାଣ, ଦାଣ୍ଡି ରାମାୟଣ, ଗଙ୍ଗ ବଂଶାନୁଚରିତର କେତେକ ଛନ୍ଦ ଓ ଜଣାଣରେ ଅଛି। ଶ୍ରୀଜୀଉଙ୍କ ନିତ୍ୟ ଭୋଗ ଭାବେ ପରିଚିତ ଏହି ମିଷ୍ଟାନ୍ନର ଉତ୍ପତ୍ତିସ୍ଥଳ କେନ୍ଦ୍ରାପଡ଼ା ବୋଲି ସେମାନେ ଦାବି କରିଛନ୍ତି। ସହରର କେଶପୁର ବଜାରର ବର୍ଷିୟାନ ରସାବଳୀ ନିର୍ମାତା ବୈଷ୍ଣବ ପଣ୍ଡା କୁହନ୍ତି, ପୂର୍ବରୁ ଏହା କେବଳ ମନ୍ଦିର ପରିସରରେ ନିର୍ମିତ ହୋଇ ଶ୍ରୀଜୀଉଙ୍କୁ ଲାଗି ହେଉଥିଲା। ଏବେ କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ଦେଖିବାକୁ ମିଳୁଛି। ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ ଆଦିକୁ ନେଇ ପ୍ରସ୍ତୁତ ଏହି ମିଷ୍ଟାନ୍ନର ପ୍ରସ୍ତୁତି ଟିକେ ଜଟିଳ। ତେବେ ଉପଯୁକ୍ତ ତାଲିମପ୍ରାପ୍ତ ନିର୍ମାତା ଏଥିରେ ସ୍ବାଦ ଭରିବାରେ ସକ୍ଷମ। ଶିକ୍ଷାବିତ୍‌ ଭୂବନ ମୋହନ ଜେନା କୁହନ୍ତି, ଜିଆଇ ଟ୍ୟାଗ ମିଳିଲେ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥାଏ। ମୌଳିକ ଦ୍ରବ୍ୟର ବ୍ୟବସାୟ ବଢ଼ିବା ସହିତ ଅପବ୍ୟବହାର ଉପରେ ରୋକ ଲାଗିଥାଏ। ପ୍ରଚାର ପ୍ରସାର ଫଳରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇଥାଏ। କେନ୍ଦ୍ରାପଡ଼ା ଜିଲାର ପରିଚୟ ଭାବେ ଶ୍ରୀବଳଦେବଜୀଉ, ଜାତୀୟ ଉଦ୍ୟାନ ଭିତରକନିକା ସହିତ ରସାବଳୀ ମିଠା ଅଛି। ଏହି ସ୍ବୀକୃତି ରସାବଳୀ ନିର୍ମାତାଙ୍କ ସମସ୍ତ ସମସ୍ୟାର ସମାଧାନ କରୁ ନ ଥିଲେ ମଧ୍ୟ ଏକ ଆତ୍ମତୃପ୍ତି ମିଳି ପାରିବ ବୋଲି ସେ ମତ ଦେଇଛନ୍ତି। ରସାବଳୀ ନିର୍ମାତା ସଂଘର ଆବାହକ ସରୋଜ କୁମାର ମହାନ୍ତି କୁହନ୍ତି, ଏହା ଏକ ଖୁସି ଖବର। କେନ୍ଦ୍ରାପଡ଼ା ରସାବଳୀ ପାଇଁ ସଙ୍ଗଠନର ଉଦ୍ୟମ ସାକାର ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରସାବଳୀର ଜିଆଇ ମାନ୍ୟତା ପାଇଁ ଅନ୍ୟ କୌଣସିଠାରୁ ଦାବି ହୋଇ ନ ଥିଲେ, ଏହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ସୁଖଦ ଖବର ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri