୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍‌ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ନିଜ ସୌନ୍ଦର୍ଯ୍ୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଲେଣି। କ୍ୟାଟ୍ରିନା କୈଫ୍‌ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଶୁଟିଂ ଆରମ୍ଭ କରିଛନ୍ତି। ସେ ଶୁଟିଂସେଟ୍‌ରୁ ଏକ ଫଟୋ ଶେୟାର କରିଛନ୍ତି।

ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତିନୋଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ‘ବାର ବାର ଦେଖୋ’ ଲେଖାଯାଇଥିବା ବେଳେ ‘ମେରୀ ଖ୍ରୀଷ୍ଟମାସ’ ସହିତ ଏକ କ୍ଲିପ୍‌ବୋର୍ଡ ଫଟୋ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି,‘କାମ, କାମ, କାମ।

ଦ୍ୱିତୀୟ ଫଟୋରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କର ଏକ କଳା ଏବଂ ଧଳା ଫଟୋ ଦେଖିବାକୁ ମିଳିଛି। ସେହିପରି ତୃତୀୟ ଫଟୋରେ ସାଉଥ୍‌ ଅଭିନେତା ବିଜୟ ସେଥୁପାଠୀଙ୍କ ଫଟୋ ଶେୟାର କରିଛନ୍ତି।

ଗତ ବର୍ଷ ଖ୍ରୀଷ୍ଟମାସ ଅବସରରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଏହି ଫିଲ୍ମର ନାମ ଘୋଷଣା କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେଥୁପାଠୀ ନଜର ଆସିବେ। ଫିଲ୍ମଟି ଟିପ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ, ମ୍ୟାଚ ବକ୍ସ ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ରମେଶ ତରଣୀ ଏବଂ ସଞ୍ଜୟ ରାଉତରାଙ୍କ ଦ୍ୱାରା ନିର୍ମିତ ହେଉଛି। କାଟ୍ରିନାଙ୍କ ହାତରେ ଏବେ ଖାଲି ଫିଲ୍ମ ପରେ ଫିଲ୍ମ। ତେଣୁ ତାଙ୍କ ଖୁସି କହିଲେ ନ ସରେ।

‘ମେରୀ ଖ୍ରୀଷ୍ଟମାସ’ ବ୍ୟତୀତ କ୍ୟାଟ୍ରିନା ପରବର୍ତ୍ତୀ ସମୟରେ ହରର୍‌ କମେଡି ‘ଫୋନ୍‌ ଭୂତ’ରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଯାହାକି ୪ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସଲମାନ ଖାନ୍‌ଙ୍କ ସହ ତାଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଏକ ଥା ଟାଇଗର -୩’ ଆସୁଛି। ଯାହା ୨୩ ଏପ୍ରିଲ ୨୦୨୩ରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?