ଜଳ ଯୋଗାଣ କ୍ଷମତା ହରାଇଛି କେନ୍ଦ୍ରାପଡ଼ା କେନାଲ

କେନ୍ଦ୍ରାପଡ଼ା ଅଫିସ, ୬।୧୧: କ୍ଷେତର ଖରିଫ ଧାନରେ ଏବେ ଛିଞ୍ଚା ବାହାରିବା ସମୟ ା ପରିପୃଷ୍ଟ ହେବାକୁ ପ୍ରଚୁର ପାଣି ଆବଶ୍ୟକ ା ଏହି ସମୟରେ କେନ୍ଦ୍ରାପଡ଼ା କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ ା ମାଛ ବ୍ୟବସାୟୀ ଆଡ଼ିବନ୍ଧ ବାନ୍ଧୁଛନ୍ତି ା ଏଣେ କେନାଲରେ ଆବର୍ଜନା ଓ ବିଲାତି ଦଳ ଯୋଗୁ ଶେଷମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ, ଏପରି ଅଭିଯୋଗ ଆଣି ଗତ ୨ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୩ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି ା ରାସ୍ତାରୋକୋ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି।
ରାଜ୍ୟର ସର୍ବପ୍ରାଚୀନ ଏହି କେନ୍ଦ୍ରାପଡ଼ା କେନାଲ ପୂର୍ବରୁ ସୁନାବ୍ୟା ଥିଲା ା ଏବେ କ୍ଷେତକୁ ପାଣି ଯୋଗାଇବାକୁ ଅସମର୍ଥ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ା ନଅଙ୍କ ଦୁର୍ଭିକ୍ଷ ସମୟରେ କ୍ଷେତ ପରିଚାଳନା ଓ ପଣ୍ୟ କାରବାରରେ ଏହି କେନାଲ ସହଯୋଗ କରିଥିଲା ା ଏସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଜଗଦୀଶ ପତି, କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ, ଇଚ୍ଛାପୁରର ଚିତ୍ତରଞ୍ଜନ ସାହୁ, ଆୟେବାର ବିରେନ୍ଦ୍ର କୁମାର ଦାସ ପ୍ରମୁଖ କହିଛନ୍ତି, ୧୮୬୭ର ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳା ଯାଇଥିଲା। ମହାନଦୀ ବ୍ୟାରେଜରୁ ବାହାରିଥିବା ୨୪୧ କିଲୋମିଟରର ଏହି କେନାଲରେ ୧୮୬୯ ମେ ୨୯ରେ ପ୍ରଥମ ଥର ପାଇଁ ପାଣି ଆସିଥିଲା ା ସେହି ପାଣି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ କେନାଲ ମାଧ୍ୟମରେ ଛଡାଯାଇ ୧୧,୯୩୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିଲା ା ପରବର୍ତ୍ତୀ ସମୟରେ ଉକ୍ତ କେନାଲରୁ ଜଳ ଆହରଣ କରି ଗୋବରୀ କେନାଲ, ସଂପ୍ରସାରିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଅଞ୍ଚଳର ପ୍ରାୟ ୨୯ ହଜାର ହେକ୍ଟର କ୍ଷେତକୁ ଜଳସେଚନ କରାଯାଉଥିଲା ା ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ଜିଲାର ସତ୍ୱବାନ ଚାଷୀଙ୍କ ନିକଟରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି ା କେବଳ କ୍ଷେତକୁ ପାଣି ନୁହେଁ, ଉକ୍ତ କେନାଲ ମାଧ୍ୟମରେ ପଣ୍ୟ ଦ୍ରବ୍ୟ ପରିବହନ ହେଉଥିଲା ା ୧୯୩୦- ୩୧ରେ ଲକ୍‌ ମାଧ୍ୟମରେ ଆଦାୟ ରାଜସ୍ବ ୮୫ ହଜାର ଟଙ୍କାରୁ ଅଧିକ ଥିବା ରେକର୍ଡ ଦର୍ଶାଉଛି ା ଏପରିକି ଏହି ଜଳପଥ ଦେଇ ବାରବାଟୀରୁ ପଥର ନିଆଯାଇ ଫଲସ୍‌ପଏଣ୍ଟଠାରେ ବତୀଘର ନିର୍ମାଣ ହୋଇଥିଲା ା ନୌବାଣିଜ୍ୟ ଓ ଜଳସେଚନ ପାଇଁ ଖୋଳା ଯାଇଥିବା ଏହି କେନାଲ ଏବେ କ୍ଷେତକୁ ପାଣି ଯୋଗାଇବା ପାଇଁ ଅସମର୍ଥ ହୋଇଛି ା ଜଳପଥ ଉପରେ ଜବରଦଖଲ ବଢ଼ିଚାଲିଛି ା ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି ା ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ମଳ , ପ୍ଲାଷ୍ଟିକ କେନାଲରେ ଛଡା ଯାଉଛି। କେନାଲରେ ଭର୍ତ୍ତି ହୋଇଥିବା ବିଲାତି ଦଳ ବଡ ସମସ୍ୟା ହୋଇଛି ା କେନାଲର ଦାନପୁର, କାକଟ ଲକ୍‌ଠାରୁ ଗର୍ନାକିଆ ଲକ୍‌ ଆଦି ପ୍ରାୟ ୫୦ କିଲୋମିଟର ଦୈର୍ଘ ଅଞ୍ଚଳରେ ଏହି ବିଲାତି ଦଳ ଭର୍ତ୍ତି ହୋଇଛି ା ପୂର୍ବରୁ ଏହି ସହର ସହିତ ବ୍ଲକ ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ନିତ୍ୟକର୍ମରେ ଉକ୍ତ ଜଳକୁ ବ୍ୟବହାର କରୁଥିଲେ ା ଏବେ ସେହି କେନାଲ ଜଳ ମଶାମାଛିଙ୍କ ଅନ୍ତୁଡ଼ିଶାଳରେ ପରିଣତ ହୋଇଛି ା ସେହି ଜଳ ବ୍ୟବହାର କଲେ ଚର୍ମରୋଗ ବ୍ୟାପୁଛି ା ପ୍ରତିବର୍ଷ ସଫେଇ ନାମରେ ଜଳ ସମ୍ପଦ ବିଭାଗ ଅର୍ଥ ହରିଲୁଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ା
ଏସମ୍ପର୍କରେ ଏସ୍‌ଇ ଇଂ. ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ସଡ଼କ ଯୋଗାଯୋଗ ପଥ ଉନ୍ନତ ହେବା ପରେ ନୌବାଣିଜ୍ୟ ପାଇଁ ଏହି କେନାଲ ଉପଯୋଗୀ ହୋଇରହିନାହିଁ ା ଜଳସେଚନ ପାଇଁ ଏହାର ଉନ୍ନତିକରଣ ଚାଲିଛି ା କେନାଲ ପଥକୁ ସୁଗମ କରାଯାଇ ଚାଷୀଙ୍କୁ ଜଳ ଯୋଗାଣ ହେଉଛି ା କେତେକ ସ୍ଥାନରେ ମାଛ ପାଇଁ ଆଡି ବନ୍ଧ କରାଯାଇଥିବାରୁ ଆନ୍ଦୋଳନ ହୋଇଥିଲା ା ତେବେ ତୁରନ୍ତ ସେପରି ଆଡି ବନ୍ଧକୁ ହଟାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri