୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା ଶୁକ୍ରବାର ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କ୍ୟାଟ୍ରିନାଙ୍କୁ ଦୀର୍ଘ ୧୮ ବର୍ଷ ଧରି ଲମ୍ବା ଓ କଠିନ ଯାତ୍ରା କରିବାକୁ ପଡ଼ିଥିଲା। ଯେତେବେଳେ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ସେତେବେଳେ ତାଙ୍କୁ ହିନ୍ଦୀ ଭାଷା କହିବାକୁ ବହୁ ସମସ୍ୟା ହେଉଥିଲା। କିନ୍ତୁ ଆଜି ସେ ହିନ୍ଦୀ ଚଳଚ୍ଚିତ୍ରର ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। ଆଜିକା ଦିନରେ ସେ ବଲିଉଡ୍‌ର ୩ ଖାନଙ୍କ ସମତେ ବିଗ ବି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣବୀର କପୁରଙ୍କ ଭଳି ଶ୍ରେଷ୍ଠ କଳାକାରଙ୍କ ସହ କ୍ୟାଟ୍ରିନା ସିଲଭର ସ୍କ୍ରିନ ଶେୟାର କରିସାରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ବଡ଼ ବଡ଼ ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ତେବେ ଏଥିରୁ ତାଙ୍କ ଲୋକପ୍ରିୟତା ବିଷୟରେ ସହଜରେ ଅନୁମେୟ କରିହେବ।

ବଲିଉଡ୍‌ରେ ସର୍ବାଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ହେଉଛନ୍ତି ଅନ୍ୟତମ। ଯିଏ ୪ଥର ଫିଲ୍ମଫେୟାର ନୋମିନେଶନ ପାଇଁ ନୋମିନେଟ୍‌ ହୋଇସାରିଛନ୍ତି। ଅନ୍ୟପଟେ ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ କ୍ୟାଟ୍ରିନା ମଡେଲିଂ କରୁଥିଲେ। ଅନେକ ମ୍ୟାଗାଜିନରେ ସେ ନିଜର ବୋଲ୍ଡ ଫଟୋଶୁଟ କରାଇଛନ୍ତି। ବିଭିନ୍ନ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ତେବେ ୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିବା କ୍ୟାଟ୍ରିନା ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବୁମ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ସେହି ସମୟରେ ଏହି ଫିଲ୍ମକୁ ବିଶେଷ ସଫଳତା ମିଳି ନ ଥିଲା। ଏହି ଫିଲ୍ମରେ ସଫଳତା ନ ମିଳିବାରୁ ସେ ସାଉଥ୍‌ ସିନେମା ପ୍ରତି ନିଜର ରୁଚି ଦେଖାଇଥିଲେ। ୨୦୦୪ରେ ତେଲଗୁ ଫିଲ୍ମ ‘ମଲ୍ଲିସ୍ବରୀ’ରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ସାଉଥ ଇଣ୍ଡଷ୍ଟ୍ରି ତାଙ୍କୁ ୭୫ଲକ୍ଷ ଟଙ୍କା ଦେଇଥିଲା। ଯାହା ସେହି ସମୟରେ ତେଲଗୁ ଫିଲ୍ମରେ ଜଣେ ମହିଳାଙ୍କୁ ଦିଆଯାଉଥିବାର ସର୍ବାଧିକ ରାଶି ରହିଥିଲା। ସେହି ସମୟରେ ସେ ତେଲଗୁ ଫିଲ୍ମର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ଭାବେ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri