Posted inଖେଳ

ଶୁବମନଙ୍କ ଉପରେ କାର୍ତ୍ତିକଙ୍କ ଭରସା

ଆବୁଧାବି, ୨୩।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ସମ୍ମୁଖରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଥିବାରୁ ଦଳ ପାଇଁ ଭଲ ଆରମ୍ଭ କରିବା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏପରି ସ୍ଥଳେ ପ୍ରତିଭା ସମ୍ପନ୍ନ ଶୁବମନ ଗିଲ୍‌ଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ଅଧିନାୟକ ଦୀନେଶ କାର୍ତ୍ତିକ। ଗତ ସଂସ୍କରଣରେ ଶୁବମନଙ୍କୁ ଅଧିକ ସୁଯୋଗ ମିଳି ନ ଥିଲା। ମାତ୍ର ଏଥର ତାଙ୍କୁ ଓପନିଂ ଦାୟିତ୍ୱ ଦିଆଯିବ ବୋଲି କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମ ସ୍ପଷ୍ଟ କରି ସାରିଛନ୍ତି। ” ଶୁବମନ ଜଣେ କ୍ୱାଲିଟି ଖେଳାଳି। ତାଙ୍କ ନିକଟରୁ ଅନେକ କିଛି ଆଶା ରହିଛି। ଆଶା ଅନୁସାରେ ସେ ପ୍ରଦର୍ଶନ କରିପାରିବା ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି କାର୍ତ୍ତିକ କହିଛନ୍ତି। ୨୧ ବର୍ଷୀୟ ଗିଲ୍ ଓ ସୁନୀଲ ନାରିନ ଇନିଂସ ଓପନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ପୁନର୍ଗଠିତ ନାଇଟ ରାଇଡର୍ସ ଦଳରୁ ଚୂଡ଼ାନ୍ତ ଏକାଦଶ ବାଛିବା ସହଜ ନୁହେଁ ବୋଲି କାର୍ତ୍ତିକ ସ୍ବୀକାର କରିଛନ୍ତି। ଦଳରେ ଅନେକ ଦକ୍ଷ ଖେଳାଳି ଚୟନ ପାଇଁ ପ୍ରସ୍ତୁତ ଅଛନ୍ତି। ଚୂଡ଼ାନ୍ତ ଏକାଦଶ ବାଛିବା କଷ୍ଟସାଧ୍ୟ ଥିଲେ ହେଁ ଏହା ଦଳ ପାଇଁ ଶୁଭ ବୋଲି ସେ କହିଛନ୍ତି।
ଗତ ସଂସ୍କରଣରେ ନାଇଟ ରାଇଡର୍ସ ଭଲ ଆରମ୍ଭ କରି ୫ ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିଲା। ମାତ୍ର ପରେ କ୍ରମାଗତ ୬ଟି ମ୍ୟାଚ ହାରି ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏଥର ନ୍ୟୁଜିଲାଣ୍ଡର ମ୍ୟାକକୁଲମଙ୍କ ନେତୃତ୍ୱରେ କୋଚିଂ ସେଟ୍‌ଅପ୍‌କୁ ପରିବର୍ତ୍ତନ କରାଯାଇଥିବାବେଳେ ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ଓ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ନିଆଯାଇ ଦଳକୁ ସନ୍ତୁଳିତ କରାଯାଇଛି। କୁମିନ୍ସ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବାକୁ ଯାଉଥିବାବେଳେ କେଉଁ ଭାରତୀୟ ବୋଲର ସୁଯୋଗ ପାଉଛନ୍ତି ତାହା ଦେଖିବାକୁ ବାକି ରହିଛି। କମଲେଶ୍‌ ନାଗରକୋଟି, ଶିବମ୍‌ ମାଭି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଓ୍ବାରିୟର ଲାଇନ୍‌ରେ ଅଛନ୍ତି। ପ୍ରଥମ ୨ଟି ମ୍ୟାଚରେ ୧୬୦ ପାଖାପାଖି ସ୍କୋର ହୋଇଛି। ଚଳିତ ଆଇପିଏଲରେ ଏହି ସଂଖ୍ୟା ପ୍ରାୟତଃ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି। ଏହି ସ୍କୋରକୁ ଚେଜ୍‌ କରାଯାଇ ପାରିବ। ତେବେ ଅନେକ ମ୍ୟାଚରେ ବଡ଼ ସ୍କୋର ହେବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri