ଏଥର ବୈଜୟନ୍ତଙ୍କ ସହ ଅଂଶୁମାନ୍‌ଙ୍କ ମୁକାବିଲା

କେନ୍ଦ୍ରାପଡ଼ା,୨୮ା୩ (ଜଗନ୍ନାଥ ଧଳ)ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ା ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି ା ଭାଜପାର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ା ବିଜେଡି ଏହାର ଜବାବ୍‌ରେ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବୁଧବାର ପ୍ରାର୍ଥୀ ଭାବେ ଘୋଷଣା କରିଛି ା ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ମଧ୍ୟରୁ ୨ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ପଡ଼ିଛି।
ପୂର୍ବତନ ଏମ୍‌ପି ବୈଜୟନ୍ତ ୨୦୦୯ ଓ ୨୦୧୪ରେ ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରେ ଜିତିଥିଲେ ା ମାତ୍ର ୨୦୧୯ରେ ଭାଜପାରୁ ସେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହାରିଥିଲେ ା ଅପରପକ୍ଷେ ନିର୍ବାଚନରେ ପରାଜୟ ସତ୍ତ୍ୱେ ଜିଲାରେ ଦଳୀୟ ସଂଗଠନକୁ ନିଜ ହାତମୁଠାରେ ରଖିଛନ୍ତି ା ଜିଲାରୁ ପଞ୍ଚାୟତସ୍ତରର କର୍ମକର୍ତ୍ତା ବୈଜୟନ୍ତଙ୍କ ନିୟନ୍ତ୍ରଣରେ ଅଛି ା ମାତ୍ର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଧାୟକ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ବିଦ୍ରୋହର ସମ୍ମୁଖୀନ ହେବା ଆଲୋଚନା ଆରମ୍ଭ ହୋଇଛି ା ଏପରି କି ଦଳରେ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ଯୋଗ ଦେଇ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ସରିଛି ା ବିଜୟଙ୍କ ଜିଲାରେ ଏକ ବଡ଼ ଧରଣର ନିଜସ୍ବ ସଂଗଠନ ଅଛି ା ଏହି ସଂଗଠନ ଏବେ କାହାକୁ ସମର୍ଥନ ଦେବ, ତାହାର ତର୍ଜମା ହେଉଛି ା ବିଜେଡି ପ୍ରାର୍ଥୀ ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ସାଥୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ା ନଳିନୀକାନ୍ତ ଜନତା ଦଳରେ ରହି ନିର୍ବାଚନ ଜିଣିବା ସହିତ ମନ୍ତ୍ରୀ ପଦ ପାଇଥିଲେ ା ମାତ୍ର ଶେଷ ସମୟରେ କଂଗ୍ରେସକୁ ଯାଇ ନିର୍ବାଚନ ଲଢ଼ିଥିଲେ ା ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଅଂଶୁମାନ ା କଂଗ୍ରେସରୁ ରାଜନଗର ବିଧାନସଭା ଆସନ ପାଇଁ ୨୦୧୪ରେ ଲଢ଼ି ବିଜୟୀ ହୋଇଥିଲେ ା ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ ଧୃବ ସାହୁ ତାଙ୍କୁ ପରାଜିତ କରିଥିଲେ ା ଅଂଶୁମାନ କଂଗ୍ରେସରେ ଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ଜିଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି ା ଏଥିସହିତ ବିଗତ ୧୦ ବର୍ଷରେ ତାଙ୍କର ଅନୁଗତଙ୍କ ସଂଖ୍ୟା ବହୁ ଅଧିକ ା ବିଜେଡିରେ ଗତ ଦୁଇ ସପ୍ତାହ ପୂର୍ବେ ଯୋଗ ଦେଇ ଦଳୀୟ ସଂଗଠନକୁ ଆଗକୁ ନେଉଛନ୍ତି ା ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ା ରାଜନିତୀରେ ଧୂରୀଣ ଏହି ଦୁଇ ନେତାଙ୍କ ମଧ୍ୟରେ ବଡ଼ ଧରଣର ରାଜନୈତିକ ମୁକାବିଲା ଏଥର ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଜିଲାରେ ଆଲୋଚନା ଆରମ୍ଭ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri