Posted inଫୁରସତ

ଭଲଦିନ…

ପବିତ୍ର ଭାରତ ମାଟିରେ ଫିରିଙ୍ଗି ପତାକା ଗଡ଼େଇ ଇଂରେଜଙ୍କୁ ତଡ଼େଇ ତ୍ରିରଙ୍ଗା ଉଡ଼େଇ କବାଟ କିଳି ଭଲଦିନ ଆସିବ ବୋଲି ବଡ଼ ଶରଧାରେ ଆ ଆ ବୋଲି ଡାକୁଛୁ l ପତିତପାବନଙ୍କ ରଥଯାତ୍ରା ଗହଳିରେ ଚକାଡୋଳା ଚାହିଁଥିବାବେଳେ ଶୃଙ୍ଖଳା ରକ୍ଷାକରୁଥିବା ଅତି ଭଦ୍ର ବ୍ୟକ୍ତି ଜଣକ ପାଖରେ ଠିଆହୋଇଥିବା ଯୁବତୀର ଅଙ୍ଗରେ ବାରମ୍ବାର କହୁଣି ଘଷୁଥିଲା , ଯିଏ ୬ ଦିନ ତଳେ ତା’ ବନ୍ଧୁମାନଙ୍କୁ ପଚାରି ବୁଝୁଥିଲା ସ୍ବାଧୀନତାର ଏତେ ବର୍ଷ ଗଲାଣି ଭଲଦିନ କେବେ ଆସିବ?

ଗଣ ବଳାତ୍କାରରେ ପୀଡ଼ିତା ଝିଅଟି ଗାଁରୁ ବୁଢ଼ାଜେଜେ ସାଥିରେ ଆସି ସୁବିଚାର ଆଶାରେ ଠିକଣା ଜାଗାରେ ପହଞ୍ଚିଯାଇଥିଲା l ତଳରୁ ଉପର ଜଣ ଜଣ କରି ତିନିଜଣ ବାବୁ ତାକୁ ଡାକିନେଇ ଷ୍ଟେଟ୍‌ମେଣ୍ଟ ନେଲେ l ସବୁଠୁ ବଡ଼ବାବୁ ପହଞ୍ଚତ୍ ଘଟଣାର ଏନ୍‌କ୍ୱାରି ନିମନ୍ତେ ଷ୍ଟେଟ୍‌ମେଣ୍ଟ ନେବାକୁ ଡାକିଲାବେଳେ ଭୋ ଭୋ କାନ୍ଦି ସେ କହୁଥିଲା, ଆଉ ଷ୍ଟେଟ୍‌ମେଣ୍ଟ ଦେଲେ ମୁଁ ମରିଯିବି ବାବୁ l ଗଲା ରବିବାର ରାତିରେ ଜବତ ହୋଇଥିବା ଚୋରା ଖାସି କାଟି ଭୋଜି ଖାଇବା ଆଗରୁ ବିଦେଶୀ ପାନୀୟ ପର୍ବରେ ଦେଶ ହିତକଥା ନ ଭୁଲି ଆଲୋଚନା କରୁଥିଲେ ଆମ ପାଇଁ ଭଲଦିନ କେବେ ଆସିବ?

ନରିଆ ପ୍ରଧାନ ସୁରଟରୁ ଫେରି ଜମିବାଡ଼ି ବନ୍ଧା ପକେଇ ବ୍ୟାଙ୍କଲୋନ୍‌ ନେଇ ଛୋଟ କାରଖାନାଟାଏ କଲେ l ତିରିଶି ସରିକି ଲୋକଙ୍କୁ କର୍ମନିଯୁକ୍ତିଦେଇ ତାଙ୍କ ପରିବାର ପୋଷୁଥିବା କାରଖାନାକୁ ଜୋର୍‌ଦାର ଆଗେଇନେବାକୁ ପ୍ରତିମାସରେ ଇଲେକ୍ଟ୍ରି ବିଭାଗ ବାବୁ, ଶ୍ରମ ବିଭାଗ ବାବୁ, ଟିକସବାବୁ, ପରିବେଶ ସ୍ବଚ୍ଛକାରୀ ଦଳ ତଥା ଅନେକ ନେତୃଗଣ ଘନ ଘନ ଆଗମନକରି ଉପଦେଶ ଦେଉ ଦେଉ ଅଳ୍ପଦିନରେ ସବୁ ଚଳୁ ହୋଇଯିବାପରେ ଲୋନ୍‌ ଶୁଝିବାକୁ ବ୍ୟାଙ୍କବାଲାଙ୍କ ନୋଟିସରେ ନରି ଥରହର। ନରିଆ ଚୁଲି ଚାଳ ନିଲାମ ହୋଇଗଲା l ବିଭାଗୀୟ ବାବୁମାନେ ଅଫିସରେ ପ୍ରାୟ ଆଲୋଚନା ଜାରି ରଖିଥିଲେ ଭଲଦିନ କେବେ ଆସିବ ଆଉ ତାଙ୍କ ଖାତାରେ କଳାଟଙ୍କାର ଅଂଶଧନ ପନ୍ଦରଲକ୍ଷ ଜମାହେବ l ଟ୍ୟାକ୍ସ ଫାଙ୍କିଆସୁଥିବା ଟଙ୍କନିଧି ବାବୁ ଟଙ୍କାର ମହତ୍ତ୍ୱ ବୁଝି ଗୋଟାଏରୁ ଆଠ ଆଠଟା ଶୋ’ରୁମ୍‌ ଦୋକାନ ବିଭିନ୍ନ ସହରରେ ଖୋଲିସାରିଥିଲେ l ତଥାପି ବାବୁଙ୍କର ଦେଶ ହିତ ଚିନ୍ତା ଥିବାରୁ ଗ୍ରାହକମାନଙ୍କୁ ପଚାରି ବୁଝୁଥିଲେ, କହିପାରିବେକି ଭଲଦିନ କେବେ ଆସିବ? ଚାଷଜମି ସବୁ ପଡ଼ିଆ ପକେଇ, ସରକାରୀ ଅନୁଦାନ ହଡ଼ପକରି, ଯୁବକ୍ଳବର ବାବୁମାନେ ସଞ୍ଜରେ ଭୋଜିଭାତ ପିଆପିଇ ଆସର ଜମେଇକି ବି ଦେଶର ହିତ କଥା ଚିନ୍ତା କରୁଥିଲେ ଯେ ଭଲଦିନ କେବେ ଆସିବ l

ବୁଢ଼ାବାପାର ପେନ୍‌ସନ ଟଙ୍କାରେ ଲକ୍ଷେଟଙ୍କିଆ ମଟରସାଇକେଲ କିଣି ଗାର୍ଲଫ୍ରେଣ୍ଡ ଧରି ଘିରି ଘିରି ଚକ୍କର ମାରି ହଟ୍‌ପିଜା, ହଟ୍‌ଡ୍ରିଂକ୍ସ ପିଆଇ ମନକୁ କୁଲ୍‌ କୁଲ୍‌ କରୁଥିବା ପବନା, ପାର୍କରେ ପ୍ରେମିକାକୁ ପଚାରୁଥିଲା ଭଲଦିନ କେବେ ଆଉ ଆସିବ? ଦେଶୀ ଖାଦ୍ୟ ପୋଷାକ ବର୍ଜନକରି, ଦେଶୀଗାଈ ବିକ୍ରିକରି ବିଦେଶୀ କୁକୁରପାଳି, ଫରେନ୍‌ ଫୁଡ୍‌ ଖାଇ, ଫରେନ୍‌ ସଂସ୍କୃତି ଆପଣେଇ ପିଲାଙ୍କୁ ତାଙ୍କ ରାସ୍ତାରେ ଚାଲିବାକୁ ପ୍ରେରଣାଦେଇ ଆସୁଥିବା ଦାସବାବୁ ଓରଫ ନଣ୍ଡା, ଭେଣ୍ଡିଆମାନଙ୍କୁ ପଚାରଥିଲେ ଭାରତରେ ଆଉ ଭଲଦିନ ଆସିବ ତ? ମଧ୍ୟାହ୍ନଭୋଜନ ଚାଉଳ ଡାଲି ଅଣ୍ଡା ହଡ଼ପକାରୀ ଝିଅଙ୍କୁ ଅଲଗା ଇଙ୍ଗିତ କରୁଥିବା ରସିକ ସାର୍‌ ସହକର୍ମୀ ଶିକ୍ଷକମାନଙ୍କୁ ପଚାରନ୍ତି ଭଲଦିନ କେବେ ଆସିବ?

ଏମିତିକି ଡେଥ୍‌ ସାର୍ଟିଫିକେଟ ଦେବାକୁ ମାତ୍ର ଏଗାର ହଜାର ଟଙ୍କା ଦାବିକରି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସଚ୍ଚୋଟ ଡାକ୍ତର, ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ନେଇଥିବା ନେତା ଏକାଠି ମିଶି ପାଟିରେ ଚିକିନ ତନ୍ଦୁରି ପୂରାଉ ପୂରାଉ ଲୁହ ଛଳଛଳ ଆଖିରେ ପ୍ରଶ୍ନ କରୁଥିଲେ ଭଲଦିନ କେବେ ଆସିବ? ପୈତୃକ ସମ୍ପତ୍ତିର ଚଉଦଶହ ଗୁଣା ବଢ଼େଥିବା ମାର୍କାମରା ବାବୁ ଏବେ ବିରୋଧୀଦଳରେ ବସି ଶାସକଦଳଙ୍କୁ ପ୍ରଶ୍ନକରୁଥିଲେ ଭଲଦିନ କେବେ ଆସିବ, କଳାଧନ କେବେ ମିଳିବ?
ପରକୀୟା ପ୍ରୀତିରେ ଲିପ୍ତ ପ୍ରେମିକା, ତା’ ପ୍ରେମିକ ସହ ମିଶି ଗିରସ୍ତକୁ ମାରି ଦିଟା ଛୁଆ ଛାଡ଼ି ଫେରାରହୋଇ ଯିବାପରେ ତା’ ପ୍ରେମିକକୁ ପଚାରୁଥିଲା- ଆମର ଆଉ ଭଲଦିନ କେବେ ଆସିବ? ଆଉ ଆମ ସଂସାର କେମିତି ଆଗକୁ ଯିବ।

ଅଗଷ୍ଟ ପନ୍ଦର ଦିନ ନାତି, ମନ୍ତ୍ରୀଙ୍କ ଭାଷଣ ଶୁଣି ହାତରେ ଲଡ଼ୁ ଧରି ଆସି ମତେ କହିଲା.. ଆମର ଭଲଦିନ ଆସିସାରିଛି l ଆମକୁ ମାଗଣା ମଧ୍ୟାହ୍ନଭୋଜନ, ଅଣ୍ଡା, ଭାତଡାଲମା, ପୋଷାକ, ବହି ମିଳୁଛି l ନ ପଢ଼ିଲେ ବି ପାସ୍‌ କରେଇଦିଆଯାଉଛି l ଦଣ୍ଡମୁକ୍ତ ପାଠପଢା ଘୋଷଣା ହୋଇଥିବାରୁ ମାଡ଼ ଭୟ ବି ଛାଡି ଯାଇଛି l

ମୁଁ ତା’ ମୁହଁକୁ ଅନେଇ ଭାବୁଥିଲି… ଆରେ ହଁ ହଁ l ଯେବେଠୁଁ ଦୋଷୀମାନେ ମିଶି ପୋଲିସଙ୍କୁ ପିଟିଲେଣି, ଟୋଲ୍‌ ଫ୍ରି ନମ୍ବର ଦେଖି ଛାତ୍ରମାନଙ୍କୁ ସାର୍‌ମାନେ ଡରିଲେଣି…. ସେବେଠୁ ତ ଭଲଦିନ ଆସିସାରିଲାଣି l

-ମଙ୍ଗରାଜପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri