କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏବେ ଏହି ନାୟିକା ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ସେ ତାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ସେ ନିଜେ ଜଣେ ବିଫଳ ପ୍ରେମିକା ବୋଲି କୁହାଯାଏ। କିଛିଦିନ କ୍ୟାଟ୍ରିନା କୈଫ ଓ ରଣବୀର କପୁରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା। ଆଉ ଏହାପରେ ରଣବୀରଙ୍କ ଜୀବନରେ ଆସିଥିଲେ ଆଲିଆ। ଉଭୟ ଲିଭ୍‌ଇନରେ ରହିଥିବା ବେଳେ ଅନେକ ପାର୍ଟିରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁଥଲା। ଏମିତିକି ଏମାନଙ୍କର ଏକାଠି କିଛି ଫଟୋ ମଧ୍ୟ ଆସିଥିଲା ଚର୍ଚ୍ଚାକୁ। ଏମାନେ ପରସ୍ପର ସହ ଥିବା ସମ୍ପର୍କକୁ ନେଇ ଖୋଲାଖୋଲି କଥା ବି ହେଉଥିଲେ। ଆଉ ସମସ୍ତେ ଭାବୁଥିଲେ ଦୁହେଁ ନିକଟରେ ବିବାହ କରିପାରନ୍ତି। କିନ୍ତୁ ହଠାତ୍‌ ଉଭୟଙ୍କ ଭିତରେ ଦେଖାଦେଇଥିଲା ଫାଟ। କାରଣ ଥିଲେ କ୍ୟାଟ୍ରିନା। ତାଙ୍କର କିଛି ବିକିନି ଫଟୋ ସାମ୍ନାକୁ ଆସିବା ପରେ ଏହା ରଣବୀରଙ୍କୁ ଆଦୌ ପସନ୍ଦ ନ ଥିଲା। ଏହାକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ କ୍ୟାଟ୍ରିନା ମୋ ପାଇଁ ସବୁବେଳେ ସ୍ପେଶାଲ, ମୁଁ ତାଙ୍କ ପାଇଁ ଜୀବନ ଦେଇପାରେ। ତେବେ ରଣବୀରଙ୍କ ମାତାପିତାଙ୍କୁ କ୍ୟାଟ୍ରିନା ପସନ୍ଦ ନ ଆସିବାରୁ କୁଆଡେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା ବୋଲି କୁହାଯାଏ। ଏବେ କ୍ୟାଟ୍ରିନାଙ୍କ ନାମ ଭିକ୍କି କୌଶଲଙ୍କ ସହ ଯୋଡା ଯାଇଥିବା ବେଳେ ଦୁହିଁଙ୍କୁ ଏବେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। କୁହାଯାଏ କ୍ୟାଟ୍ରିନା ତାଙ୍କ ଆଡୁ କେତେଜଣ ନାୟକଙ୍କ ପ୍ରେମରେ ପଡିଥିବା ବେଳେ ସେଥିରେ ମଧ୍ୟ ସେ ସଫଳ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ଦେଖିବାକୁ ଧାଇଁ ଗଲେ ଶେହନାଜ; ଶ୍ମଶାନ ପାହାଚରେ ବସି କାନ୍ଦିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍‌ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର, ବନ୍ଧୁ, ପରିଜନ ଏବଂ ପ୍ରଶଂସକ । ଚାରିଆଡେ ଶୋକର ଛାୟା ଖେଳିଯାଇଥିବା...

ଲକ୍‌ଡାଉନରେ ଅସଲି ହିରୋ ପାଲଟିଲେ ବଲିଉଡ୍‌ର ଏହି ଖଳନାୟକ

ମୁମ୍ବାଇ: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଅନ୍ୟପଟେ ଲକ୍‌ଡାଉନ। ଏହା ଏବେ ଅନେକଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି କରିଛି। ଆଉ ଏହି...

ସାତ ବର୍ଷରେ କେତେ ବଦଳି ଗଲେଣି ମୁନ୍ନି

ମୁମ୍ବାଇ: ୨୦୧୫ରେ ଆସିଥିବା ବଲିଉଡ ମୁଭି ‘ବଜରଙ୍ଗି ଭାଇଜାନ’ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁନ୍ନି(ହର୍ଷାଳି ମାଲହୋତ୍ରା) । ତାଙ୍କର ସରଳତା ସମସ୍ତଙ୍କ ହୃଦୟ ଜିତିଥିଲା ।...

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ-ରାହୁଲ

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ତିନି ବର୍ଷରୁ ଅଧିକ...

ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ...

ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ

ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

୮ ବର୍ଷରେ ବାପାଙ୍କୁ ଅଭିନେତ୍ରୀ ହେବି କହିଥିଲେ ନୋରା, କଠୋର ହୋଇ …

ଅଭିନେତ୍ରୀ ନୋରା ଫତେହି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ। ୨୦୧୮ରେ ତାଙ୍କର ଗୋଟିଏ ଗୀତ ତାଙ୍କୁ ବହୁତ ଉପରକୁ ନେଇ...

Advertisement
Archives

Model This Week