ବିଜେଡି ପ୍ରାର୍ଥୀ ତାଲିକାରୁ ଜଗତ୍‌ସିଂହପୁର ଏମ୍‌ପି ସିଟର ୬ ଆସନ ବାଦ୍‌

ଜଗତ୍‌ସିଂହପୁର, ୨୮ା୩ (ପ୍ରମୋଦ କୁମାର ନାୟକ)୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି-ଭାଜପା ମେଣ୍ଟ ପ୍ରସଙ୍ଗ କିଛି ଦିନ ରାଜ୍ୟ ରାଜନୀତିରେ ନିଆରା ପରିବେଶ ସୃଷ୍ଟି କରିଥିଲା। ପରେ ଉଭୟ ଦଳ ପୃଥକ୍‌ ଭାବେ ଲଢ଼ିବେ ବୋଲି ସ୍ପଷ୍ଟ କରିଥିଲେ। ଇତିମଧ୍ୟରେ ଭାଜପା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୮ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି, ଯେଉଁଥିରେ ଜଗତ୍‌ସିଂହପୁର ଅନ୍ୟତମ। ଏହି ଆସନରୁ ଗତଥର ଦଳୀୟ ପ୍ରାର୍ଥୀ ହୋଇଥିବା ବିଭୁ ପ୍ରସାଦ ତରାଇଙ୍କ ଉପରେ ଭାଜପା ପୁଣି ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି। ବୁଧବାର ବିଜେଡି ପକ୍ଷରୁ ମଧ୍ୟ ଉକ୍ତ ଆସନ ପାଇଁ ପୁଣି ଥରେ ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ କେବଳ କଂଗ୍ରେସ ପ୍ରାର୍ଥୀ ଘୋଷଣା ବାକି ରହିଲା। ଅନ୍ୟପକ୍ଷେ ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ କେବଳ ନିଆଳି ବିଧାନସଭା ଆସନ ପାଇଁ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିଜେଡି ପୁଣି ପ୍ରାର୍ଥୀ ଘୋଷଣା କରିଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଦଳୀୟ ବିଧାୟକ ପଦ ପାଇଁ ଆଶାୟୀ ଥିବା ନେତାମାନଙ୍କ ଛାତି ଧଡ଼ଧଡ଼ ହେଉଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।
ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର କହିଲେ, ଜିଲାର ୪ ସମେତ ପୁରୀ ଜିଲାର ନିମାପଡ଼ା, କାକଟପୁର ଓ କଟକ ଜିଲାର ନିଆଳି ବିଧାନସଭା ଆସନକୁ ବୁଝାଏ। ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଦଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅବଶିଷ୍ଟ ୬ଟି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିବା ସ୍ପଷ୍ଟ ବାରି ହୋଇପଡୁଛି। ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଅନ୍ୟ ୬ଟି ବିଧାନସଭା ଆସନ ମଧ୍ୟରୁ ଜଗତ୍‌ସିଂହପୁର ଜିଲାର ଜଗତ୍‌ସିଂହପୁର, ପାରାଦୀପ, ବାଲିକୁଦା-ଏରସମା ଓ ତିର୍ତ୍ତୋଲ ବିଧାନସଭା ଆସନର ରାଜନୈତିକ ସ୍ଥିତି ନିଆରା ବାରି ହେଉଛି। କାରଣ ଜଗତ୍‌ସିଂହପୁରରେ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ଦଳ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଗତ ନିର୍ବାଚନ ସମୟରୁ ଟିକେଟକୁ ନେଇ ବିବାଦ ଲାଗି ରହିଛି। ଏପରି କି ୨୦୧୯ ସାଧାରଣ ନିର୍ବାଚନ ସମୟରେ ପ୍ରଶାନ୍ତଙ୍କୁ ଦଳୀୟ ଟିକେଟ ଘୋଷଣା ପରେ ଅମରେନ୍ଦ୍ର ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ପୋଡ଼ାଜଳା ସାଙ୍ଗକୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନ ସମୟରେ ଟିକେଟ ଦିଆଯିବ ବୋଲି ଆଶ୍ୱାସନା ଦେଇଥିବା ଅମରେନ୍ଦ୍ର ଗଣମାଧ୍ୟମ ଆଗରେ କହିଥିଲେ। ପରେ ଅମରେନ୍ଦ୍ରଙ୍କୁ ପ୍ରଥମେ ଦଳ ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ କରିଥିଲା। କିନ୍ତୁ ପ୍ରଶାନ୍ତ ବିଧାୟକ ହୋଇଗଲା ପରେ ସେମାନଙ୍କ ମଧ୍ୟରେ ବିବାଦ ଥମି ନ ଥିଲା। ସମୟ ଚକ୍ରରେ ଅମରେନ୍ଦ୍ରଙ୍କ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ଚାଲି ଯାଇଥିଲା। କିନ୍ତୁ ସେ ନିରାଶ ନ ହୋଇ ଦୀର୍ଘ ୫ବର୍ଷ ହେବ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ କ୍ରିୟାଶୀଳ କରି ଚାଲିଛନ୍ତି। ଏବେ ସେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାବାଦୀ ଅଛନ୍ତି। ପ୍ରଶାନ୍ତ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ପାଇଁ ଲବିରେ ରହିଛନ୍ତି। ବଡ଼ କଥା ହେଲା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆସନ୍ତା ୨୯ ତାରିଖରେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଛି। ଯଦି ମିଶନ୍ତି, ତେବେ ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଏସବୁ ଭିତରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି। ସେହିପରି ପାରାଦୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି)ଙ୍କ ପତ୍ନୀ ମୋନିଦିପା ନିକଟରେ ବିଜେଡିରେ ମିଶିଛନ୍ତି। କିନ୍ତୁ ବାପି ଏପର୍ଯ୍ୟନ୍ତ ଦଳ ଛାଡିନାହାନ୍ତି। ଗତ ପୌର ନିର୍ବାଚନ ସମୟରୁ ବାପି ଏକ ପ୍ରକାର ନୀରବତା ଅବଲମ୍ବନ କରି ଚାଲିଛନ୍ତି। ଯେଉଁ କାରଣରୁ ଜିଲା କଂଗ୍ରେସ ସଭାପତି ନଟବର ବାରିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୁଧବାର ବାପି ଶଙ୍ଖ ଭବନରେ ଏକ ବୈଠକରେ ଯୋଗ ଦେଇଥିଲେ। ଯଦି ଏହା ସତ ହୋଇଥାଏ, ତେବେ କଂଗ୍ରେସରେ ଥାଇ ଶଙ୍ଖ ଭବନରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଯୋଗଦେବା କେତେଦୂର ଠିକ୍‌ ତାକୁ ନେଇ ଆଲୋଚନା ଜୋର ଧରିଛି। ଏହି ନିର୍ବାଚନମଣ୍ଡଳୀରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଧାୟକ ସମ୍ବିତ ରାଉତରାୟଙ୍କ ପରେ ବାପି ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା କୁହାଯାଉଛି। ବାଲିକୁଦା-ଏରସମା ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ଭାବେ ଏକାଧିକ ଆଶାୟୀ ରହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଦଳ କ’ଣ କଲେ ଠିକ୍‌ ହେବ ତା’ ଉପରେ ମାନସ ମନ୍ଥନ କରୁଛି। ସେହିପରି ନିମାପଡ଼ା ଓ କାକଟପୁର ଆସନରେ ମଧ୍ୟ ଆଶାୟୀମାନେ ଯେପରି ଅସନ୍ତୁଷ୍ଟ ନ ହୁଅନ୍ତି, ସେନେଇ ଖସଡ଼ା ପ୍ରସ୍ତୁତ କରାଯାଉଥିବାରୁ ବିଜେଡି ଟିକେଟ ଘୋଷଣାରେ ବିଳମ୍ବ କରୁଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri