Posted inଜାତୀୟ

କଶ୍ମୀରୀ ପଣ୍ଡିତଙ୍କ ସାମୁହିକ ପଳାୟନ, ଏବେ ପର୍ଯ୍ୟନ୍ତ ଘାଟି ଛାଡିଲେଣି ୧୮୦୦ଜନତା ୩୦୦୦ କର୍ମଚାରୀ

ଶ୍ରୀନଗର,୩ ।୬: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ୪୮ ଘଣ୍ଟା ଭିତରେ ଦ୍ୱିତୀୟ ହିନ୍ଦୁ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀରୀ ପଣ୍ଡିତମାନେ ଘଟିରେ ସମସ୍ତ ସ୍ଥାନରେ କରାଯାଉଥିବା ପ୍ରଦର୍ଶନକୁ ବନ୍ଦ କରି ଦେଇଛନ୍ତି । ଏହାସହ ଶୁକ୍ରବାର କଶ୍ମୀର ପଣ୍ଡିମାନେ ସାମୁହିକ ପଳାୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏମାନେ ସମସ୍ତେ କାଞ୍ଜିଗୁଣ୍ଡର ନବୟୁଗ ଟନେଲ ନିକଟରେ ଏକାଠି ହେବାକୁ କଥା ହୋଇଛନ୍ତି । ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ୧୮୦୦ କଶ୍ମୀରୀ ପଣ୍ଡିତଙ୍କ ସମେତ ୩ ହଜାରରୁ ଅଧିକ ସରକାରୀ କର୍ମଚାରୀ ଘାଟି ଛାଡିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀନଗରର ଇନ୍ଦିରା ନଗର ଅଞ୍ଚଳରେ ବୀରୱାରରେ ଲଗାତାର ଦ୍ୱିତୀୟ ଦିନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଯେଉଁଠି କଶ୍ମୀରୀ ପଣ୍ଡିମାନେ ରହୁଛନ୍ତି ସେଠାରେ ଅର୍ଦ୍ଧସାମରୀକ ବଳଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ ଅଞ୍ଚଳରୁ କାହାକୁ ବାହାରୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଏମିତିକି ସେହି ଅଞ୍ଚଳକୁ ଗଣମାଧ୍ୟମକୁ ବି ବାରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରୀ ପଣ୍ଡିତଙ୍କ କ୍ୟାମ୍ପସକୁ ବାହାରୁ ବନ୍ଦ କରି ଦିଆଯାଇଛି ।
କୁଲଗାମରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ ଏବେ ଜଣେ କଶ୍ମୀରୀ ମହିଳା ପଣ୍ଡିତଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ମହିଳା ଜଣକ ଘାଟି ଛାଡି ଜମ୍ମୁ ଅଭିମୁଖେ ଯାଉଥିବା କହିଛନ୍ତି । ଏହାସହ ବର୍ଷ ବର୍ଷ ଧରି ସେମାନେ ସେଠାରେ ରହି ଆସୁଥିବା ବେଳେ ଏବେ ସେଠାକାର ସମସ୍ତ କର୍ମଚାରୀ ଘାଟି ଛାଡିବାକୁ ସ୍ଥିର କରିଛନ୍ତି । କାରଣ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏଠାରେ ଯାଇ ଜମ୍ମୁରେ ରହିବା ପରେ ସରକାରଙ୍କ ଉପରେ ନିର୍ଭର କରୁଛି ଯେ ସେଠାରେ ସେମାନଙ୍କୁ ଚାକିରି ମିଳିବ କି ନା ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri