କାର୍ତ୍ତିକଙ୍କଠାରୁ ଆରମ୍ଭ କରି କଙ୍ଗନା: କରନ୍‌ ଜୋହରଙ୍କ ସହ ଝଗଡ଼ା କରିଛନ୍ତି…

ବମ୍ବେ: ବଲିଉଡ୍‌ରେ ନେପୋଟିଜିମ୍‌(ପରିବାରବାଦ) ଉପରେ କଥା ଉଠିଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ୍‌ ଜୋହରଙ୍କ ନାମ ପ୍ରଥମେ ଆସେ। ବଡ଼ପରଦାରେ ଷ୍ଟାରକିଡ୍ସମାନଙ୍କୁ ଲଞ୍ଚ କରିବା ଏହା ପଛର କାରଣ ବୋଲି କୁହାଯାଏ। କଥା ଏତିକିରେ ସୀମିତ ନୁହେଁ। ବଲିଉଡ୍‌ର କିଛି କଳାକାରଙ୍କ ସମ୍ପର୍କ କରନ୍‌ଙ୍କ ଝଗଡ଼ା ହୋଇଛି।

ନିକଟରେ କରନ୍‌ ନିଜର ପ୍ରଯୋଜନା ସଂସ୍ଥା ‘ଧର୍ମା ପ୍ରଡକ୍ସନ୍‌’ର ଚଳଚ୍ଚିତ୍ର ‘ଦୋସ୍ତାନା-୨’ରୁ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବାହାର କରିଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିଭଳି କଙ୍ଗନା ରାଣାଓ୍ବତ, ଶାହାରୁଖ ଖାନ୍‌, ଆୟୁଷ୍ମାନ ଖୁରାନା,ଅଜୟ ଦେବଗନ, କାଜୋଲ, ଅନୁରାଗ କଶ୍ୟପଙ୍କ ସହ ଝଗଡ଼ା ହୋଇସାରିଛି।

ଶାହାରୁଖଙ୍କୁ ନିଜ ବାପା, ଭାଇ ପରି ମାନନ୍ତି କରନ୍‌। ହେଲେ ତାଙ୍କ ବିନା ଫିଲ୍ମ ନିର୍ମାଣ କରିଥିବାରୁ ଖରାପ ଭାବିଥିଲେ ସେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।

ଆୟୁଷ୍ମାନଙ୍କୁ ଧର୍ମା ପ୍ରଡକ୍ସନ କାମ ଦେବାକୁ ମନା କରିଥିଲା। ସେତେବେଳେ ସେ ଆର୍‌ଜେ ଥିଲେ। ଏହା ତାଙ୍କୁ ଖରାପ ଲାଗିଥିବା ନେଇ କଫି ଉଇଥ୍‌ କରନ୍‌ ଶୋ’ରେ ଅଭିନେତା କହିଥିଲେ।

କରନ୍‌-କାଜୋଲ ଭଲ ବନ୍ଧୁ। ହେଲେ କାଜୋଲଙ୍କୁ ନେଇ ଅଜୟ ଦେବଗନ ଏବଂ କରନ୍‌ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି।
କଙ୍ଗନା କରନ୍‌ଙ୍କ ଶୋ’ରେ ତାଙ୍କୁ ଅନେକ କଟାକ୍ଷ କରିଥିଲେ। ଏକାଧିକ ଥର ପରିବାରବାଦକୁ ନେଇ ମଧ୍ୟ ଅଭିନେତ୍ରୀ ତାଙ୍କୁ କଟୁ ମନ୍ତବ୍ୟ ଦେଇଥାନ୍ତି।

ସେହିଭଳି କରିନା କପୁର ଖାନ୍‌ ଏବଂ ଅନୁରାଗ କଶ୍ୟପଙ୍କ ସହ କରନ୍‌ଙ୍କ ଝଗଡ଼ା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri