ବଦଳିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲ

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲରେ ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ଏହାର ଟାଇଟଲକୁ ନେଇ ବିବାଦ ଉଠିଥିବା ବେଳେ ଏବେ ଏହାର ନାମ ପରିବର୍ତ୍ତନ କରାଯାଇଛି । କାର୍ତ୍ତିକ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ ଶେୟାର କରିବା ସହ ଟାଇଟଲ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି ।
କାର୍ତ୍ତିକ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ ଶ୍ରେୟାର କରିଛନ୍ତି ଯେଉଁଥିରେ ତାଙ୍କ ସହ କିଆରା ଆଡଭାନୀ ନଜର ଆସିଛନ୍ତି । ଏଥିରେ ଉଭୟ ପରସ୍ପରର ନିକଟତର ହୋଇଥିବା ଦେଖାଯାଇଛି । କିଆରାଙ୍କ ଜନ୍ମଦିନରେ ଏହାକୁ ଶେୟାର କରି କାର୍ତ୍ତିକ ଲେଖିଛନ୍ତି ‘ହାପି ବାର୍ଥ ଡେ କଥା! ତୁମର ସତ୍ୟପ୍ରେମ’ ଏହାସହ ଏକ ରେଡ ହାର୍ଟ ବିଶେୟାର କରାଯାଇଛି । ଫିଲ୍ମର ନାମ ଏବେ ‘ସତ୍ୟନାରାୟଣ କି କଥା’ରୁ ପରିବର୍ତ୍ତନ କରାଯାଇ ‘ସତ୍ୟପ୍ରେମ କି କଥା’ କରି ଦିଆଯାଇଛି ।
ପୂର୍ବରୁ ଏହାର ଟାଇଟଲକୁ ନେଇ ବିବାଦ ଉପୁଜିଥିଲା । ହିନ୍ଦୁ ସଙ୍ଗଠନ କହିଥିଲା ଏହା ହିନ୍ଦୁ ଦେବତାଙ୍କ ଅପମାନ କରାଯାଉଛି । ଏହାକୁ ନେଇ ନିର୍ମାତା କ୍ଷମା ମାଗନ୍ତୁ । ଏହାପରେ ନିର୍ଦ୍ଦେଶକ ସମିର ବିଦୱାନ ଫିଲ୍ମର ନାମ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri