‘ଇମୋଶନାଲ ଟଚ୍‌’ ବଜାୟ ରଖୁ

ରିୟଲ୍‌ ଇଷ୍ଟେଟ୍‌ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍‌ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ କରିଥିଲେ ହଲ୍‌ମାର୍କ ଅର୍ନାମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌। ଜୁଏଲେରି କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ତେବେ ସେ ସବୁକୁ ଖାତିର ନ କରି ଆଗକୁ ବଢ଼ିଚାଲିଥିଲା ବ୍ୟବସାୟ। ଏହି ରିକ୍ସଟେକର ଦକ୍ଷ ବ୍ୟବସାୟୀ ତଥା ହଲ୍‌ମାର୍କ ଅର୍ନାମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ ନିର୍ଦ୍ଦେଶକ ବିଶ୍ୱଚେତନ ମିଶ୍ରଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ହଲ୍‌ମାର୍କ ଅର୍ନାମେଣ୍ଟ୍‌ସର ବଜାର କିଭଳି ବୃଦ୍ଧି ପାଉଛି?
୨୦୦୬ରୁ ଆମେ ହଲ୍‌ମାର୍କ ଅର୍ନାମେଣ୍ଟସ୍‌ ଆରମ୍ଭ କରିଥିଲୁ। ଜୁଏଲେରି ବ୍ୟବସାୟ ସହିତ ଆମେ ପୂର୍ବରୁ ଜଡ଼ିିତ ନ ଥିଲୁ। ବ୍ୟବସାୟରେ ସେତେବେଳେ ଆମକୁ ସହଯୋଗ ମିଳି ନ ଥିବାରୁ ଏଥିରେ ତିଷ୍ଠି ରହିବା ଚ୍ୟାଲେଞ୍ଜ ଥିଲା। ବ୍ୟବସାୟ ଆରମ୍ଭ ସମୟରେ ସୁନାଦର ୧୦ ଗ୍ରାମ୍‌କୁ ମାତ୍ର ୯,୦୦୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ତାହା ୫୫,୦୦୦ ପାର କରିଛି। ଗତ ୧୫ ବର୍ଷ ମଧ୍ୟରେ ସୁନାଦର ଯେଭଳି ଭାବରେ ବଢ଼ିଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଏହା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ପରେ ଆମେ ହୋଲ୍‌ ସେଲିଂ ଉପରେ ଧ୍ୟାନ ଦେଇଥିଲୁ ଏବଂ ଅଧିକ ଶୋ’ ରୁମ୍‌ ଖୋଲିବା ପାଇଁ ମନ ବଳାଇଥିଲୁ। ବର୍ତ୍ତମାନ ଭୁବନେଶ୍ୱର ଓ ଅନୁଗୋଳରେ ଆମର ଶୋ’ରୁମ୍‌ ରହିଛି।
ଯୁବପିଢ଼ି ଓ ବୟସ୍କଙ୍କ ଚାହିଦା ପୂରଣ ଦିଗରେ ଆପଣ କିଭଳି କାର୍ଯ୍ୟ କରୁଛନ୍ତି?
ବିବାହ ଧାର୍ଯ୍ୟ ହେବା ପରେ ବର୍ତ୍ତମାନର ଯୁବପିଢ଼ି ସେମାନଙ୍କ କଷ୍ଟ୍ୟୁମ୍‌ଠାରୁ ଆରମ୍ଭ କରି ଜୁଏଲେରି ପର୍ଯ୍ୟନ୍ତ ସବୁକିଛି ବାଛି ରଖୁଛନ୍ତି। ତେଣୁ ସେମାନଙ୍କ ପସନ୍ଦର ଜୁଏଲେରି ଡିଜାଇନ୍‌କୁ ଆମେ ଥ୍ରୀ-ଡି ଫର୍ମାଟ୍‌ରେ ସେମାନଙ୍କୁ ଦେଖାଇଥାଉ। ସେମାନଙ୍କୁ ଯାହା ପସନ୍ଦ ଆସେ, ସେହି ଦିଗରେ ଆମେ କାର୍ଯ୍ୟ କରୁ। ବୟସ୍କ ଲୋକମାନେ ଟ୍ରାଡିଶନାଲ୍‌ ଗହଣା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଦୀର୍ଘ ୧୫ ବର୍ଷର ବ୍ୟବସାୟିକ ଅନୁଭୂତି ଥିବାରୁ ଆମେ ଉଭୟ ବର୍ଗର ଚାହିଦା ପୂରଣ କରିବାକୁ ସବୁବେଳେ ଧ୍ୟାନ ଦେଇଥାଉ।
‘ହଲ୍‌ମାର୍କ ଅଳଙ୍କାର’ କିଭଳି ଭାବରେ ସ୍ବତନ୍ତ୍ର? ଗତ ୧୫ବର୍ଷ ଧରି ଗ୍ରାହକଙ୍କୁ କିପରି ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି?
ଜୁଏଲେରି ବ୍ୟବସାୟ ଆରମ୍ଭ ସମୟରେ ‘ହଲ୍‌ମାର୍କ’ ଗହଣା ଟ୍ରେଣ୍ଡ୍‌ କରୁଥିବାରୁ ଏହା ଉପରେ ଆମ ଶୋ’ ରୁମ୍‌କୁ ନାମିତ କରିଥିଲୁ। ଅର୍ଥାତ୍‌ ଆମ ଶୋ’ ରୁମ୍‌ର ନାମକୁ ଆମେ ୨୨ କ୍ୟାରେଟ୍‌ରେ ରୂପାନ୍ତରିତ କରିଦେଇଛୁ। ଏହା ହିଁ ଆମର ସ୍ବତନ୍ତ୍ରତା। ଜୁଏଲେରି ହେଉଛି ଏକ ‘ଇମୋଶନାଲ୍‌ ଟଚ୍‌’, ଏହା ଏକ ପରିବାରର ପିଢ଼ିଠାରୁ ପରବର୍ତ୍ତୀ ପିଢ଼ିକୁ ସଞ୍ଚରିତ କରେ। ସାଧାରଣତଃ ମା’ବାପା ଯେଉଁ ଜୁଏଲେରିରୁ ଗହଣା କିଣନ୍ତି, ଝିଅପୁଅ, ନାତୁଣୀନାତି ମଧ୍ୟ ସେହି ଗହଣା ଦୋକାନ ଉପରେ ଭରସା କରନ୍ତି। ତେଣୁ ଆମେ ସେମାନଙ୍କର ‘ଇମୋଶନାଲ୍‌ ଟଚ୍‌’କୁ ବଜାୟ ରଖିବାକୁ ପ୍ରୟାସ କରୁ।
ସୁନା ଦର ବୃଦ୍ଧି ଲୋକଙ୍କ ଗହଣା କ୍ରୟ ଉପରେ କିଛି ପ୍ରଭାବ ପକାଇଛି କି?
ଭାରତୀୟଙ୍କ ପାଇଁ ଗହଣା ହେଉଛି ସେମାନଙ୍କର ସମ୍ପତ୍ତି। ବିଦେଶୀଙ୍କ ଅପେକ୍ଷା ଭାରତୀୟ ବଜାରରେ ଅଧିକ ଗହଣା ବିକ୍ରି ହୁଏ। ସେମାନେ ନିଜ ଗହଣାକୁ ପିଢ଼ିରୁ ପର ପିଢ଼ିକୁ ପ୍ରଦାନ କରନ୍ତି। ସେମାନେ ବିଶେଷ ଉତ୍ସବଗୁଡ଼ିକ ପାଇଁ ଗହଣା କିଣନ୍ତି। ପରେ ତାହା ସେମାନଙ୍କ ସମ୍ପତ୍ତି ଭାବରେ ଗଣାହୁଏ। ତେଣୁ ସୁନା ଦର ବୃଦ୍ଧି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଏନାହିଁ। ବରଂ ସେମାନେ ଚାହାନ୍ତି ଯେ, ସୁନା ଦର ବୃଦ୍ଧି ପାଉ, ଯାହାଦ୍ୱାରା ସେମାନଙ୍କ ସମ୍ପତ୍ତି ବଢ଼ିବ।
ପୂର୍ବରୁ ଲୋକଙ୍କ ସୁନା କିଣିବା ପାଇଁ ଅଧିକ ଆଗ୍ରହ ଥିଲା ନା ବର୍ତ୍ତମାନ?
ଅଚାନକ ସୁନା ଦର ବଢ଼ିଗଲେ, ବଜାରରେ ଅଧିକ ଟଙ୍କାର ସୁନା ବିକ୍ରି ହୁଏ ମାତ୍ର ପରିମାଣରେ ହ୍ରାସ ଘଟେ। କିନ୍ତୁ ସୁନା କ୍ରୟ ପ୍ରତି ଆଗ୍ରହ କମ୍‌ ହୁଏନାହିଁ। ଲୋକେ ନିଜ ପୁରୁଣା ଗହଣା ବଦଳରେ ନୂଆ କ୍ରୟ କରିବା ଅପେକ୍ଷା ଶୋ’ ରୁମ୍‌ରୁ ନୂଆ ଗହଣା କ୍ରୟ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତି। ଏହିଥିରୁ ହିଁ ଲୋକମାନେ ସୁନା କ୍ରୟ କରିବାକୁ କେତେ ମାତ୍ରାରେ ଆଗ୍ରହୀ, ତାହା ଅନୁମାନ କରାଯାଇପାରେ।
କୋଭିଡ୍‌ ଲକ୍‌ଡାଉନ୍‌ ଜୁଏଲେରି ବ୍ୟବସାୟ ଉପରେ କି ପ୍ରଭାବ ପକାଇଛି?
ମହାମାରୀର ପ୍ରଥମ ଲହର ଜୁଏଲେରି ବ୍ୟବସାୟ ଉପରେ ବିଶେଷ ପ୍ରଭାବ ପକାଇଥିଲା। ୪-୫ ମାସ ପର୍ଯ୍ୟନ୍ତ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ବିବାହ କାର୍ଯ୍ୟକ୍ରମ ୧ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ସେହି ସମୟରେ ସୁନା ଦର ମଧ୍ୟ ବୃଦ୍ଧି ପାଇଥିଲା। ନିତାନ୍ତ ଆବଶ୍ୟକତା ବେଳେ ସୁନା ଦର ଆକାଶଛୁଅଁା ଥିଲେ ବି ଲୋକେ କିଣିବାକୁ ବାଧ୍ୟ ହୁଅନ୍ତି। ହେଲେ ସେହି ସମୟରେ କୌଣସି ବିଶେଷ ଉତ୍ସବର ଆୟୋଜନ ହେଉ ନ ଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରାୟ ୬ ମାସ ସମୟ ସୁନା ବ୍ୟବସାୟ ମାନ୍ଦା ହୋଇଯାଇଥିଲା। ପୁଣି ୨୦୨୦ ଅକ୍ଟୋବର ପରେ ଫେଷ୍ଟିଭ୍‌ ସିଜନ୍‌ ଆରମ୍ଭ ହେବା ପରଠାରୁ ବ୍ୟବସାୟ ଆରମ୍ଭ ହୋଇଥିଲା।
ଅନ୍‌ଲାଇନ୍‌ ଅଳଙ୍କାର ବ୍ୟବସାୟ ଉପରେ ଆପଣଙ୍କର ମତ କ’ଣ?
ବର୍ତ୍ତମାନ ସୁଦ୍ଧା ଅନ୍‌ଲାଇନ୍‌ ଅଳଙ୍କାର ବ୍ୟବସାୟ ଆରମ୍ଭ କରିନାହୁଁ। ତେବେ ଅନ୍‌ଲାଇନ୍‌ ଯୋଗେ ବୁକ୍‌ କରି ଶୋ’ ରୁମ୍‌ରୁ ଆସି ନେବା ସୁବିଧା ଆମେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରୁଛୁ। ସମ୍ପ୍ରତି ସବୁ ପ୍ରକାର ବ୍ୟବସାୟର ଅନ୍‌ଲାଇନ୍‌ ମୋଡ୍‌ ଉପଲବ୍ଧ। ତେବେ ବର୍ତ୍ତମାନ ସୁଦ୍ଧା ଗହଣାର ଅନ୍‌ଲାଇନ୍‌ ବ୍ୟବସାୟ ବିଶେଷ ଫଳପ୍ରଦ ହୋଇନାହିଁ। ବିଶ୍ୱାସଯୋଗ୍ୟ କୋରିୟର ବ୍ୟବସ୍ଥା ସହିତ ଇନ୍‌ସ୍ୟୁରାନ୍ସ ସୁବିଧା ରହିଲେ ଆମେ ନିଶ୍ଚିତ ଅନ୍‌ଲାଇନ୍‌ କାରବାର ଆରମ୍ଭ କରିବୁ।
ଭବିଷ୍ୟତରେ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କି ଯୋଜନା ରହିଛି?
ଭବିଷ୍ୟତରେ ଅଧିକ ଜୁଏଲେରି ପ୍ରତିଷ୍ଠା ପାଇଁ ଆମେ ଯୋଜନା ରଖିଛୁ। ବାଲେଶ୍ୱରରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରିବୁ। ତେବେ ବର୍ତ୍ତମାନ ୧ ବର୍ଷ ପାଇଁ ଏହି ଯୋଜନାକୁ ସ୍ଥଗିତ ରଖିବାକୁ ସ୍ଥିର କରିଛୁ। କୋଭିଡ୍‌ ସ୍ଥିତିକୁ ନଜରରେ ରଖି ଆଗକୁ ଏହା ଉପରେ ନିଷ୍ପତ୍ତି ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri