Posted inଫୁରସତ

ଭ୍ରମନ୍ତି ”ଭ୍ରମ“ରେ

ଆପଣମାନଙ୍କ ମନେ ଥିବ ଗତ ସପ୍ତାହରେ ଲଗାଣ ବର୍ଷା ଅଢେଇ ଦିନ କାଳ ହୋଇଥିଲା। ସେହି ସମୟରେ ଦିନେ ସନ୍ଧ୍ୟାରେ ଗୋଟେ କାମରେ କଟକ ରାମଚନ୍ଦ୍ର ଭବନ ପାଖ ଦେଇ ଯାଉଥିବା ବେଳେ ବର୍ଷା ଯୋଗୁ ସେଠି ଅଟକି ଗଲି। କ’ଣ ଗୋଟେ ସାହିତ୍ୟ ସଭା ଚାଲୁଥାଏ। ଏତେବଡ଼ ହଲ୍‌ରେ ପ୍ରାୟ ହାତ ଗଣତି ଲୋକଙ୍କୁ ଛାଡିଦେଲେ ଆଉ କେହି ନଥିଲେ।
ଅନିମନ୍ତ୍ରିତ ଅତିଥି ହୋଇ ପଛ ସିଟରେ ବସିଗଲି। କିଛି ସମୟ ପରେ ଜଣେ ଭଦ୍ରଲୋକ ଆସି ପଚାରିଲେ ”ଆଜ୍ଞା ଭଲ ଅଛନ୍ତି ତ? ଯାହାହେଉ ଆପଣ ଆସିଲେ।“ ମୁଁ ମନେ ମନେ ଭାବିଲି ଏ ଭଦ୍ରଲୋକ କ’ଣ ମୋତେ ଜାଣନ୍ତି!! ଆଗରୁ କେଉଁଠି ଦେଖିଲା ପରି ଲାଗୁ ନଥିଲା। ସୌଜନ୍ୟ ଦୃଷ୍ଟିରୁ ତାଙ୍କୁ ହସି ହସି ସବୁ ଭଲ ବୋଲି କହିଲି। କିଛି ସମୟ ପରେ ମୋ’ ପାଖରେ ଆଉ ଜଣେ ଆସି ବସିଲେ। ହାତରେ ଚୌକତା ଭାଙ୍ଗି ଗୋଟେ ପୁରୁଣା ବ୍ୟାଗଟିକୁ ଧରିଥାନ୍ତି। ବର୍ଷାର ବେଗ ତୀବ୍ର ହେଉଥାଏ ପଛେ କମୁ ନଥାଏ। ଅଗତ୍ୟା ସେଠାରେ ବସିବା ଛଡା ଅନ୍ୟ ଉପାୟ କିଛି ନଥିଲା।

କିଛି ସମୟ ପରେ ପୂର୍ବର ଭଦ୍ରବ୍ୟକ୍ତି ଜଣଙ୍କ ଆସିଲେ। ମୋ ପାଖରେ ବସିଥିବା ଲୋକଙ୍କୁ ଦେଖି କହିଲେ, କ’ଣ ରାଉତ ବାବୁ ସବୁ ଭଲ? ଆଜି ଆପଣଙ୍କ କଚେପୁଅ ବାର। ଲୋକ କମ୍‌ ଅଛନ୍ତି। ଓଃ, ବ୍ୟାଗ୍‌ ସାଙ୍ଗରେ ଆଣିଛନ୍ତି। ହଉ ଭଲ। ଲାଭ ହିଁ ଲାଭ। ମୁଁ କିଛି ବୁଝି ପାରୁ ନଥାଏ। ସାହିତ୍ୟ ସଭାରେ କି ପ୍ରକାର ଲାଭ ହୁଏ! ଭଦ୍ରବ୍ୟକ୍ତି ଜଣଙ୍କ ପୁଣି ମୋତେ ଚାହିଁ କହିଲେ, ”ସାର୍‌ ଆପଣ ଏକା ଆସିଲେ ମ୍ୟାଡାମଙ୍କୁ ଆଣିଲେନି? ଭଲ ଲାଗିଲାନି।“ ମୁଁ ଭାବିଲି କିଏ ଏ ଭଦ୍ରଲୋକ ଯିଏ ମୋ’ ପତ୍ନୀଙ୍କ ନ ଆସିବାରେ ମର୍ମାହତ!! ଆଜିର ସଭା କି ଭଦ୍ରଲୋକଙ୍କ ସମ୍ପର୍କରେ ପ୍ରାକ ସୂଚନା ଆମକୁ ଘରୁ କେମନ୍ତ ମିଳିନି!

ସୂଯୋଗ ଦେଖି ପାଖରେ ବସିଥିବା ଲୋକଙ୍କୁ ପଚାରିଲି, ”ଆଜ୍ଞା ଆପଣ କ’ଣ ଲେଖାଲେଖି କରନ୍ତି?“ ମୋ କଥା ଶୁଣି ସେ
କହିଲେ- ”ନା ମୁଁ ସାହିତି୍ୟକ ଫାଇତି୍ୟକ ନୁହେଁ। ମୋ ଘର ଏହି ପାଖରେ। ରାମଚନ୍ଦ୍ର ଭବନ, ଶତାବ୍ଦୀ ଭବନ, ଟାଉନ ହଲ କି ସହିଦ ଭବନରେ ଯେଉଁସବୁ ମିଟିଂ ହୁଏ ମୁଁ ନିୟମିତ ଆସେ।“- ”ତେବେ ସେ ବାବୁ ଯେଉଁ ଲାଭ କଥା କହୁଥିଲେ ସେଇଟା କଣ?“ ମୁଁ ବଡ଼ ଉତ୍ସୁକତାର ସହ ପଚାରିଲି। ବାବୁ ଜଣଙ୍କ ଟିକେ ମୁରୁକି ହସି କହିଲେ,”ହେ, ସେ ଲୋକଟା ଗୋଟେ ଲୁଙ୍ଗୁରା। ଖାଲି ଟିକେ ଦେହଗଜ ହେବ ବୋଲି ହଜାରେ ସଂସ୍ଥାର ମେମ୍ବର ଅଛି। ଜୀବନରେ ଚିଠି ଖଣ୍ଡେ ଲେଖି ନଥିବ ପଛେ ଛାତିରେ ରିବନ୍‌ ବାଲା ବ୍ୟାଚ ମାରି ଏମିତି ହେଉଥିବ ଯେ ଦେଖିଲେ ଲାଗିବ ଯେମିତି ବଡ଼ ଲେଖକଟାଏ। ପ୍ରତିଦିନ କେଉଁ ନା କେଉଁ ମିଟିଂରେ ସେ ଥିବ। ମୋ ସହ ଏମିତି ମିଟିଂ ମାନଙ୍କରେ ଦେଖା ହୁଏ ତ ସେଥିପାଇଁ ଥଟ୍ଟାରେ ଟିକେ କହିଦେଲା। କଥା କ’ଣ କି ସବୁ ଦିନ ସବୁ ଜାଗାରେ କିଛି ନା କିଛି ମିଟିଂ ଥାଏ। ତେଣୁ ସନ୍ଧ୍ୟା ଜଳଖିଆଟା ମୋର ଏଇଠୁ ମିଳିଯାଏ। ଆଜି ବର୍ଷା ଯୋଗୁଁ ଲୋକ କମ୍‌ ଆସିଥିବେ, ଖାଇବା ପ୍ୟାକେଟ୍‌ ଗୁଡାଏ ବଳିପଡ଼ିବ ବୋଲି ସାଙ୍ଗରେ ବ୍ୟାଗ ନେଇଆସିଛି। ଘରପାଇଁ ନେଇଗଲେ ଘର ଲୋକେ ବି ଖୁସି। ୟାକୁଇ ସେ କହୁଛି ଆଜି ଲାଭରେ ରହିବି। ନିଜେ ତ ସେଇଥିରୁ ଗୋଟିଏ ମୋତେ ପୁଣି କହୁଛି।“ ନିଜ ଭିତରୁ ଛାଟିପିଟି ହୋଇ ବାହାରି ଆସୁଥିବା ହସକୁ କୌଣସି ପ୍ରକାର ରୋକି ମୁଁ ମୁହଁ ବୁଲେଇ ବର୍ଷା ଛାଡ଼ିଲାଣି କି ନାହିଁ ଦେଖିବାକୁ ବାହାରକୁ ଆସିଲି। ଯୋଗକୁ ସେଇ ଭଦ୍ରବ୍ୟକ୍ତି ଜଣଙ୍କ ମୋତେ ଦେଖି କହିଲେ, ”ଜାଣିଲେ ସାର୍‌ ଆପଣଙ୍କ ମ୍ୟାଡାମ ଭାରି ବଢିଆ। ମୋର ବହୁତ ଭଲ ପରିଚୟ ତାଙ୍କ ସହ। ଆପଣ ଟିକେ ସାଙ୍ଗରେ ନେଇ ଆସି ନଥାନ୍ତେ?“ କି ଅଜବ ଲୋକ। ବାରମ୍ବାର ମୋ ପତ୍ନୀଙ୍କ କଥା କହୁଛନ୍ତି! ମୁଁ ବିରକ୍ତ ହୋଇ କହିଲି, ଦେଖନ୍ତୁ ଯଦି ମୋର ଆସିବା ଆପଣଙ୍କୁ ଭଲ ନ ଲାଗୁଛି ତେବେ ମୁଁ ପଳେଇ ଯାଉଛି। ଏମିତିରେ ମୋର ଏଠାକୁ ଆସିବାର ନଥିଲା, ବାହାରେ ବର୍ଷା ଯୋଗୁ ଆସି ଭିତରେ ବସିଛି। ମୁଁ ଘରକୁ ଗଲେ ଆପଣଙ୍କ ମ୍ୟାଡାମଙ୍କୁ କହିଦେବି।“ ମୋ କଥା ଶୁଣି ସେ କହିଲେ,”ସାର୍‌ ଆପଣ ରାଗୁଛନ୍ତି କାହିଁକି? ଏଇ ମିଟିଂକୁ ଆପଣଙ୍କୁ ସାଙ୍ଗରେ ନେଇ ଆସିବାକୁ ମୁଁ ମ୍ୟାଡାମଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଆପଣ ଏବେ ବହୁତ ବିଜି ରହୁଛନ୍ତି। ବିଜି ଲୋକ ହୋଇ ଆପଣ ଆସିଲେ କିନ୍ତୁ ସେ କେମିତି ଆସିଲେନି!!“

ମୋ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିବା ସ୍ବାଭାବିକ। ସହଜେ ପାଖରେ ବସିଥିବା ସେ ଲୋକଟା ୟାକୁ ଲୁଙ୍ଗୁରା ବୋଲି କହିଛି। ବହପ ଦେଖେଇ ମୋ’ ପତ୍ନୀଙ୍କ ସହ କେଡ଼େ ଅନ୍ତରଙ୍ଗ ଦେଖେଇ ହେଉଛି। ମୁଁ ମୋର କାମ ପାଇଁ ଅଧିକାଂଶ ସମୟ ବାହାରେ କାଟୁଛି। ମୋତେ ନ ଜଣେଇ ମୋ ପତ୍ନୀ ମିଟିଂ ଫିଟିଙ୍ଗ ସବୁ ଯାଉଛନ୍ତି! କଥା ଆସି ଏଠି ତେବେ! ହେଇଥିବ। ମୁଁ ଏବେ ମାର୍କ କରିପାରୁଥିଲି ତାଙ୍କର ମୋ’ ପ୍ରତି ବ୍ୟବହାର ଆଉ ଆଗ ଭଳି କାହିଁକି ନାହିଁ। ପୂର୍ବ ଅପେକ୍ଷା ତାଙ୍କର ସଜବାଜରେ ଅନେକ ମଡ଼ର୍ଣ୍ଣ ପରିବର୍ତ୍ତନ। ଆଉ ବେଶି କିଛି ଭାବିପାରିଲି ନାହିଁ। ସେହି ବର୍ଷାରେ ତିନ୍ତି ତିନ୍ତି ଘରକୁ ଫେରିଲି।

ଏଇ ତିନିଦିନ ଭିତରେ ମୁଁ ମୋ ସ୍ତ୍ରୀଙ୍କୁ କେତେଥର ଜଗନ୍ନାଥଙ୍କ ଫଟୋ ଛୁଆଁଇ ସତ କହିବାକୁ ବାଧ୍ୟ କରିସାରିଲିଣି। ସିଏ ବି ରାଗରେ କହିଲେଣି, ”ସେ ପୋଡାମୁହାଁ ଲୋକ ପାଖକୁ ମୋତେ ନେଇ ଚାଲ, ମୁହାଁମୁହିଁ ଗୋଟେ ମୁକାବିଲା ହେଇଯାଉ। ତୁମେ ସେଇଥିରୁ ଗୋଟିଏ ବୋଲି କ’ଣ ମୋତେ ସେମିତିକା ଭାବିଲ କି? ଦରକାର ପଡ଼ିଲେ ମୁଁ ଅଗ୍ନି ପରୀକ୍ଷା ଦେଇଦେବି।“ ତାଙ୍କୁ ରାଗରେ କହିଲି, ”ଠିକ ଅଛି, ଅଗ୍ନି ପରୀକ୍ଷା ଦେଇ ମତେ ସତ ଦେଖାଅ।“ ମୋ କଥା ଶୁଣି ନାକ କାନ୍ଦୁରୀ କହିଲେ,”ତୁମେ ତ ସେୟା ଚାହୁଁଛ ମୁଁ କେମିତି ଶୀଘ୍ର ମରେ। ହେଇଟି କହିଦେଉଛି ମୋ’ ଧନକୁ ଅନାଥ କରି ମୁଁ ଯିବିନି। ଆଗ ତା’ ପାଇଁ ସୁନାନାକୀ ବୋହୂ ଘରକୁ ଆଣେ ତା’ପରେ ନାତି ମୁହଁ ଦେଖିଲେ ମରିବି।“ ତାଙ୍କ କଥା ଶୁଣି ମୋ ରାଗ ପଞ୍ଚମରେ। ଆଗରୁ ଖାଲି ଧନ ବାହାଘର ଯାଏଁ ସମୟ ନେଉଥିଲ ଏବେ ନାତି ଯାଏଁ କଥା ଗଲାଣି। ଏତେ ସମୟ ଯାଏଁ ଅପେକ୍ଷା କରିବା ପାଇଁ ମୋର ଆଉ ଧୈର୍ଯ୍ୟ ନାହିଁ। ଛିଃ, ଚଏସ୍‌ ବୋଲି କିଛି ଜିନିଷ ଅଛି କି ନା ନାହିଁ ତୁମର? କେହି ମିଳିଲେନି, ଶେଷକୁ ସାହିତ୍ୟ ସଭାରେ ବୁଲି ବୁଲି ଭୋଜନ କରୁଥିବା ଗୋଟେ ଲୁଙ୍ଗୁରା, ଲଫଙ୍ଗାକୁ!!

ତିନିଦିନ ଧରି ଭୀଷଣ ମାନସିକ ଚିନ୍ତାରେ ରହିଲି। ଦାମ୍ପତ୍ୟର ସତର ବର୍ଷ କାଟିଲା ପରେ କ’ଣ ଅସୁବିଧା ଥିଲା ମୋଠି ଯେ ମୋ ପତ୍ନୀଙ୍କ ମନ ମୋଠୁ ଫାଟି ଛାଡ଼ିଗଲା? ଯେମିତି ହେଲେ ଫଇସଲା ଗୋଟେ ହେଇଯାଉ ଭାବି ସାରେ ବାହାରିଲି ସେହି ଲୋକକୁ ଭେଟିବାକୁ। ସେ ଲୋକଟା ନିଶ୍ଚେ କେଉଁ ମିଟିଂରେ ଥିବ ବୋଲି ବିଶ୍ୱାସ ଥିଲା।
ସେଦିନ ସହୀଦ ଭବନର ମିଟିଂରେ ସେଇ ଭଦ୍ରବ୍ୟକ୍ତି (ଧିକ୍‌ ସେଗୁଡାଙ୍କୁ ଭଦ୍ର କୁହାଯିବା ଠିକ୍‌ ନୁହେଁ) ଦେଖା ହେଇଗଲେ। ମୋତେ ଦେଖି ଅତି ସନ୍ତର୍ପଣରେ ନ ଦେଖିଲା ପରି ଚାଲିଯାଉଥିଲେ। ରାଗରେ ତାଙ୍କ ହାତ ଧରି ବାହାରକୁ ଟାଣି ଆଣିଲି। ମୁଁ କିଛି କହିବା ପୂର୍ବରୁ ସେ ଆରମ୍ଭ କଲେ-”ଆଜ୍ଞା କ୍ଷମା କରନ୍ତୁ ସେଦିନ ମୁଁ ଆପଣଙ୍କୁ ବିଜୟ ବାବୁ ଭାବିନେଇଥିଲି।“
–ମାନେ?? ମୁଁ ଚଢା ଗଳାରେ ପଚାରିଲି– କ୍ଷମା କରିବେ। କବୟିତ୍ରୀ ଅର୍ଚ୍ଚନା ମ୍ୟାଡାମ ଆମର ସବୁ ସାହିତ୍ୟ ମିଟିଂକୁ ଆସନ୍ତି। ତାଙ୍କ ସହ ବହୁଦିନ ତଳେ ତାଙ୍କ ସ୍ବାମୀ ବିଜୟ ବାବୁଙ୍କୁ ଦେଖିଥିଲି। ଥରେ ମାତ୍ର। ଆପଣ ମୋତେ ବିଜୟ ବାବୁ ଭଳି ଲାଗିଲେ। ସେଦିନ ମିଟିଂ ସରିଲା ପରେ ମୁଁ ମ୍ୟାଡାମ ମାନେ ଅର୍ଚ୍ଚନା ମ୍ୟାଡାମଙ୍କୁ ଫୋନ କରିଥିଲି। ସେ ଓ ବିଜୟ ବାବୁ ବର୍ଷା ଯୋଗୁଁ ଘରେ ଥିଲେ। ତା’ପରେ ମୋର ହୃଦବୋଧ ହେଲା …ଆପଣ ..।

ତାଙ୍କ କଥା ଶୁଣି ମୁଁ ହସିବି କି କାନ୍ଦିବି କିଛି ବୁଝି ପାରୁନଥିଲି। ଏଇ ହୃଦ୍‌ବୋଧର ଟିକକ ଭୁଲ ଯୋଗୁ ମୋର ଡିଭୋର୍ସ ହେଉ ହେଉ କୁହ ରହିଗଲା। ତିନିଦିନ ହେଲା ଘରେ ଭଲରେ ଖିଆପିଆ ହୋଇନି। ଏ ସମୟ କେମିତି କଟିଛି କେବଳ ଭୁକ୍ତଭୋଗୀ ଜାଣେ।

ସୂଚନା: ନିଆଁ ନ ଲାଗିବାକୁ କବୟିତ୍ରୀ ମ୍ୟାଡାମଙ୍କ ନାମରେ ସାମନ୍ୟ ପରିବର୍ତ୍ତନ କରିଛି। ଯଦି କୌଣସି କବୟିତ୍ରୀଙ୍କ ବିଜୟ ନାମ ଧାରୀ ପତି ଏହି ଲେଖା ପଢୁଥାନ୍ତି ତେବେ ତାଙ୍କ ଘରେ ନିଆଁ ଲାଗିଲେ ମୁଁ ଆଦୌ ଦାୟୀ ରହିବିନି।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri