କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣିରେ ଗତ ବୁଧବାର ବାଣ ବିସ୍ଫୋରଣ ଘଟି ଶତାଧିକ ଆହତ ହୋଇଥିଲେ। ଏହି ଆହତମାନଙ୍କ ମଧ୍ୟରେ ୩୬ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁତର ଥିବା ପିଣ୍ଟୁ ଖାନ୍‌ଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଏହା ପୂର୍ବରୁ ଜଣେ ବାଣୁଆଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏବେ ବି ୧୦ ଜଣ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।