Posted inଫୁରସତ

ଭାବରେ ଭାବରେ ପୁରୀ

ଆଦ୍ୟ କଲେଜ ସମୟର କଥା। ଆମେ କିଛି ଭକ୍ତ ଚାହିଁଲୁ ବୋଲବମ୍‌ରେ ଯାଇ ବାବା ଲୋକନାଥଙ୍କ ପୀଠରେ ପାଣି ଢାଳିବୁ। ଆମ ଭିତରେ ଥାଏ ଅସମ୍ଭବ ଭକ୍ତି ଓ ବାବାଙ୍କୁ ଦର୍ଶନ କରିବାର ଅପୂର୍ବ ଉତ୍ସାହ। ଗଡ଼ଗଡ଼ିଆ ଘାଟରେ ସେତେବେଳେ ବସୁଥିଲା ବୋଲବମ୍‌ ମେଳା। ବୋଲବମ୍‌ ଯିବାକୁ ଇଚ୍ଛୁକ ଭକ୍ତ କେବଳ ଘରୁ କିଛି ଟଙ୍କା ନେଇ ସେଠି ପହଞ୍ଚି ଗଲେ ସେଠାରେ ସବୁ କିଛି ମିଳିଯାଉଥିଲା। ଗେରୁଆ ହାଫ୍‌ ପ୍ୟାଣ୍ଟ ଗେରୁଆ ଗଞ୍ଜିଠୁ ନେଇ ବାହୁଙ୍ଗି, ଶିକା ପର୍ଯ୍ୟନ୍ତ ସବୁ କିଛି ସେ ମେଳାରେ ଉପଲବ୍ଧ ଥାଏ । ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଅନ୍ତି ବୋଲବମ୍‌ ପ୍ୟାକେଜ ବ୍ୟବସ୍ଥା। ତା’ ସହ ସେଠାରେ ଥା’ନ୍ତି ପୂଜା ପାଇଁ ନନାଙ୍କ ସହ ମାଳ ମାଳ ଫଟୋଗ୍ରାଫର। ଆମେ ଦଶ ଜଣିଆ ଗ୍ରୁପ ପାଇଁ ଗୋଟେ ଶସ୍ତା ସୁନ୍ଦର ବୋଲବମ୍‌ ପ୍ୟାକେଜ୍‌ ନେଇଥାଉ। ଏହି ତିନିଦିନିଆ ପ୍ୟାକେଜରେ ଥାଏ ପସନ୍ଦ ଅନୁଯାୟୀ ଖାଦ୍ୟପେୟ ବ୍ୟବସ୍ଥା। ତେଲ ମାଲିସ୍‌ କି ଘଷାମୋଡ଼ା ସୁବିଧା। ଡିଜେ ଓ ଶୌଚ ସୁବିଧା । ତା’ ସାଙ୍ଗକୁ ଚାହିଦା ଅନୁଯାୟୀ ଲୋକନାଥ ବାବାଙ୍କ ପ୍ରସାଦ। ସାଙ୍ଗରେ ଥାଆନ୍ତି ଚାରିଟା ଚାରିଟା ଗଉଁତିଆ। ଯଦି କେଉଁ ଭକ୍ତର ଚାଲିବାରେ ଅସୁବିଧା ହୁଏ ତେବେ ସେ ପଛରେ ଆସୁଥିବା ଗାଡ଼ିରେ ବିଶ୍ରାମ ନେଉଥିବା ରାସ୍ତାତକ ଭଡାରେ ଆସିଥିବା ଗଉଁତିଆ ଭାରୁଆ ବାହୁଙ୍ଗି କାନ୍ଧେଇ ଚାଲିବ।

ସେ ଯାହାହେଉ ପ୍ରଥମେ ଗଡ଼ଗଡ଼ିଆ ଘାଟରେ ପୂଜାପାଠ ସାରି ଆମେ ସମସ୍ତେ ଗ୍ରୁପ ଫଟୋ ନେଲୁ। ସେଦିନ ଯୋଗକୁ ଯାତ୍ରା ଆରମ୍ଭ ସମୟରେ ଝିପି ଝିପି ବର୍ଷା ହେଲା । ଭକ୍ତଙ୍କ ଚାଲିବା ସୁଗମ ହେବ ବୋଲି ବାବା ଲୋକନାଥ ଉପରୁ ଆଶୀର୍ବାଦ କଲେ ଜାଣି ସମସ୍ତେ ‘ଆନନ୍ଦେ ଏକ ବାର ହର ହର ବୋଲ ’ ଧ୍ୱନି ଦେଇ ବୀରଦର୍ପରେ ଯାତ୍ରା ଆରମ୍ଭ କଲେ। କଟକ ରାଜ ରାସ୍ତା ଦେଇ ଆଗେଇ ଚାଲିଥାଏ ଆମ ଦଶ ଜଣିଆ ବୋଲବମ୍‌ ଗ୍ରୁପ। ଆମ ସହ ପଛରେ ଆସୁଥିବା ଡିଜେରେ ବାଜୁଥିବା ବାବାଙ୍କ ଭଜନ ସମ୍ପୂର୍ଣ୍ଣ ପରିବେଶକୁ କରୁଥାଏ ଭକ୍ତିମୟ। ସହର ଛାଡି ଜାତୀୟ ରାଜପଥ ଧରିଲା ପରେ ଦେଖିଲୁ ଶହ ଶହ ବୋଲବମ୍‌ ଭକ୍ତଙ୍କ ସମାଗମ। ସମସ୍ତେ ଭକ୍ତିରେ ଆଗେଇ ଚାଲିଥାନ୍ତି ବାବାଙ୍କ ମହିମାର ଡାକରା ଦେଇ। ଆମ୍ଭମାନଙ୍କର ସେବନ ନିମନ୍ତେ ମାନସିକଧାରୀମାନେ ରାସ୍ତାଯାକ ଯୋଗେଇ ଦେଉଥାନ୍ତି ଛୋଟ ଛୋଟ କାଗଜ ପୁଡ଼ିଆରେ ଥିବା ପ୍ରସାଦ। ସେସବୁର ସେବନ ପରେ ନିଜ ଭକ୍ତିରେ ଆସୁଥାଏ ଏକ ଅସମ୍ଭବ ଉନ୍ମାଦନା। ଲାଗୁଥାଏ ଯେମିତି ସମୁଦାୟ ରାସ୍ତା ଏବେ ଆମର। ଖାଲ ଢିମା ଗାଡ଼ି ମୋଟର କିଛି ଦିଶେନି, ତା’ପରେ ପଛରୁ ଆସୁଥିବା ଟ୍ରକ୍‌, ବସ୍‌ ନିଜେ ନିଜେ ସାଇଡ୍‌ ହୋଇ ଚାଲିଯାଉଥାନ୍ତି। ବାଟଯାକ ପ୍ୟାକେଜ୍‌ ଅନୁଯାୟୀ ଆମ ଖାଇବା ପିଇବା ବିଶ୍ରାମ ଘଷାମୋଡ଼ା ସହ ଶ୍ରମ ଲାଘବ ପାଇଁ ବାବାଙ୍କ ନାଁରେ ଚଳୁଥିବା ଅମୋଘ ଔଷଧ ଗଞ୍ଜେଇ ଓ ଭାଙ୍ଗର ବ୍ୟବସ୍ଥା ପ୍ୟାକେଜ ନେଇଥିବା ସଂସ୍ଥା ତରଫରୁ କରାଯାଇଥାଏ।

ଯୋଜନା ମୁତାବକ ଦ୍ୱିତୀୟ ରାତିରେ ଆମେ ତେଇଶିପୁରରେ ବିଶ୍ରାମ ନେଇ ତା’ ପରଦିନ ଅର୍ଥାତ୍‌ ତୃତୀୟ ଦିନ ପୁରୀ ପହଞ୍ଚିବା କଥା। ବାଟଯାକ ବାବାଙ୍କ ଅମୂଲ୍ୟ ପ୍ରସାଦ ବଳରେ ମୋର ଦେଢ଼ଦିନ କେମିତି ବିତିଗଲା ଜାଣିପାରିଲି ନାହିଁ। ପୁରୀ ଯେତିକି ପାଖେଇ ଆସୁଥାଏ ମୋ ମନ ସେତିକି ବାବାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠୁଥାଏ । ତେଇଶିପୁରରେ ପହଞ୍ଚିବା ପରେ ଖିଆପିଆ ସାରି ଫୁଟ ମସାଜ ମେଶିନରେ ଗୋଡ଼ ପୂରେଇ ବାବାଙ୍କ ପ୍ରିୟ ପ୍ରସାଦ ସେବନ କରୁ କରୁ ମୋତେ କେତେବେଳେ ନିଦ ଆସିଯାଇଛି ଜାଣିପାରିନି। ସ୍ବପ୍ନ ଦେଖୁଛି ଖୋଦ ବାବା ଲୋକନାଥ ମୋତେ ହାତ ଠାରି ଡାକୁଛନ୍ତି। କହୁଛନ୍ତି , ”ମୋର ପ୍ରିୟ ଭକ୍ତ ତୋତେ ଦେଖିବି ବୋଲି ଦୁଇ ଦିନ ହେଲା ଅନେଇ ଅନେଇ ଆଖିରୁ ପାଣି ଶୁଖିଗଲାଣି। ଧନ ତେଇଶିପୁରରେ କାହିଁକି ରହିଛୁ ଆ …ପୁରୀ ଚାଲିଆ..।“ ସାକ୍ଷାତ ବାବାଙ୍କ ଦର୍ଶନ ପାଇ ମୋ’ ଆଖିରୁ ଲୋତକ ବୋହି ଯାଉଥାଏ ଧାର ଧାର। ହାତଯୋଡି କହିଲି, ”ବାବା ଆଉ କିଛି ଘଣ୍ଟାର କଥା। ତୁମ ଦର୍ଶନ ପାଇଁ ତ କଟକରୁ ଧାଇଁ ଆସିଛି। ଗୋଡ଼ରେ ଆଉ ଶକ୍ତି ନାହିଁ। ତୁମେ ଚାହିଁଲେ ସକାଳୁ ସକାଳୁ ଏଠୁ ବାହାରି ସା ସୁଦ୍ଧା ତୁମ ପାଖରେ ପହଞ୍ଚିଯିବି।“ ବାବା କହିଲେ, ”ନା… ଧନ ତୋତେ ଟିକେ ଦେଖିବି ବୋଲି କେତେଦିନ ହେଲା ଅପେକ୍ଷା କରିଛି। ତୁ ଏତେ ପାଖକୁ ଆସି ପୁଣି ଗୋଟାଏ ଦିନ ମୋତେ ଅପେକ୍ଷା କରେଇବୁ। ଜାଣିଛି ଏତେ ବାଟ ଚାଲି ଚାଲି ତୋ ଗୋଡ଼ହାତ ବିନ୍ଧୁ ଥିବ। ମୁଁ ତୋ ପାଇଁ ପୁଷ୍ପକ ବିମାନ ପଠଉଛି। ଆଉ ମୋତେ ଅପେକ୍ଷା କରାଅନା ।“ ମୁଁ ଦେଖୁଥିଲି ଦୁଇଜଣ ଯକ୍ଷ ମୋତେ ଟେକି ନେଇ ସେ ଉଡ଼ନ୍ତା ବିମାନରେ ଶୁଆଇଦେଉଛନ୍ତି। ବିମାନଟି ପବନକୁ ଚିରି ପୁରୀ ଆଡ଼କୁ ମାଡିଯାଉଛି। କିଛି ସମୟ ପରେ ବିମାନଟି ରହୁଛି। ମୋତେ ସସମ୍ମାନେ ବିମାନରୁ ନେଇ ଏକ ହଂସୁଲି ଶେଯରେ ବସେଇ ଦେଉଛନ୍ତି। ସାମ୍ନାରେ ସୁନା ଥାଳିରେ ବାଢି ଦେଉଛନ୍ତି ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ। ପାଖରେ ବସି ଜଣେ ବିଞ୍ଚଣାରେ ବିଞ୍ଚି ଦେଉଛି। ଖାଇ ସାରିବା ପରେ କେହି ଜଣେ ଅଇଁଠା ଥାଳିକୁ ନେବାକୁ ଆସିଲାରୁ ମୁଁ ବାବା ଲୋକନାଥଙ୍କ ଆଶୀର୍ବାଦର ସନ୍ତକ ଭାବେ ସୁନା ଥାଳିକୁ ଛାତିରେ ଜାବୁଡି ଧରୁଛି। ଜଣେ କହୁଛି, ”ଆରେ ସୁନା ଥାଳିକୁ ରଖେନା। ବନ୍ଧୁମହାନ୍ତି ଭଳି ଅବସ୍ଥା ହେବ।“ ଫୋପାଡ଼ି ଦେ ସେ ଥାଳିକୁ। ମୁଁ କିନ୍ତୁ ଦେଉନି। ବାବା ଲୋକନାଥ ହସୁଛନ୍ତି। ଆହାଃ କି ଅପୂର୍ବ ସେ ଅନୁଭୂତି ! ଦେହରେ କି ଅଦ୍ଭୁତ ଶିହରଣ ! ସେଇ ଭିତରେ ସେମାନେ ଜୋର୍‌ କରି ମୋ ହାତରୁ ସୁନା ଥାଳିକୁ ନେଇଯାଉଛନ୍ତି। ମୁଁ ରାଗିଯାଇ ବାହୁଙ୍ଗି ଧରି ସେମାନଙ୍କୁ ବାଡ଼େଇବାକୁ ଗୋଡଉଛି ଯେ ଗୋଡଉଛି ସେମାନେ କେହି ଧରା ଛୁଆଁ ଦେଉନାହାନ୍ତି। ମୁଁ ଅସାଡ଼ ହୋଇ ପଡ଼ି ଯାଉଛି …। ତା’ ପରେ ଭୋଳା ବାବା ଅଦୃଶ୍ୟ ହେଇଯାଉଛନ୍ତି।

ସକାଳୁ ସକାଳୁ ନିଦ ଭାଙ୍ଗିଲା ବେଳକୁ ଦେଖିଲି ମୁଁ ଅଠରନଳାର ଗୋଟେ ଦୋକାନ ପିଣ୍ଡାରେ ଚାରିକାତ ମେଲେଇ ପଡ଼ିଛି। ପିଣ୍ଡାଯାକ ଅଇଁଠା କାଗଜ ଥାଳି ଟୁକୁଡ଼ା, ଅନ୍ନ ଡାଲମା ବିଛେଇ ହୋଇଛି। ଦେହ ହାତରେ ବଳ ନାହିଁ। ପାଖରେ ଜଣେ ଚିହ୍ନା ଭାରୁଆ ବସିଛି। ମୋତେ ଉଠିବା ଦେଖି କହିଲା, ”ଆଜ୍ଞା କାଲି ରାତିରେ ଏମିତି କ’ଣ ହେଲା ? ଗଞ୍ଜେଇ ନିଶାରେ ତେଇଶିପୁରରୁ ଅଟୋ ରିକ୍ସା ଡାଲାରେ ଶୋଇ ଗଲ ଯେ ଆମେ ଖୋଜିଲାବେଳକୁ ତୁମେ ଏଇଠି ଅଠରନଳାରେ। କାଗଜ ଥାଳିକୁ ଛାତିରେ ଜାବୁଡି ଧରି ମୋ’ ସୁନା ଥାଳି.. ମୋ’ ସୁନା ଥାଳି ଚିଲଉଥିଲ। ଶେଷରେ ଏତେ କଷ୍ଟରେ କଟକରୁ ଅଠରନଳା ଯାଏଁ ଯତ୍ନରେ ତୁମ ବାହୁଙ୍ଗି କାନ୍ଧେଇ ଆଣିଥିଲି ତାକୁ ଧରି ତୁମେ ସାଙ୍ଗମାନଙ୍କୁ ବଡ଼େଇବାକୁ ଗୋଡ଼େଇଲ। ପାଣି ଢାଳ ଭାଙ୍ଗି ଚୁର। ଗୋଟାଏ ନଡିଆ ଯାଇ ରାସ୍ତାରେ ପଡିଲା ଯେ ବସ ଚକା ତାକୁ ଫଟେଇଦେଇଛି। ଆର ନଡ଼ିଆଟା ରାସ୍ତା କଡରେ ପଡିଥିଲା ତାକୁ ଗୋଟେଇ ଆଣି ରଖିଛି। ମନ ନିର୍ମଳ ଥିଲେ ଗଡ଼ିଆ ଗଙ୍ଗା। ପାଣି ତ ନାହିଁ ଆଉ ଲୋକନାଥ ଆଡେ ଯିବ କାହିଁକି ? ମନ୍ଦିର ଆଡେ ଚାହିଁ ଏଇଠି ନଡ଼ିଆଟା ଭାଙ୍ଗିଦିଅ। ତୁମ ସାଙ୍ଗମାନେ ମୋତେ ତୁମକୁ ଜଗେଇ ଦେଇ ସକାଳୁ ବଙ୍ଗାଳି ଯାତ୍ରୀଙ୍କ ସହ ସମୁଦ୍ର କୂଳରେ ଗମାତ କରୁଛନ୍ତି। ନଡ଼ିଆ ଭାଙ୍ଗି ଠାକୁରଙ୍କୁ ଏଇଠି ମୁଣ୍ଡିଆଟେ ମାରି ଶୀଘ୍ର ଚାଲ। ନଚେତ ଦୋକାନୀ ଦେଖିଲେ ଉତ୍ତମ ମଧ୍ୟମ ଦେଇ ତା’ ପିଣ୍ଡା ଧୋଇବାକୁ କହିବ।“

ଆଜି ବି ପୁରୀ ଗଲା ବେଳେ ତେଇଶିପୁର ଠୁଁ ଅଠରନଳା ଯାଏଁ ମୋର ସେଦିନର ସେ ଦିବ୍ୟ ଅନୁଭୂତି କଥା ମନେପଡେ ଏବଂ ଭାବରେ ଯେଉଁ ଅଭାବ ଥିଲା ତାକୁ ଖୋଜେ।
-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri