Posted inଜାତୀୟ

କଟା ଘା’ରେ ଚୂନ ମାରିଲେ କେଜରିଓ୍ବାଲ, ଇସାରାରେ ରାହୁଲଙ୍କୁ କହିଦେଲେ ଏମିତି…

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ସରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍‌ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ।

ସେପଟେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କଟାକ୍ଷ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ କେଜ୍ରିୱାଲ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।

ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। କଂଗ୍ରେସର ପରାଜୟ ପରେ ଏହି ବୟାନ ଏକ ଅପମାନଜନକ ପରି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?