Posted inଫୁରସତ

ଠିଆ ଖିଆ

ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ l ମାତ୍ର ଗିରିଆ ଗାଁରେ ରହି ଚାଷବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ l ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ ଗିରିଆ ଘରେ ଏକାଠି ଖାଇବା, ଶୋଇବାଠାରୁ ଗାଁ ନଈରେ ନିତ୍ୟକର୍ମକରି ଫେରୁଥିଲେ l ଗିରିଆ ସ୍ତ୍ରୀ ରେବତୀ ଭାଉଜ ହାତରୁ ପଖାଳ ସାଥୀରେ ସୁଆଦିଆ ସାଗଭଜା, ମାଛ ବେସର, ବଡିଚୁରା, ଚଟଣୀ ତାଙ୍କୁ ଭାରି ଭଲଲାଗେ l ଦିନେ ଅଚାନକ ଶ୍ରୀଧର ବାବୁ ଗାଡିଧରି ଆସି ଗୋଟାଏ ଦାମୀ ସୁନ୍ଦର ନିମନ୍ତ୍ରଣପତ୍ର ଗିରିଆ ହାତକୁ ବଢେଇ ସପରିବାରେ ତାଙ୍କ ଝିଅ ବାହାଘରକୁ ଯାଇ ଭୋଜିଖାଇ ଆଶୀର୍ବାଦ ଦେବାକୁ ଅନୁରୋଧ କରିଗଲେ l ଏତେଦିନର ଏକାଆତ୍ମାପରି ଏକାଠି ଚଳି, ପଢି ବଢ଼ିଆସିଥିବା ସାଙ୍ଗର ଅନୁରୋଧ ଏଡେଇ ନପାରି ବାହାଘରଦିନ ପିଲାଛୁଆ ଧରି ସକାଳୁ ବାହାରିପଡିଲେ ଗିରିଧାରୀ l ସକାଳେ ଘରେ ଯାହା ପଖାଳ ଖିଆ ହୋଇଥିଲା l ଭୁବନେଶ୍ୱର ବନ୍ଧୁଙ୍କ ବଡ଼କୋଠା ପାଖରେ ଦିନ ତିନିଟାରେ ପହଂଚିଲା ବେଳକୁ ସମସ୍ତଙ୍କୁ ଭାରି ଭୋକ ଲାଗିଲାଣି l ହେଲେ ଇଏ କଣ? ବାହାଘର, ଅଥଚ ଗେଟରେ ଏଡ଼େବଡ଼ ତାଲା ! ଏଇ ସହରିଆ ତାଲା.. ଗେଟରେ ଯେମିତି ଝୁଲି ଝୁଲି କହୁଥିଲl.. ଆରେ ଗାଉଁଲି, ଗେଟ ଆଉଟ.. ଶୀଘ୍ର ଏଠୁ ପଳା l ବିଚରା ଗିରିଆ ମଡର୍ଣ ଯୁଗରେ ସ୍ମାର୍ଟଫୋନ ନଥିଲେ ବି ନିଜ ବାରଶହ ଟଙ୍କିଆ ଟିପାଫୋନରେ ଶିରିଆ ସାଙ୍ଗେ କଥାହୋଇ ଜାଣିଲେ ସମସ୍ତେ ବାହାଘରପାଇଁ ବୁକିଂ ହୋଟେଲ ମଣ୍ଡପରେ ଅଛନ୍ତି l ବିଚରା ଅଟୋଭଡା ତା ଘରକୁ ତିନିଶହ ତୁଟେଇ ଥିଲେବି ଆଉ ପାଞ୍ଚଶହ ଅଧିକଦେଇ ଚନ୍ଦ୍ରଶେଖରପୁରରୁ ପୁଣି ସହୀଦନଗର ମଣ୍ଡପ ହୋଟେଲକୁ ଗଲେ l ସାଙ୍ଗ ଶ୍ରୀଧର ଓ ପତ୍ନୀ ସୁରମା ଦେବୀ ଧାଇଁଆସି ଶ୍ରଦ୍ଧାରେ ପାଛୋଟିନେଲେ। କହିଲେ.. ଆଗ ଜଳାଯୋଗ କାମ ସାରନ୍ତୁ, ପରେ କଥାହେବା l ରେବ ଭାଉଜ ଖାଇଲା ପିଇଲା ଘର ଝୁଅ। ଦିନକୁ ଚାରି ବକତ ପଖାଳ, ରୁଟି, ପରଟା, ଚୁଡା, ମୁଢି ଇତ୍ୟାଦି ନଖାଇଲେ ପେଟପୂରେନି l ଭୋକରେ ପିଲାଙ୍କୁ ନେଇ ଧାଇଁଗଲେ ଜଳାଯୋଗ ଜାଗାକୁ l ଭାବିଥିଲେ ଖରାବେଳିଆ ଓଜନିଆ ଭୋଜନ ପେଟଭରି ଖାଇବେ l ହେଲେ ଇଏ କଣ? କଳା, ହଳଦିଆ, ପାଣି କାଗଜ ଗିଲାସରେ ପିଇବାକୁ ଦେଉଛନ୍ତି। ତା ଛଡା ପୋଷେଲେଖା ଚା’କୁ ଟିକି କାଗଜ କପରେ ଯାଚୁଥିବା ବ୍ୟବସ୍ଥାକୁ ଏଠି ଜଳାଯୋଗବୋଲି ଏଡ଼େ ଏଡ଼େ ଅକ୍ଷରରେ ଲେଖାଦେଖି ତାଙ୍କ ହଂସା ଉଡ଼ିଗଲା l ଥଣ୍ଡା ପିଇବାକୁ ରେବ ଭାଉଜଙ୍କୁ ଯମା ଭଲଲାଗେନି l ପାଟି ଝିମିଝିମି ହୋଇଯାଏ.. ବାନ୍ତି ଦେଖାଏ l ଖରାରେ ଦେଢ଼ଶହ କିଲୋମିଟର ଆସି ପେଟଗରମକୁ ଭୋକରେ ନିଆଁ ଜଳୁଛି l ରାଗି ପାଚି ଉଚ୍ଛନ୍ନହେଇ ପତିଦେବଙ୍କୁ ଗାରୁ ଗାରୁ ହେଇ କହିଲେ ପିଲାଦିଟା ଓ ତାଙ୍କ ପାଇଁ ଶୀଘ୍ର ହୋଟେଲ ଦେଖ l ସହରିଆ ବାଟଘାଟ ଅଜଣା l ହୋଟେଲ ଉଣ୍ଡାଳି ନପାଇ ବାରଟା ବିସ୍କୁଟ ପ୍ୟାକେଟ ଧରି ପତ୍ନୀକି ଦେବାରୁ ସେ ଗୋଟେ ପ୍ଲାଷ୍ଟିକ ଚେୟାର ଭିଡିଆଣି ବସି ନିଜେ ଛ ପ୍ୟାକେଟ ଚୋବେଇ ବାକି ଦି’ ଦି’ପ୍ୟାକେଟ ଦୁଇ ପିଲା ଓ ପତିଙ୍କୁ ଦେଲେ। ତାଙ୍କୁ ଲାଗୁଥିଲା ଏଇ ଖାଇବା ଯେମିତି ହାତୀକି ହୋମିଓପାଥି ପରି। ଆଗରୁ ସହର, ବଡ଼କୋଠା, ଏମିତି ଗେଟସଜା ଦେଖିନଥିବାରୁ ଉପରକୁ ଅନେଇ ସିଏ ବୁଲିବା ଦେଖି ଗିରିଆଭାଇ କହିଲେ ହେଇ, ଏମିତି କଣ ଅନାଉଛ? ପତ୍ନୀ କହିଲେ ମେତେ କଣ ଓଲି ଭାବୁଛ ନା କଣ? ତେମେ ବଇଥା l ମୁଁ ଆଇଛି ମାନେ କଣ କୋଉଠି ହଉଛି ଦେଖିବି l ସମସ୍ତଙ୍କ ସାଙ୍ଗେ ଚିହ୍ନା ପରିଚୟ ହେବି l ଆଗ ଗଲେ ଶିରିଆ ଝୁଅକୁ ଖୋଜିବାକୁ l

ହୋଟେଲ ଭିତରେ ସବୁ ରୁମ ଦରଜା ଖୋଲି ଶେଷକୁ ଗୋଟେଘରେ ସେ ବସିଥିବାର ପାଇଗଲେ l ଝିଅର ସାଙ୍ଗମାନେ ତାକୁ ଘେରିଛନ୍ତି l ଗୋଟେ ପୁଅପିଲା ତାକୁ ସଜକରୁଛି l ଧସେଇପଶି କହିଲା ଆଲୋ ଝିଅ ! ତୁ ଏଇଠି ବସି ସଜହଉଛୁ l ମୁଁ କେତେଆଡ଼େ ଖୋଜିଲାଣି l କେଡେ ସୁନ୍ଦର ସଜହଉଛୁ ତ l ଯିଏ ସଜାଉଛି.. ସିଏ କଣ ତୋ ଭାଇ ? ଝିଅ ସାଙ୍ଗମାନଙ୍କ ସହ ସିଏ ବି ଫେଁ ଫେଁ ହେଇ ହସି କହିଲା.. ନାଇଁ ମାଉସୀ,.. ସେ ଜଣେ ବିଉଟିସିଆନ l ପାର୍ଲରରୁ ଆସିଛନ୍ତି l ସଜେଇଲେ ଆଠ ହଜାରେ ଟଙ୍କା ନିଅନ୍ତି l ଆଠହଜାର ଶୁଣି କାଠହେଇ ଆଁ ଟା କରି ଅନେଇଁ ପଳେଇଆସି ଥକ୍କାହେଇ ବସିଗଲେ l
ଏତେଦିନରେ ସେ ପୂରା ଦେଢ଼ହଜାରେ ଟଙ୍କାରେ ଚକମକିଆ ଶାଢୀ କୁଞ୍ଚକରି ପିନ୍ଧି ଭାବୁଥାନ୍ତି ବୋଧେ ସମସ୍ତଙ୍କଠୁ ଦାମିକିଆ ଶାଢୀ ପିନ୍ଧିଛନ୍ତି l ତାଙ୍କ ପାଖରେ ଜଣେ ଭଦ୍ରମହିଳା ନାଲି ଓଠରେ ଆଖିରେ କଳା ଚଷମା ପିନ୍ଧି ବସିଥିଲେ l ରେବ ଭାଉଜ ତାଙ୍କ ଶାଢ଼ିକି ଅନେଇଁ ପାଖକୁ ଯାଇ ପଚାରିଲେ.. ଆଲୋ ଭଉଣୀ ! ତେମେ ଯୋଉ ଶାଢୀ ପିନ୍ଧିଛ.. କେଇଯେ ଟଙ୍କାରେ କିଣିଛ ସେ ହସକୁ ଚାପି କହିଲେ ବାରହଜାର ପାଞ୍ଚଶହ l ଏତକଶୁଣି ଧାଇଁଆସି ସ୍ବାମୀକି କହିଲେ.. ଜାଣିଛ? ସହରିଆ ଭାରି ମିଛୁଆ, ଠକ। ଗିରିଆ ପଚାରିଲେ କେମିତି? କହିଲେ.. ଦେଖୁନ.. ତମ ଅଗରେ ଯୋଉ ମାଇପିଟା ବସିଛି , କହୁଛି ତା ଶାଢୀ କୁଆଡେ ବାରହଜାରେ ପାଁ ଶହ l ଏତେ ଦାମରେ ଶାଢୀ କୋଉଠି ଥାଏ ? କାହିଁ ମୋ କାନ ଉଠିଲାଦିନୁ ମୁଁ ତ ଶୁଣିନି l ଆଉଗୋଟେ କଥା ଜାଣିଛ ? ତମ ସାଙ୍ଗ ଶିରିଆ.. ଭାରି ସରଳିଆ ବୋକା l ସମସ୍ତେ ତାକୁ ଠକିନେଉଥିବେ l ଆଲୋ ତା ଝୁଅକୁ ଗୋଟେପୁଅ ଶୁଅଁ, ପାଉଣ୍ଡର ନଗେଇ ସଜକରୁଛି l ସିଏ କୋଉ ପାଲର ବାଲା ତାକୁ ପାଲରେ ପକେଇ ତା’ଠୁ ଆଠହଜାର ଟଙ୍କା ନବ କହୁଛି l ପାଖରେ ଥିବା ଜଣେ ଏ କଥା ଶୁଣି ହସି ମୁହଁରେ ହାତଦେଇ ପଳେଇଲେ l ଗିରିଆ କହିଲେ.. ତମକୁପରା ମନାକଲି କାହାସହ କଥାହୁଅନି l ଏଇଠି ଚୁପହେଇ ବସ l କହିଲା.. କାହିଁକି ବା? ମୁଁ ଟିକେ ଚିହ୍ନା ହୁଏ l ଛ ’ଟା ଚେୟାର ଛାଡି ଆଉଜଣେ ମହିଳାଙ୍କ ପାଖରେ ବସି ପଚାରିଲେ.. ତମ ଘର କୋଉଠି ? ସେ ୟାଙ୍କୁ ଚାହିଁ ମୁରୁକିହସି କହିଲେ, ବରମୁଣ୍ଡା l ସଙ୍ଗେ ସଙ୍ଗେ ରେବ ଭାଉଜ କହିଲେ.. ତେମେ ଆମ କନକ ସାଙ୍ଗରେ ଦେଖାହୁଅ? ମହିଳାଜଣକ ଆଶ୍ଚର୍ଯ୍ୟହୋଇ ପଚାରିଲେ.. କୋଉ କନକ? ରେବଭାଉଜ କହିଲେ ସେଇବା ଆମ ଗାଁ ନଟ ମଉସା ଝୁଅ କନକ .. ବରମୁଣ୍ଡାରେ ବାହାହେଇଛି l ତା ଜୋଇଁ ଚାକିରୀ କରୁଛି l ତା’ର ମଟରସାଇକଲ ଅଛି l ତା’ ଶଶୁର ଚନ୍ଦା ଗୋରା ଡେଙ୍ଗାହେଇ ଦେଖିବାକୁ l ତାକୁ ଦେଖାହେଇ କହିବ.. ତମ ଗାଁ ରେବ ନାନୀ ତମକୁ ବହୁତ ବହୁତ କହିବାକୁ କହିଛି l ହେଲା l ମନେକରି କହିବ l ବିଚରା ଭଦ୍ରମହିଳା ହସି ହଉ କହିଦେବି କହି ତାଙ୍କ ପାଖରୁ ଉଠିଗଲେ l

ରାତି ଆଠଟା ବାଜିଲା l ଭୋଜିଖିଆ ଆରମ୍ଭ ହେବାକୁ ଯାଉଛି l ଗିରିଆ ଗୋଟେ ଖାମରେ ହଜାରେ ଟଙ୍କା ପୂରେଇ ପତ୍ନୀକି ଦେଲେ ଶିରିଆ ଝିଅ ହାତରେ ଦେବାକୁ l ରେବଭାଉଜ ଟଙ୍କାଦେଇ ଆସି ଦେଖିଲେ ଲୋକଗୁଡା କାଗଜଥାଳି ଧରି ଠିଆହୋଇ ଖାଇବାକୁ ମାଗୁଛନ୍ତି l ରେବଭାଉଜ ଗିରିଆ ଭାଇକୁ ପଚାରୁଥାଏ… ଆମ ଶିରିଆ ଏମାନଙ୍କୁ ଖାଇବାକୁ ଡାକିଛି ନା ମାଗି ଖାଇବାକୁ ଆଇଛନ୍ତି ? ଲାଇନିରେ ବସିଗଲେ ସିଏ ବଳେ ବଢ଼ିକି ଯାଚିକି ଦିଅନ୍ତେନି? ଆଉ ସମ୍ଭାଳିନପାରି ଜବର ପାଟିରେ କହିଲା… ତେମେସବୁ ଆମ ଶିରିଆଝୁଅ ବାହାଘରେ ଏମିତି ଠେଲା ପେଲାହେଇ ମାଗନ୍ତା ପରି କଣ ମାଗୁଛ ? ବସିଯାଅ l ମୁଁ ବଢ଼ିକି ଦେବି l ଏଡ଼େବଡ ପାଟିରେ ଏମିତିକଥା ଶୁଣି ଲୋକଗୁଡ଼ା କାବାହେଇ ତାଙ୍କୁ ଅନେଇଁ ଜୋରେ ହସିଲେ l ପରେ ରେବଭାଉଜ ଜାଣିଲେ ଏଇଟା କଣ ବଫେ.. ମାନେ ଠିଆରେ ଠିଆରେ ଖିଆପିଆ l ତାଙ୍କୁ ତ ଭୋକ ଜୋର l କାଗଜ ଥାଳିଟେ ଧରି ମାଡିଗଲେ ଭିତରକୁ l କ୍ୟାଟେରିଙ୍ଗ ବାଲା ତା ’ ପିଲାଙ୍କୁ ଠିଆକରେଇ ଯୋଉ ଛୋଟ ଚାମଚରେ ଅନ୍ନ, ଡାଲି, ମସୃମ, ପନିର, ଚିକିନ, ମଟନ ଇତ୍ୟାଦି ଦେଉଥାନ୍ତି, ସେ ଚାମଚ ଦେଖି ରେବଭାଉଜ ରାଗିଗଲେ l କହିଲେ.. ହଇରେ ପିଲେ! ତମକୁ କଣ ପରଷିବାକୁ ଡଙ୍କା ମିଳିଲାନି? ଯୋଉଥିରେ ଦଉଚ.. ମୁଠେ ଭାତ ପୋଷେ ତରକାରୀ ତ ଧରୁନି କି କାହା ପେଟ ପୂରୁନି l ତମର ଯେବେ ଡଙ୍କା ନାହିଁ, କହିଲନି ଆମ ଶିରିଆକୁ l ସେ ମେତେ କହିଥେଲେ ମୁଁ କୋଡିଏଟା ଡଙ୍କା ତିଆରିକରି ଘିନି ଆଇଥାନ୍ତି l ନଡ଼ିଆ ସଢ଼େଇରେ ବାଉଁଶ ବତାର ବେଣ୍ଟ ନଗେଇ ତମକୁ ଧରେଇଦେଇଥାନ୍ତି l ଦି ଡଙ୍କା ଭାତ କୁଢେଇଦେଲେ ପେଟ ପୂରିଯାଇଥାନ୍ତା l ଏମିତିକଥା ଶୁଣି ଲାଇନିରେ ଠିଆହୋଇଥିବା ଭଦ୍ରଲୋକ, ମହିଳା, ପୁଅ ଝିଅ ସମସ୍ତେ ଠୋ ଠୋ ହସି ହସି କାଶି ପକେଇଲେ l କାଶି କାଶି କାହା ଗଳାରେ ବି ଲାଗିଲା l ରେବ କିଛି ନ ଶୁଣି କାହାକୁ ନ ଚାହିଁ ପିଲାଙ୍କ ହାତରୁ ଚାମଚ ଛଡେଇ ନିଜ ହାତରେ ଥାଳି ଭର୍ତ୍ତିକରି କୁଢେଇ ପେଟେ ଖାଇ ଆସି ଦି ଟା ଚେୟାର ଭିଡି ଗୋଡଥୋଇ ବସିଗଲେ l
ଏମିତି କୀର୍ତ୍ତିକାଣ୍ଡ ଦେଖି ଲାଜରେ ଗିରିଆଭାଇ ରାତି ନପାହୁଣୁ ପିଲାଙ୍କୁ ଡାକି କହୁଥିଲେ… ଢ଼େରେ ହେଇଗଲା ସହରିଆ ବାହାଘର ଦେଖା ଆଉ ଭଦ୍ରାମି ଠିଆ ଖିଆ l ଏଥର ଆମ ଗାଁ କୁ ଫେରିଚାଲ… l

-ମଙ୍ଗରାଜପୁର, ପୁରୀ, ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri