‘ଇମୋଶନାଲ ଟଚ୍‌’ ବଜାୟ ରଖୁ

ରିୟଲ୍‌ ଇଷ୍ଟେଟ୍‌ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍‌ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ କରିଥିଲେ ହଲ୍‌ମାର୍କ ଅର୍ନାମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌। ଜୁଏଲେରି କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ତେବେ ସେ ସବୁକୁ ଖାତିର ନ କରି ଆଗକୁ ବଢ଼ିଚାଲିଥିଲା ବ୍ୟବସାୟ। ଏହି ରିକ୍ସଟେକର ଦକ୍ଷ ବ୍ୟବସାୟୀ ତଥା ହଲ୍‌ମାର୍କ ଅର୍ନାମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ ନିର୍ଦ୍ଦେଶକ ବିଶ୍ୱଚେତନ ମିଶ୍ରଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ହଲ୍‌ମାର୍କ ଅର୍ନାମେଣ୍ଟ୍‌ସର ବଜାର କିଭଳି ବୃଦ୍ଧି ପାଉଛି?
୨୦୦୬ରୁ ଆମେ ହଲ୍‌ମାର୍କ ଅର୍ନାମେଣ୍ଟସ୍‌ ଆରମ୍ଭ କରିଥିଲୁ। ଜୁଏଲେରି ବ୍ୟବସାୟ ସହିତ ଆମେ ପୂର୍ବରୁ ଜଡ଼ିିତ ନ ଥିଲୁ। ବ୍ୟବସାୟରେ ସେତେବେଳେ ଆମକୁ ସହଯୋଗ ମିଳି ନ ଥିବାରୁ ଏଥିରେ ତିଷ୍ଠି ରହିବା ଚ୍ୟାଲେଞ୍ଜ ଥିଲା। ବ୍ୟବସାୟ ଆରମ୍ଭ ସମୟରେ ସୁନାଦର ୧୦ ଗ୍ରାମ୍‌କୁ ମାତ୍ର ୯,୦୦୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ତାହା ୫୫,୦୦୦ ପାର କରିଛି। ଗତ ୧୫ ବର୍ଷ ମଧ୍ୟରେ ସୁନାଦର ଯେଭଳି ଭାବରେ ବଢ଼ିଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଏହା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ପରେ ଆମେ ହୋଲ୍‌ ସେଲିଂ ଉପରେ ଧ୍ୟାନ ଦେଇଥିଲୁ ଏବଂ ଅଧିକ ଶୋ’ ରୁମ୍‌ ଖୋଲିବା ପାଇଁ ମନ ବଳାଇଥିଲୁ। ବର୍ତ୍ତମାନ ଭୁବନେଶ୍ୱର ଓ ଅନୁଗୋଳରେ ଆମର ଶୋ’ରୁମ୍‌ ରହିଛି।
ଯୁବପିଢ଼ି ଓ ବୟସ୍କଙ୍କ ଚାହିଦା ପୂରଣ ଦିଗରେ ଆପଣ କିଭଳି କାର୍ଯ୍ୟ କରୁଛନ୍ତି?
ବିବାହ ଧାର୍ଯ୍ୟ ହେବା ପରେ ବର୍ତ୍ତମାନର ଯୁବପିଢ଼ି ସେମାନଙ୍କ କଷ୍ଟ୍ୟୁମ୍‌ଠାରୁ ଆରମ୍ଭ କରି ଜୁଏଲେରି ପର୍ଯ୍ୟନ୍ତ ସବୁକିଛି ବାଛି ରଖୁଛନ୍ତି। ତେଣୁ ସେମାନଙ୍କ ପସନ୍ଦର ଜୁଏଲେରି ଡିଜାଇନ୍‌କୁ ଆମେ ଥ୍ରୀ-ଡି ଫର୍ମାଟ୍‌ରେ ସେମାନଙ୍କୁ ଦେଖାଇଥାଉ। ସେମାନଙ୍କୁ ଯାହା ପସନ୍ଦ ଆସେ, ସେହି ଦିଗରେ ଆମେ କାର୍ଯ୍ୟ କରୁ। ବୟସ୍କ ଲୋକମାନେ ଟ୍ରାଡିଶନାଲ୍‌ ଗହଣା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଦୀର୍ଘ ୧୫ ବର୍ଷର ବ୍ୟବସାୟିକ ଅନୁଭୂତି ଥିବାରୁ ଆମେ ଉଭୟ ବର୍ଗର ଚାହିଦା ପୂରଣ କରିବାକୁ ସବୁବେଳେ ଧ୍ୟାନ ଦେଇଥାଉ।
‘ହଲ୍‌ମାର୍କ ଅଳଙ୍କାର’ କିଭଳି ଭାବରେ ସ୍ବତନ୍ତ୍ର? ଗତ ୧୫ବର୍ଷ ଧରି ଗ୍ରାହକଙ୍କୁ କିପରି ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି?
ଜୁଏଲେରି ବ୍ୟବସାୟ ଆରମ୍ଭ ସମୟରେ ‘ହଲ୍‌ମାର୍କ’ ଗହଣା ଟ୍ରେଣ୍ଡ୍‌ କରୁଥିବାରୁ ଏହା ଉପରେ ଆମ ଶୋ’ ରୁମ୍‌କୁ ନାମିତ କରିଥିଲୁ। ଅର୍ଥାତ୍‌ ଆମ ଶୋ’ ରୁମ୍‌ର ନାମକୁ ଆମେ ୨୨ କ୍ୟାରେଟ୍‌ରେ ରୂପାନ୍ତରିତ କରିଦେଇଛୁ। ଏହା ହିଁ ଆମର ସ୍ବତନ୍ତ୍ରତା। ଜୁଏଲେରି ହେଉଛି ଏକ ‘ଇମୋଶନାଲ୍‌ ଟଚ୍‌’, ଏହା ଏକ ପରିବାରର ପିଢ଼ିଠାରୁ ପରବର୍ତ୍ତୀ ପିଢ଼ିକୁ ସଞ୍ଚରିତ କରେ। ସାଧାରଣତଃ ମା’ବାପା ଯେଉଁ ଜୁଏଲେରିରୁ ଗହଣା କିଣନ୍ତି, ଝିଅପୁଅ, ନାତୁଣୀନାତି ମଧ୍ୟ ସେହି ଗହଣା ଦୋକାନ ଉପରେ ଭରସା କରନ୍ତି। ତେଣୁ ଆମେ ସେମାନଙ୍କର ‘ଇମୋଶନାଲ୍‌ ଟଚ୍‌’କୁ ବଜାୟ ରଖିବାକୁ ପ୍ରୟାସ କରୁ।
ସୁନା ଦର ବୃଦ୍ଧି ଲୋକଙ୍କ ଗହଣା କ୍ରୟ ଉପରେ କିଛି ପ୍ରଭାବ ପକାଇଛି କି?
ଭାରତୀୟଙ୍କ ପାଇଁ ଗହଣା ହେଉଛି ସେମାନଙ୍କର ସମ୍ପତ୍ତି। ବିଦେଶୀଙ୍କ ଅପେକ୍ଷା ଭାରତୀୟ ବଜାରରେ ଅଧିକ ଗହଣା ବିକ୍ରି ହୁଏ। ସେମାନେ ନିଜ ଗହଣାକୁ ପିଢ଼ିରୁ ପର ପିଢ଼ିକୁ ପ୍ରଦାନ କରନ୍ତି। ସେମାନେ ବିଶେଷ ଉତ୍ସବଗୁଡ଼ିକ ପାଇଁ ଗହଣା କିଣନ୍ତି। ପରେ ତାହା ସେମାନଙ୍କ ସମ୍ପତ୍ତି ଭାବରେ ଗଣାହୁଏ। ତେଣୁ ସୁନା ଦର ବୃଦ୍ଧି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଏନାହିଁ। ବରଂ ସେମାନେ ଚାହାନ୍ତି ଯେ, ସୁନା ଦର ବୃଦ୍ଧି ପାଉ, ଯାହାଦ୍ୱାରା ସେମାନଙ୍କ ସମ୍ପତ୍ତି ବଢ଼ିବ।
ପୂର୍ବରୁ ଲୋକଙ୍କ ସୁନା କିଣିବା ପାଇଁ ଅଧିକ ଆଗ୍ରହ ଥିଲା ନା ବର୍ତ୍ତମାନ?
ଅଚାନକ ସୁନା ଦର ବଢ଼ିଗଲେ, ବଜାରରେ ଅଧିକ ଟଙ୍କାର ସୁନା ବିକ୍ରି ହୁଏ ମାତ୍ର ପରିମାଣରେ ହ୍ରାସ ଘଟେ। କିନ୍ତୁ ସୁନା କ୍ରୟ ପ୍ରତି ଆଗ୍ରହ କମ୍‌ ହୁଏନାହିଁ। ଲୋକେ ନିଜ ପୁରୁଣା ଗହଣା ବଦଳରେ ନୂଆ କ୍ରୟ କରିବା ଅପେକ୍ଷା ଶୋ’ ରୁମ୍‌ରୁ ନୂଆ ଗହଣା କ୍ରୟ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତି। ଏହିଥିରୁ ହିଁ ଲୋକମାନେ ସୁନା କ୍ରୟ କରିବାକୁ କେତେ ମାତ୍ରାରେ ଆଗ୍ରହୀ, ତାହା ଅନୁମାନ କରାଯାଇପାରେ।
କୋଭିଡ୍‌ ଲକ୍‌ଡାଉନ୍‌ ଜୁଏଲେରି ବ୍ୟବସାୟ ଉପରେ କି ପ୍ରଭାବ ପକାଇଛି?
ମହାମାରୀର ପ୍ରଥମ ଲହର ଜୁଏଲେରି ବ୍ୟବସାୟ ଉପରେ ବିଶେଷ ପ୍ରଭାବ ପକାଇଥିଲା। ୪-୫ ମାସ ପର୍ଯ୍ୟନ୍ତ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ବିବାହ କାର୍ଯ୍ୟକ୍ରମ ୧ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ସେହି ସମୟରେ ସୁନା ଦର ମଧ୍ୟ ବୃଦ୍ଧି ପାଇଥିଲା। ନିତାନ୍ତ ଆବଶ୍ୟକତା ବେଳେ ସୁନା ଦର ଆକାଶଛୁଅଁା ଥିଲେ ବି ଲୋକେ କିଣିବାକୁ ବାଧ୍ୟ ହୁଅନ୍ତି। ହେଲେ ସେହି ସମୟରେ କୌଣସି ବିଶେଷ ଉତ୍ସବର ଆୟୋଜନ ହେଉ ନ ଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରାୟ ୬ ମାସ ସମୟ ସୁନା ବ୍ୟବସାୟ ମାନ୍ଦା ହୋଇଯାଇଥିଲା। ପୁଣି ୨୦୨୦ ଅକ୍ଟୋବର ପରେ ଫେଷ୍ଟିଭ୍‌ ସିଜନ୍‌ ଆରମ୍ଭ ହେବା ପରଠାରୁ ବ୍ୟବସାୟ ଆରମ୍ଭ ହୋଇଥିଲା।
ଅନ୍‌ଲାଇନ୍‌ ଅଳଙ୍କାର ବ୍ୟବସାୟ ଉପରେ ଆପଣଙ୍କର ମତ କ’ଣ?
ବର୍ତ୍ତମାନ ସୁଦ୍ଧା ଅନ୍‌ଲାଇନ୍‌ ଅଳଙ୍କାର ବ୍ୟବସାୟ ଆରମ୍ଭ କରିନାହୁଁ। ତେବେ ଅନ୍‌ଲାଇନ୍‌ ଯୋଗେ ବୁକ୍‌ କରି ଶୋ’ ରୁମ୍‌ରୁ ଆସି ନେବା ସୁବିଧା ଆମେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରୁଛୁ। ସମ୍ପ୍ରତି ସବୁ ପ୍ରକାର ବ୍ୟବସାୟର ଅନ୍‌ଲାଇନ୍‌ ମୋଡ୍‌ ଉପଲବ୍ଧ। ତେବେ ବର୍ତ୍ତମାନ ସୁଦ୍ଧା ଗହଣାର ଅନ୍‌ଲାଇନ୍‌ ବ୍ୟବସାୟ ବିଶେଷ ଫଳପ୍ରଦ ହୋଇନାହିଁ। ବିଶ୍ୱାସଯୋଗ୍ୟ କୋରିୟର ବ୍ୟବସ୍ଥା ସହିତ ଇନ୍‌ସ୍ୟୁରାନ୍ସ ସୁବିଧା ରହିଲେ ଆମେ ନିଶ୍ଚିତ ଅନ୍‌ଲାଇନ୍‌ କାରବାର ଆରମ୍ଭ କରିବୁ।
ଭବିଷ୍ୟତରେ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କି ଯୋଜନା ରହିଛି?
ଭବିଷ୍ୟତରେ ଅଧିକ ଜୁଏଲେରି ପ୍ରତିଷ୍ଠା ପାଇଁ ଆମେ ଯୋଜନା ରଖିଛୁ। ବାଲେଶ୍ୱରରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରିବୁ। ତେବେ ବର୍ତ୍ତମାନ ୧ ବର୍ଷ ପାଇଁ ଏହି ଯୋଜନାକୁ ସ୍ଥଗିତ ରଖିବାକୁ ସ୍ଥିର କରିଛୁ। କୋଭିଡ୍‌ ସ୍ଥିତିକୁ ନଜରରେ ରଖି ଆଗକୁ ଏହା ଉପରେ ନିଷ୍ପତ୍ତି ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri