ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ସରଙ୍ଗି ପଞ୍ଚାୟତ ଅନ୍ତର୍ଗତ ନିଉଣ୍ଡି ଗ୍ରାମର ସାହେବ ମୁଣ୍ଡା ଅନ୍ୟତମ। ୯୧ ବର୍ଷ ବୟସରେ ମଧ୍ୟ ସେ କେନ୍ଦରା ବଜାଇ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
ମହାଭାରତ, ରାମାୟଣ ତଥା ସ୍ଥାନୀୟ କଥାବସ୍ତୁକୁ ଗୀତରେ ସ୍ଥାନ ଦେବାର ପାରଙ୍ଗମ ସାହେବ ଦିନ ମଜୁରିଆ ଭାବେ ଜୀବନ ନିର୍ବାହ କରିଆସୁଛନ୍ତି। ସମୟ ସୁଯୋଗ ପାଇଲେ କେନ୍ଦରା ବଜାଇ ଆରମ୍ଭ କରନ୍ତି ଲୋକ ସଙ୍ଗୀତ। ତାଙ୍କ କେନ୍ଦରା ଶବ୍ଦ ଶୁଣିଲେ ଗାଁ ଗହଳିରେ ଲୋକଙ୍କ ଭିଡ଼ ଜମିଯାଏ। ଏହାକୁ ଆୟୁଦ୍ଧ କରି ଗାଁକୁ ଗାଁ ବୁଲି କେନ୍ଦରା ବଜାଇ ଗୀତ ଗାଇବା ଏବଂ ଲୋକଙ୍କ ସହାନୁଭୂତି ସାଉଁଟିବା ସହିତ ମିଳୁଥିବା ଅର୍ଥରେ ପେଟ ଚାଖଣ୍ଡକ ପୋଷି ହୁଅନ୍ତି ସେ। ମାତ୍ର ଏବେ ତାଙ୍କୁ ବାର୍ଦ୍ଧକ୍ୟ ଘାରିସାରିଲାଣି। ମୟୂରଭଞ୍ଜ ଜିଲା ଗୁରୁ କଷ୍ଟୁ ମୁଣ୍ଡାଙ୍କଠାରୁ ଗୀତ ଗାଇବା ଓ କେନ୍ଦେରା ବଜାଇବା କୌଶଳ ଆଜି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ କଳାକାର ଭାବେ ପରିଚୟ ଦେଇଛି। ଲୋକ କଳା ଓ ଲୋକ ସାହିତ୍ୟକୁ ବଞ୍ଚାଇ ରଖିଥିବା ଏହି ଅସ୍ତଗାମୀ ପ୍ରତିଭା ଏବେ ସହାୟତା ଅପେକ୍ଷାରେ। କେବଳ ଖାଉଟି ସୁରକ୍ଷା ଯୋଜନାରେ ୫ କେ.ଜି.ଚାଉଳ ମିଳୁଥିବା ବେଳେ ଆଜି ପର୍ଯ୍ୟନ୍ତ କଳାକାର ଭତ୍ତା ପାଇନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ। ଏଭଳି କଳାକାରଙ୍କ ସହାୟତା ପାଇଁ ସିବନୀ ସାହିତ୍ୟ ସଂସଦ ସମ୍ପାଦକ ଡମ୍ବରୁ ମହାନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତାରେ ସୀମିତ ‘ରାବଣଛାୟା’

ପାଲଲହଡା,୧୮।୧ – କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକକଳା ରାବଣଛାୟା। ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଦିନେ ଏହା ଦେଶବିଦେଶରେ...

ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ...

ସାବିତ୍ରୀ ବ୍ରତ ପାଇଁ ମାନିଲେନି କଟକଣା: ଜିନିଷ କିଣିବାକୁ ଠେଲାପେଲା

ଅନୁଗୋଳ ଅଫିସ, ୨୧।୫- ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଗୁରୁବାର ଲୋକମୟ ହୋଇଉଠିଥିଲା ଅନୁଗୋଳ ବଜାର। କରୋନା ପାଇଁ ଜାରି ସବୁ କଟକଣାକୁ ଭୁଲି...

ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ଏମ୍‌କେସିଜିରେ ଡାକ୍ତର ଅଭାବ: ସମସ୍ୟା ସମାଧାନ ନ ହେଲେ ରାଜଧାନୀରେ ଧାରଣା

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ ମେଡିକାଲ ଏବେ ନାନା ଅବ୍ୟବସ୍ଥାରେ ଛନ୍ଦି ହୋଇ ହୋଇପଡ଼ିଛି। ଏଠାରୁ ବାରମ୍ବାର ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଡାକ୍ତର...

ବୋହୂଙ୍କୁ ନିର୍ଯାତନା: ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ମହିଳାଙ୍କ ଥାନା ଘେରାଉ

ରଣପୁର, ୯ା୩(ସ୍ବ.ପ୍ର.): ଦେଶବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନୟାଗଡ଼ ଜିଲା...

ଭିତ୍ତିପ୍ରସ୍ତରକୁ ୫ ବର୍ଷ ବିତିଲା, ଇଟା ଖଣ୍ଡେ ପଡ଼ିଲାନି

ଧାମନଗର, ୩୦ା୫ (ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦୋବଲ କାଳୀପଡ଼ିଆଠାରେ କଲ୍ୟାଣ ମଣ୍ଡପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗ୍ରାମାଞ୍ଚଳରେ କଲ୍ୟାଣ ମଣ୍ଡପ...

ଭାରରେ ବୁହାହେଲେ ରୋଗୀ

ମାଲକାନଗିରି,୧୩।୧(ଡି.ଏନ.ଏ.)  ମାଲକାନଗିରି ଜିଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର। ରାସ୍ତା ଖରାପ ଯୋଗୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଭାରରେ...

Advertisement
Archives

Model This Week