କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲୁଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ। ପୁରସ୍କାର ବାବଦରେ କମଳାଙ୍କୁ ୫୦ ହଜାର ଟଙ୍କା ଏବଂ ଏକ ତାମ୍ରଫଳକ ପ୍ରଦାନ କରାଯିବ।

କମଳା ‘ହାଏ ମୁମ୍ବାଇ’, ‘ସଲାମ ମୁମ୍ବାଇ’, ‘ଫଗୁଣଟା ଫେରିଗଲା ପରେ’, ‘ମାୟା ନଗରୀ କୋଳେ’ ଭଳି ଅନେକ ଉପନ୍ୟାସ ମଧ୍ୟ ରଚନା କରିଛନ୍ତି।