Posted inଫୁରସତ

ସମ୍ପତ୍ତି ମୋହରେ ମଣିଷ

ସନ୍ଥ ଜୁନୈଦ ଜଣେ ଉଚ୍ଚ କୋଟିର ମହାତ୍ମା ଥିଲେ l ସଂସାର ପ୍ରତି ସେ ସମ୍ପୂର୍ଣ୍ଣ ନିରାସକ୍ତ ଥିଲେ l ସେ ପରିବ୍ରାଜକ ବ୍ରତ ଧାରଣ କରିଥିଲେ l ସବୁଆଡେ ପରିଭ୍ରମଣ କରୁଥିଲେ l ଆଜି ଏଠି ତ କାଲି ଆଉ କୋଉଠି। ଯେଉଁଠି ରାତି ହୋଇଯାଏ ସେଇ ସ୍ଥାନରେ ସେ ରୁହନ୍ତି l ପରଦିନ ପ୍ରଭାତରେ ସେ ସ୍ଥାନ ଛାଡି ସେ ଚାଲିଯାନ୍ତି l ସନ୍ଥ ଜୁନୈଦ କେବଳ ଜଣେ ଯେ ବୁଲା ବାବାଜୀ ଥିଲେ ତା ନୁହେଁ, ସେ ଥିଲେ ଜଣେ ବିଶିଷ୍ଟ ଜ୍ଞାନୀ l ତାଙ୍କ ପାଖରେ ଜ୍ଞାନ ଚର୍ଚ୍ଚା କରିବାକୁ ଏବଂ ତାଙ୍କର ସାମାନ୍ୟ ଟିକେ ଦର୍ଶନ ଲାଭ କରିବାକୁ ଆଧ୍ୟାତ୍ମିକ ବ୍ୟକ୍ତିମାନେ ପାଗଳ ପ୍ରାୟ ଥିଲେ l ବହୁ ଦୂରରୁ ହେଉ ପଛେ ଜୁନୈଦଙ୍କୁ ଦର୍ଶନ କରି ଲୋକେ ନିଜକୁ ଅହୋଭାଗ୍ୟ ମନେ କରୁଥିଲେ l

ପରିବ୍ରାଜନ ସମୟରେ ଏମିତି ବୁଲୁ ବୁଲୁ ମହାତ୍ମା ଜୁନୈଦ ଏକ ବଡ ସହରରେ ପହଞ୍ଚି ଗଲେ l ଜୁନୈଦଙ୍କ ଆଗମନ ଖବର ପାଇ ସହରର ବହୁ ଲୋକ ଜୁନୈଦଙ୍କୁ ଦର୍ଶନ କରିବା ନିମନ୍ତେ ତାଙ୍କ ନିକଟରେ ପହଞ୍ଚିଲେ। କେବଳ ସାଧାରଣ ଜନତା ନୁହନ୍ତି, ବହୁ ଧନୀ ମାନୀ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ବି ଧାଡି ଲାଗିଲା l ଠିକ ସେଇ ସମୟରେ ସହରର ସବୁଠୁ ଧନାଢ୍ୟ ସେଠ ଜୁନୈଦଙ୍କ ଦର୍ଶନ ପାଇଁ ଆସି ପହଞ୍ଚିଲେ l ସନ୍ଥଙ୍କୁ ପ୍ରଦାନ କରିବା ପାଇଁ ସାଙ୍ଗରେ ଆଣିଥିଲେ ଅନେକ ସ୍ବର୍ଣ୍ଣ ମୁଦ୍ରା ଥିବା ଏକ ଥାଳି l ମୁଦ୍ରା ଥିବା ଥାଳିକୁ ସନ୍ଥଙ୍କ ସମ୍ମୁଖରେ ରଖି ସେଠ ପ୍ରଣିପାତ କଲେ। ଜୁନୈଦ ଥାଳି ଉପରେ ଟିକେ ଆଖି ବୁଲାଇ ଆଣି ସହାସ୍ୟ ବଦନରେ କହିଲେ – ତୁମ ପାଖରେ ଏତିକି ନା ତା’ଠାରୁ ଅଧିକ ଧନ ଅଛି?

ଅଧିକ ଧନ ପାଇଁ ସନ୍ଥ ଇଚ୍ଛା ପ୍ରକାଶ କରୁଥାଇ ପାରନ୍ତି ବୋଲି ଭାବି ଉତ୍ସାହର ସହ ସେଠ କହିଲେ ଏହାଠୁ ଯଥେଷ୍ଟ ଅଧିକ ଧନ ମୋ ପାଖରେ ଅଛି l ଆପଣଙ୍କର ଆଉ କିଛି ଅଧିକ ଆବଶ୍ୟକ ଥିଲା କି?

ମୋର ତ ମୋଟରୁ ଆବଶ୍ୟକ ନାହିଁ l କିନ୍ତୁ ତୁମକୁ ଯଦି ଅଧିକ ଧନ ପ୍ରଦାନ କରାଯାଏ, ତେବେ ତୁମେ ତାକୁ ଗ୍ରହଣ କରିବ ତ? ମହାତ୍ମା ଜୁନୈଦଙ୍କ ଏ ପ୍ରଶ୍ନରେ ସେଠ କହିଲେ ଧନ ଯାହାର ଯେତେ ଅଧିକ ଥିଲେ ବି ତାକୁ ଯଦି ଆଉ ଅଧିକ କୁଆଡୁ ମିଳେ ତେବେ ସେ ଗ୍ରହଣ କରିବ ହିଁ କରିବ l ମୁଁ ସେଥିରୁ ବାଦ ଯିବି କେମିତି? ଏହା ତ ବଡ଼ ସୌଭାଗ୍ୟର କଥା।

ନିଜ ସମ୍ମୁଖରେ ସେଠଙ୍କ ପ୍ରଦତ୍ତ ଥଳିକୁ ଅନାଇ ମହାତ୍ମା କହିଲେ, ତେବେ ଏଇ ଥଳିକୁ ତୁମେ ଏବେ ନେଇପାର l କାରଣ ଏହାର ଅସଲ ଆବଶ୍ୟକତା ତୁମର ହିଁ ଅଛି l ଯିଏ ଅଧିକ ଧନ ଆଶାୟୀ, ତାଠୁ ଏତକ ନେଇଗଲେ ତା ଭଣ୍ଡାର କିଛି ଟା ଶୂନ୍ୟ ହୋଇଯିବନି? ସବୁ କିଛି ଥାଇ ମଧ୍ୟ ଯିଏ ପୁଣି ଅଧିକ ପାଇବା ପାଇଁ ଆଶା ରଖିଛି, ତା’ର ଦାନ ଦେବାର କିଛି ଅର୍ଥ ନାହିଁ l
ଏତକ ଶୁଣି ସେଠ ଲଜ୍ଜିତ ହୋଇଗଲେ l ଜୀବନରେ ଆଉ କେବେ ଧନ ପଛରେ ଗୋଡାଇବେ ନାହିଁ ବୋଲି ମହାତ୍ମାତ୍‌ଙ୍କ ପାଖରେ ସେଠ ସେଦିନ ଶପଥ କରିଥିଲେ l

ପିତାମହ ଭୀଷ୍ମ ଦିନେ ଜନୈକ ଋଷି ସମ୍ପାକଙ୍କୁ ପଚାରିଲେ – ଋଷିବର ! ଧନକୁ କେନ୍ଦ୍ର କରି ଏ ସଂସାରରେ କେହି ବି ସୁଖୀ ଥିବାର ଜଣା ପଡୁନି l ଯାହା ପାଖରେ ଧନ ନାହିଁ ସେ ତ ଦୁଃଖୀ ହେବା ସ୍ବାଭାବିକ କଥା l କିନ୍ତୁ ଯାହା ପାଖରେ କୋଟି କୋଟି ଟଙ୍କା ଅଛି, ସିଏ ବି ଦୁଃଖୀ ବା ଅସନ୍ତୁଷ୍ଟ ରହିବାର ଦେଖା ଯାଉଛି l କ’ଣ ଏହାର ରହସ୍ୟ?

ଋଷି ସମ୍ପାକ କହିଲେ – ହଁ, ଦେବବ୍ରତ, ଆପଣଙ୍କ କଥା ପୁରା ଠିକ l

ଧନହୀନ ଲୋକ ଦୁଃଖୀ ରୁହେ l କିନ୍ତୁ ଯାହାକୁ ପୁଳାଏ ଧନ ପ୍ରାପ୍ତ ହୋଇଯାଏ ସେ ଅନ୍ୟ କାରଣ ଯୋଗୁଁ ଦୁଃଖୀ ହୋଇଥାଏ l ଅକସ୍ମାତ ଧନ ପ୍ରାପ୍ତ ହେବା ଯୋଗୁଁ ସେ ନିପଟ ମୂର୍ଖ ହୋଇଥିଲେ ବି ନିଜକୁ ଜ୍ଞାନୀ ମନେକରେ l କୁରୂପ ହୋଇଥିଲେ ବି ନିଜକୁ ଖୁବ ରୂପବାନ ବୋଲି ଭାବେ l

ସେ ଚିନ୍ତା କରେ ଯେ ପୃଥିବୀରେ ସେ ହିଁ ଏକୁଟିଆ ଧନୀ, ମାନୀ ଆଉ ଜ୍ଞାନୀ l ଏହି ଅହଂକାର ଯୋଗୁଁ ସେ ସ୍ଫୀତ ହୋଇଯାଏ l ଦୁରାଚାରୀ ହୋଇଯାଏ l ଲୋକଙ୍କୁ ପୋକ ମାଛି ପ୍ରାୟ ମଣେ l ନିଜର ଧନକୁ ନିଜ ଅୟସ ପାଇଁ ଖର୍ଚ୍ଚ କରେ l ସେତେବେଳେକୁ ତା’ ଚାରିପଟେ ଗୁଡ଼ାଏ ତୈଳମର୍ଦ୍ଧନକାରୀ ହାବୁଡ଼ି ଯାଇଥିବେ l ସେମାନେ ମଧ୍ୟ ବିଭିନ୍ନ ମଧୁରିଆ କଥା କହି ଧନୀ ଲୋକଠାରୁ ଧନ ହଡପ କରିବାରେ ଲାଗନ୍ତି l ଏହା ଫଳରେ ଗୋଟିଏ ଅସୁବିଧା ହୁଏ l ନିରନ୍ତର ବିଷୟ ବାସନାରେ ରତ ରହିବା ଯୋଗୁଁ ଧନୀ ଲୋକ ଟିର ଇନ୍ଦ୍ରିୟ ଗୁଡିକ ଦୁର୍ବଳ ହୋଇଯାନ୍ତି ଏବଂ ଧନ ସବୁ ଶେଷ ହେବାରେ ଲାଗେ l ଦିନ ଆସେ ଲୋକଟି ପୁଣି ଧନହୀନ ହୋଇଯାଏ। ସେତେବେଳେ ତାକୁ ଆଉ କେହି ପଚାରନ୍ତି ନାହିଁ l ଏହା ହିଁ ତାର ଦୁଃଖ l
ତେଣୁ ଧନ ଯେତେବେଳେ ପାଖରେ ଅଛି ସେତେବେଳେ ତା’ର ସଦୁପଯୋଗ କରିବା ଉଚିତ l ଦାନ, ଧର୍ମ କରିବା ଉଚିତ l ଅଯଥା ଅହଙ୍କାରୀ ହେବା ଉଚିତ ନୁହେଁ l ଧନକୁ ଯେତେ ଧର୍ମମାର୍ଗରେ ଉପଯୋଗ କରିବ ତାହା ସେତେ ବଢ଼ିବାରେ ଲାଗିବ l ଏ କଥାକୁ ଆଜିକାର ଧନବାନ ଲୋକେ ଭଲ କରି ବୁଝିବା ଉଚିତ l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri