Categories: ଜାତୀୟ

‘ଅକ୍ସିଜେନ ଦିଅ’ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ପାତିଲେ କେଜ୍ରିୱାଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଅକ୍ସିଜେନ ଅଭାବରୁ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି। ଅକ୍ସିଜେନ ଅଭାବରୁ ହସ୍ପିଟାଲଗୁଡିକରେ ରୋଗୀଙ୍କୁ ଫେରାଇ ଦିଆଯାଉଥିବା କେଜ୍ରିୱାଲ ଚିଠିରେ ଉଲ୍ଳେଖ କରିଛନ୍ତି। ଏନେଇ ରାଜ୍ୟରେ ବଳକା ଥିବା ଅକ୍ସିଜେନ ତୁରନ୍ତ ଦିଲ୍ଲୀ ପଠାଇବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀର କରୋନା ସ୍ଥିତି ଯେଉଁଭଳି ଭାବେ ଉଗ୍ରରୂପ ଧାରଣ କରିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅକ୍ସିଜେନ ପର୍ଯ୍ୟାପ୍ତ ହେଉନାହିଁ।ତେଣୁ ଦିଲ୍ଲୀବାସୀଙ୍କୁ ସହଯୋଗ କରି ଜୀବନ ରକ୍ଷା କରନ୍ତୁ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି।

Share