ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…

ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଏହି ଶୋ’ ଆରମ୍ଭ ହୋଇଥିଲା। ପ୍ରଥମ ସିଜିନ୍‌ରେ ମୁମ୍ବାଇର ହର୍ଷବର୍ଦ୍ଧନ ନଓ୍ବାଠେ ଏକ କୋଟି ଟଙ୍କା ଜିତିଥିଲେ। ଏବେ ହର୍ଷବର୍ଦ୍ଧନ ବୃଦ୍ଧ ହୋଇଗଲେଣି।

୨୦୨୦ରେ ତାଙ୍କର ଏକ ସାକ୍ଷାତକାର ଆସିଥିଲା। ଏଥିରେ ସେ ନିଜର କୋଟିପତି ହେବା ପରର ଯାତ୍ରା ବିଷୟରେ ଅନେକ କିଛି କହିଥିଲେ। କୋଟିଏ ଟଙ୍କା ଜିତିବା ପରେ ହର୍ଷବର୍ଦ୍ଧନଙ୍କ ଫଟୋ ପେଜ୍‌-୩ରେ ପ୍ରକାଶ ପାଇଥିଲା। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିବାରୁ ଲୋକମାନେ ତାଙ୍କ ଝଲକ ପାଇବାକୁ ଏକାଠି ହୋଇଯାଉଥିଲେ।

ଏକଦା ହର୍ଷବର୍ଦ୍ଧନ ଏକ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ସେଠାରେ ବହୁତ ଭିଡ ଥିଲା। ତାଙ୍କ ବଡିଗାର୍ଡମାନେ ଗହଳି ଭିତରେ ହଜି ଯାଇଥିଲେ। ଯେତେ ଚେଷ୍ଟା କଲେ ହେଁ ସେ ତାଙ୍କୁ ପାଇ ନ ଥିଲେ। ଲଗାତାର ଭାବେ ଭିଡ ବଢ଼ୁଥିବା ବେଳେ ସମସ୍ତେ ହାତ ଦେଖାଇ ହର୍ଷବର୍ଦ୍ଧନଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କିଛି ସମୟ ପରେ ହଠାତ ହାତରେ କିଛି ଲାଗିଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ଯାହା ଦେଖିଲେ ଚମକି ପଡ଼ିଲେ। କାରଣ ତାଙ୍କ ହାତକୁ ବ୍ଲେଡରେ କେହି କାଟି ଦେଇଥିଲେ। ତାଙ୍କର ରକ୍ତ ବୋହିଚାଲିଥିଲା। ଘଟଣାଟି ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ କଷ୍ଟ ଦେଇଥିଲା।

ଏହାଛଡ଼ା ହର୍ଷବର୍ଦ୍ଧନ ବାଲ ଠାକ୍‌ରେଙ୍କୁ ଭେଟିଥିଲେ। ଠାକ୍‌ରେ ତାଙ୍କୁ ସମ୍ମାନର ସହ ପାଖରେ ବସାଇ ଅନେକ ବିଷୟରେ ପରାମର୍ଶ ଦେଇଥିଲେ। ସେଥିରୁ ଗୋଟିଏ ଥିଲା ହାତ ନ ମିଳାଇ ନମସ୍କାର କରିବା। ଏହାକୁ ସେ ଆଜିଯାଏ ମାନି ଆସୁଛନ୍ତି ବୋଲି ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri