Posted inଫୁରସତ

ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ

ସାରେ ଅଫିସରୁ ଥକା ଥକା ପତି ଘରକୁ ଫେରି ଦେଖିଲେ ପତ୍ନୀ ମୁହଁ ଫୁଲେଇ ବସିଛନ୍ତି । ପତିଙ୍କ ମୁଣ୍ଡରେ ଅନେକ ଆତଙ୍କର ଭାବନା ଏକ ସମୟରେ ଖେଳିଗଲା। କ’ଣ ଆଜି କାମବାଲୀ ମାଉସୀ ଦୁଇତିନି ଦିନ ଛୁଟି ମାଗିଛନ୍ତି କି? ପଡ଼ିଶା ଘର ଭାଉଜ ନୂଆ ଶାଢ଼ି କି ଲାଟେଷ୍ଟ ଡିଜାଇନର ଗହଣା କିଣି ଘରମଣିଙ୍କୁ ଦେଖେଇଛନ୍ତି କି ? କିଏ କିଛି କହି ଘରେ ନିଆଁ ଜାଳିବାକୁ ଉହ୍ମେଇ ସଜେଇ ଯାଇଛି କି ? କାରଣ ପତିଦେବ ଜାଣନ୍ତି ଯେଉଁଠି ଘଟୁ ଯାହା ବି ଘଟୁ ସେ ସବୁ ବୁଲି ବୁଲି ଆସି ତାଙ୍କରି ପାଖରେ ସରେ। ତାଙ୍କୁ ହିଁ ଚାଳିଶ କି ଷାଠିଏ ନୁହେଁ ଶହେ ପ୍ରତିଶତ ଦୋଷୀ ହେବାକୁ ପଡ଼େ ।

ଅତ୍ୟନ୍ତ ସନ୍ତର୍ପଣରେ ପତ୍ନୀଙ୍କ ପାଖକୁ ଆସି ଧୀରେ ପଚାରିଲେ, କ’ଣ ହେଲା ? ଏମିତି କାହିଁକି ମୁହଁ ଫୁଲେଇ ବସିଛ ? ଅଫିସରୁ ଫେରି ତୁମ ହସ ହସ ମୁହଁ ଦେଖିଲେ ମୋତେ ଭାରି ଭଲ ଲାଗେ । ମୋ ମେହେନତି ଦିନଟି ପୂରିଗଲା ଭଳି ଲାଗେ । ତୁମେ ନିଜେ ଜାଣନି ତୁମେ ହସିଲେ କେଡ଼େ ଭଲ ଦିଶ । ଆଉ ଅଧିକ ନାଟକ କି ଫିଲ୍ମ ଡାଏଲଗ ମନେ ପକେଇ ପକେଇ କହିଲା ବେଳକୁ ପତିଙ୍କ କଥା ମଝିରୁ ଅଟକେଇ ପତ୍ନୀ ମୁହଁ ଛିଞ୍ଚାଡି କହିଲେ, ନିଆଁ ଲାଗୁ ମୋ ହସକୁ , ମୋ ମୁହଁକୁ । ତୁମେ ଭାବୁଛ କି ତୁମ କପଟ ମୋତେ ଅଜଣା ? ତୁମେ ମୋତେ ଆଦୌ ଭଲ ପାଅନି।

ଚୋର ମନ ଚୋର ଗଣ୍ଠିଲିରେ । କେଉଁ ସିକ୍ରେଟ ଷ୍ଟୋରି ଗୃହିଣୀ ଜାଣିଦେଲେ ତାଙ୍କର !

– ‘କାହିଁକି ? କ’ଣ ଭୁଲ କରିଦେଲି କି?’ ପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

– ଆଚ୍ଛା କୁହ ତ ଶାଢ଼ିରେ ମୁଁ ଭଲ ଦିଶେ ବୋଲି ସବୁବେଳେ କୁହ କି ନାହିଁ ?

– ହଁ ତୁମେ ଶାଢ଼ିରେ, ଡ୍ରେସ୍‌ରେ ସବୁଥିରେ ଭଲ ଦିଶ ।

– ତେବେ ତୁମେ ଆଜି କାହିଁକି ଶାଢ଼ିପିନ୍ଧି ଉଠେଇଥିବା ମୋ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଇନ ? କମେଣ୍ଟ ନ ଦେଲ ନାହିଁ ହେଲେ ଲଭ୍‌ ଚିହ୍ନଟେ ଦେବାକୁ କ’ଣ ହାତ ଅଚଳ ହୋଇଗଲା ? ଆଜିକା ଦିନରେ ଚାମେଲି ଭାଉଜଙ୍କୁ , ମୋ ସାଙ୍ଗ ସିନିକୁ, ତୁମ କଲେଜ ଦିନର ଝିଅ ସାଙ୍ଗମାନଙ୍କୁ ତ କେଡ଼େ କେଡ଼େ ଲମ୍ବା କମେଣ୍ଟ ନାଛି ଦେଉଛ, ମୋ ବେଳକୁ ତୁମ ହାତ କେମିତି ଅଟକି ଯାଏ କେଜାଣି !

– ଆରେ, ଅଫିସରେ ଟିକେ ବ୍ୟସ୍ତ ଥିଲି । ତୁମ ପାଇଁ ସ୍ପେଶାଲ କିଛି ଲେଖିବି ବୋଲି ଭାବୁଥିଲି । ପତି ଟିକେ ଗେହ୍ଲେଇ ହୋଇ କହିଲେ ।

– ରଖ ମ ସେ ସୁଆଗ । ପୋଡ଼ାମୁହିଁମାନେ ପ୍ରୋଫାଇଲ ଫଟୋ ଚେଞ୍ଜ କରୁ କରୁ ପରା ତୁମ ଆଖି ସେଥିରେ ଲାଖିଥାଏ । ମୋ ବେଳକୁ ଅଫିସ କାମ । ମୋ ଭାଗ୍ୟ ସେମିତି । ତୁମକୁ କହିବା ଯାହା କାନ୍ଥ ପଥରକୁ କହିବା ସେଇଆ । ଛାଡ଼ !
ପତି ବିରକ୍ତ ହୋଇ କହିଲେ, ତୁମେ ଯଦି ସପ୍ତାହକୁ ସାତ ଥର ପ୍ରୋଫାଇଲ ଫଟୋ ଚେଞ୍ଜ କରିବ କାହାର କାମଧନ୍ଦା ନାହିଁ ବସିକି ତୁମ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଉଥିବ !

— ଆଚ୍ଛା, ସ୍ତ୍ରୀର ଖୁସି ପାଇଁ ତା’ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଲାବେଳକୁ କାମ ଧନ୍ଦା ମାଡିବସୁଛି । ବାହାବେଦିରେ ଅଗ୍ନି ଆଗରେ ତୁମେ ଶପଥ କରିଥିଲ ଟି ସ୍ତ୍ରୀକୁ ସବୁ ଖୁସି ଦେବାକୁ ?

— ଏଇଥିପାଇଁ ସମସ୍ତେ ଅଗ୍ନି ପାଖରେ ଶପଥ କରନ୍ତି କାରଣ ସେ ସବୁ ଶପଥକୁ ପୋଡି ଭସ୍ମ କରିବା ପାଇଁ ଅଗ୍ନି ଖୋଜିବାରେ ଯେମିତି ଅଯଥା ସମୟ ନଷ୍ଟ ନ ହୁଏ । ହୋମରେ ଜଳୁଥିବା ଅଗ୍ନି ଠିକ୍‌ ଜାଣିଛି ବେଦିରେ ବସିଥିବା ପୁଅ ଯେଉଁ ‘ଅଗ୍ନି’ର ହାତ ଧରି ଘରକୁ ନେଉଛି ତା ଜ୍ୱଳନ ଶକ୍ତି ଆଗରେ ସେ କିଛି ନୁହେଁ । ଆଉ ଏ ବାହାଘରର ପ୍ରତିଶ୍ରୁତି କଥା ଏବେ କାହିଁକି ଉଠୁଛି ଟିକେ ଶୁଣେ ତ ? ସେତେବେଳେ କେଉଁ ଫେସ୍‌ ବୁକ୍‌ ଥିଲା ନା ତୁମର ଏଇ ଡ୍ରିମ୍‌ୱାର୍ଲଡରେ ତୁମର ଯାବତୀୟ ପୋଷ୍ଟ ଉପରେ ମୁଁ ସୁନ୍ଦରିଆ କମେଣ୍ଟ କରିବି ବୋଲି ଅଗ୍ନି ଆଗରେ ଶପଥ ନେଇଥିଲି ?

— ହଉ ହେଲା ମୁଁ ପ୍ରୋଫାଇଲ ଫଟୋ ଚେଞ୍ଜ କରି ମସ୍ତବଡ଼ ଭୁଲ୍‌ କରିଛି । ହେଲେ ତୁମେ ଯଦି ସେଥିରେ ଗୋଟେ ଭଲ କମେଣ୍ଟ ଲେଖିଦେଇଥା’ନ୍ତ କ’ଣ ତୁମ ହାତ ଛିଣ୍ଡି ଯାଉଥିଲା । ମୋ ପ୍ରୋଫାଇଲ ଫଟୋ ଦେଖି କମେଣ୍ଟ କରିବାକୁ କ’ଣ ଲୋକ କମ୍‌ ଅଛନ୍ତି କି? ଗୋଟିଏ କମେଣ୍ଟ ଅଧିକ ହୋଇଥା’ନ୍ତା ବୋଲି ତୁମକୁ କହିବା କଥା ନଚେତ ତୁମ କମେଣ୍ଟକୁ କିଏ ପଚାରେ? ପତି ଏବେ ନରମି ଯାଇ କହିଲେ, ମୁଁ ଆଜି ଲଞ୍ଚ ଟାଇମ୍‌ରେ ତୁମ ନୂଆ ପ୍ରୋଫାଇଲ ଫଟୋ ଦେଖିଥିଲି ।
ଘରକୁ ଗଲେ ଭାବି ଭାବି ଗୋଟେ ସୁନ୍ଦରିଆ କମେଣ୍ଟ ଲେଖିବି ବୋଲି ଅପେକ୍ଷା କରିଥିଲି । ଯାହା କୁହ ଆଜିର ଏ ପ୍ରୋଫାଇଲ ଫଟୋ ଝକାସ୍‌ ହେଇଛି ।

— ଥାଉ ବେଶି ଭାବି ଭାବି ମୁଣ୍ଡକୁ ପ୍ରେସର୍‌ ଦେବା ଆଉ ଦରକାର ନାହିଁ । ସାରେ ସେ ଫଟୋ ଚେଞ୍ଜ କରିସାରିଲିଣି । ଏବେ ଆଉ ଗୋଟେ ନୂଆ ପ୍ରୋଫାଇଲ ଫଟୋ ଦେଇଛି । ସେଇଟାକୁ ଦେଖି ଏବେ ଭଲରେ ଲେଖ ।
— କ’ଣ ହେଲା? ଖରାବେଳ ଫଟୋ ସାକୁ ନାହିଁ ! ସେଇଟା ବି ଚେଞ୍ଜ ହେଇଗଲାଣି ? ଲୋକ ତାଙ୍କ ଅନ୍ତଃବସ୍ତ୍ର ସେତିକିଥର ବଦଳଉ ନ ଥିବେ ଯେତେଥର ତୁମ ପ୍ରୋଫାଇଲ ଫଟୋ ବଦଳୁଛି ! ଘରେ ବସି ବସି ଭଲ ଧନ୍ଦାଟିଏ ପାଇଛ ଯାହା ।
ହଠାତ ସ୍ତ୍ରୀ ଖୁସିରେ ଚିଲେଇଲା ଭଳି କହିଲେ, ହେଇ ଦେଖୁଛ ତୁମ ଡାଇରେକ୍ଟର କେତେ ପ୍ରଶଂସା ଅଜାଡ଼ି ଦେଇଛନ୍ତି ମୋ ଫଟୋରେ । ଯାହା କୁହ ଲୋକଜଣଙ୍କ ଖୁବ୍‌ ରୋମାଣ୍ଟିକ । ଇମ୍ପ୍ରେସ କେମିତି କରାଯାଏ ତାଙ୍କୁ ଭଲଭାବେ ଜଣା । ପେଟ ଭିତରୁ ଶୁଦ୍ଧ ଅଶୁଦ୍ଧ ଗାଳି ଡାଇରେକ୍ଟର ସାର୍‌ଙ୍କ ଉଦ୍ଦେଶ୍ୟରେ ବାହାରୁ ବାହାରୁ ବିକଳ ହୋଇ ପତିଦେବ କହିଲେ, ଚା ଟିକେ ମିଳୁ । ମୁଣ୍ଡଟା ଖୁବ୍‌ ବିନ୍ଧୁଛି ।

— ଟିକେ ଅପେକ୍ଷା କର । ମୁଁ ଆଗ ଆସିଥିବା କମେଣ୍ଟରେ ରିପ୍ଲାଏ ଦେଇସାରେ।
ବିଚରା ପତି ମୁଣ୍ଡରେ ଅମୃତାଞ୍ଜନ ଘଷୁ ଘଷୁ ଦେଖୁଥିଲେ ପତ୍ନୀ ତାଙ୍କ ନୂଆ ପ୍ରୋଫାଇଲ ଫଟୋରେ ଆସିଥିବା ସବୁ ବିଉଟିଫୁଲ୍‌ କମେଣ୍ଟର ରିପ୍ଲାଏରେ ଲଭ ଚିହ୍ନ ମାରୁଛନ୍ତି । – ବନମାଳୀ ଭବନ, ଖାନ୍‌ନଗର, କଟକ

ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri