‘ମ୍ୟାଜିକ୍‌ ପ୍ୟାନ୍‌’ରେ କଶ୍ମୀର ଖାଦ୍ୟ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀରେ ବର୍ଷତମାମ ବିଭିନ୍ନ ସମୟରେ ମେଳା ପଡ଼ିଥାଏ। ଏସବୁ ମେଳାରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଖାଦ୍ୟର ପସରା ଗ୍ରାହକଙ୍କୁ ସବୁବେଳେ ଭିନ୍ନ ସ୍ବାଦ ଦେଇଥାଏ। ସେହିଭଳି ବଡ଼ ବଡ଼ ହୋଟେଲ ମଧ୍ୟ ବିଭିନ୍ନ ରାଜ୍ୟର ଖାଦ୍ୟ ମେଳା କରିଥାନ୍ତି। କେବଳ ସେହି ସମୟରେ ହିଁ ଭୁବନେଶ୍ୱରବାସୀ ଦେଶ ବିଦେଶର ଖାଦ୍ୟ ଖାଇବାର ସୁଯୋଗ ପାଆନ୍ତି। ଚାହିଦାକୁ ଦେଖି ଏବେ ସହରରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍‌ ସେଣ୍ଟରରେ ପଞ୍ଜାବ, ମୁମ୍ବାଇ, ଦିଲ୍ଲୀ, ଗୁଜରାଟ, ହାଇଦ୍ରାବାଦର ଖାଦ୍ୟ ଉପଲବ୍ଧ ହେଉଥିବାବେଳେ କିଛିଦିନ ହେବ କଶ୍ମୀର ଖାଦ୍ୟର ସୁଆଦ ରାଜଧାନୀବାସୀଙ୍କ ମନ ଜିଣୁଛି। ଭୁବନେଶ୍ୱରର ମନୀଷା ପଣ୍ଡାଙ୍କ ‘ମ୍ୟାଜିକ୍‌ ପ୍ୟାନ୍‌’ କିଚେନ୍‌ରୁ ଏଭଳି ନିଆରା ଖାଦ୍ୟର ସ୍ବାଦ ଓ ବାସ୍ନା ଧୀରେ ଧୀରେ ସହରର ସବୁଠି ପହଞ୍ଚତ୍ବାରେ ଲାଗିଛି।
‘ମ୍ୟାଜିକ୍‌ ପ୍ୟାନ୍‌’ର ସ୍ବତନ୍ତ୍ରତା ହେଉଛି କଶ୍ମୀର ଖାଦ୍ୟ। ଏହା ମଧ୍ୟରେ ରହିଛି ମଟନ ରୋଗାନ ଜୁସ୍‌, ମଟନ ରିସ୍ତା, ଗୁସ୍ତଭା, ତବାକ ମାଜ୍‌ ଭଳି ବିଭିନ୍ନ ସୁଆଦିଆ ଡିସ୍‌। ଏଥି ସହିତ ଅନ୍ୟାନ୍ୟ ଇଣ୍ଡିଆନ୍‌ ଫୁଡ୍‌ ଓ ଚାଇନିଜ୍‌ ଖାଦ୍ୟ ମଧ୍ୟ ମିଳୁଛି। ତେବେ ଏହାର କୌଣସି ଆଉଟ୍‌ଲେଟ୍‌ ନ ଥିବାବେଳେ ସତ୍ୟନଗରରେ ରହିଛି ରୋଷେଇଶାଳା। ଅନ୍‌ଲାଇନ୍‌ ଅର୍ଡର କଲେ ହିଁ ‘ମ୍ୟାଜିକ୍‌ ପ୍ୟାନ୍‌’ରୁ ସ୍ବାଦର ଯାଦୁ ମିଳିପାରିବ। ଏଥିପାଇଁ ସ୍ବିଗି ଓ ଜୋମାଟୋରେ ଅର୍ଡର କରିହେବ। ସେହିଭଳି ସତ୍ୟନଗରସ୍ଥିତ ମ୍ୟାଜିକ୍‌ ପ୍ୟାନ୍‌ର ରୋଷଇଶାଳାରୁ ମଧ୍ୟ ଅର୍ଡର ଦେଇ ସିଧାସଳଖ ଖାଦ୍ୟ ଆଣିପାରିବେ। ‘ମ୍ୟାଜିକ୍‌ ପ୍ୟାନ୍‌’ ସ୍ବାଦର ମ୍ୟାଜିକ୍‌ ଓ ତାଙ୍କ ପ୍ରୟାସ ସମ୍ପର୍କରେ ମନୀଷା କୁହନ୍ତି, ଗତ ୧୨ ବର୍ଷ ଧରି ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଆସିଛି। ସେଠାକାର ଘରୋଇ ତଥା ପ୍ରସିଦ୍ଧ ଖାଦ୍ୟ ବି ଖାଇଛି। ମୋର ବହୁତ ଜଣ କଶ୍ମୀର ସାଙ୍ଗ ଅଛନ୍ତି। ସେମାନଙ୍କ ଘରକୁ ଗଲେ ହାତରନ୍ଧା ଖାଦ୍ୟ ଖାଉଥିଲି ଓ ତାହାର ସ୍ବାଦ ମୋତେ ଭାରି ଭଲ ଲାଗୁଥିଲା। ଏପରି କି ସେମାନଙ୍କ ରୋଷେଇ ଶୈଳୀକୁ ଦେଖିବା ଓ ଜାଣିବାର ସୁଯୋଗ ମିଳିଥିଲା। ସେଥିରୁ ମୁଁ ପ୍ରେରଣା ପାଇଥିଲି। ଓଡ଼ିଶା ଫେରିବା ପରେ ମୁଁ କଶ୍ମୀର ଖାଦ୍ୟ ଓଡ଼ିଶାବାସୀଙ୍କୁ ଦେବା ପାଇଁ ଭାବିଥିଲି। ଏଥିପାଇଁ ବର୍ଷେ ତଳେ ‘ମ୍ୟାଜିକ୍‌ ପ୍ୟାନ୍‌’ ଖୋଲିବା ଲାଗି ଚିନ୍ତା କଲି। ତେବେ ବହୁକଷ୍ଟରେ ୬ଜଣ ରୋଷେୟାଙ୍କୁ ଖୋଜି ପାଇଲୁ। ପୂରା ପ୍ରସ୍ତୁତ ହେବା ପରେ ଗତ ୩ ମାସ ହେବ ଏହା ଖୋଲିଛି। ବ୍ରାଣ୍ଡ୍‌ ଆଓ୍ବାରନେସ୍‌ ପାଇଁ ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଏଠାରେ ଲୋକେ କଶ୍ମୀର ଖାଦ୍ୟ ଖାଇ ନ ଥିବାରୁ ସେମାନଙ୍କୁ ଏକ ନୂଆ ଟେଷ୍ଟ ଦେବା ପାଇଁ ଚେଷ୍ଟା କରୁଛୁ। ଆମ ମ୍ୟାଜିକ୍‌ ପ୍ୟାନ୍‌ ଧୀରେ ଧୀରେ ଗ୍ରାହକଙ୍କ ପସନ୍ଦ ହେବାରେ ଲାଗିଛି। ଆଗକୁ ଆହୁରି ଭଲ ରେସ୍‌ପଣ୍ଡ୍‌ କରିବ ବୋଲି ଆଶା କରୁଛୁ। ଆସନ୍ତା ଏକ ମାସ ଭିତରେ ଏକ ନୂଆ ଆଉଟ୍‌ଲେଟ୍‌ ଖୋଲାଯିବ। ଯେଉଁଠି ଲୋକେ ବସି ଖାଇବାର ବ୍ୟବସ୍ଥା ରହିବ। ତେବେ ସ୍ବାମୀଙ୍କ ସହ ମିଶି ସେ ଏହି କିଚେନ ଚଳାଉଛନ୍ତି। ଦୁଇଜଣ ଚାକିରିଆ ହୋଇ ମଧ୍ୟ ଖାଦ୍ୟ ବିଶେଷକରି କଶ୍ମୀର ଡିସ୍‌ ପ୍ରତି ଦୁର୍ବଳତା ଥିବାରୁ ଆମକୁ ଏଥିପାଇଁ ସମୟ ଦେଇ ଖୁସି ଲାଗୁଥିବା ମନୀଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri