Posted inଖେଳ

ମୋର୍ଗାନ ଓ ରସେଲ୍‌ଙ୍କ ପରେ ବ୍ୟାଟିଂ କରନ୍ତୁ କାର୍ତ୍ତିକ

ଶାରଜା, ୫ା୧୦(ପି.ଟି.)-ଦୁଇଥର ଆଇପିଏଲ୍‌ ବିଜୟୀ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ମତରେ ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ପରେ ଦୀନେଶ କାର୍ତ୍ତିକ ବ୍ୟାଟିଂ କରିବା ଲାଗି ଆସିଲେ ଭଲ। ଅନ୍ୟପକ୍ଷରେ ଟପ୍‌ ଅର୍ଡରରୁ ସୁନୀଲ ନାରିନ୍‌ଙ୍କୁ ବାଦ୍‌ ଦେବା ଉଚିତ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି କାର୍ତ୍ତିକ ୨୩ବଲ୍‌ରୁ ୩୦ରନ କରିଥିଲେ। ଏହା ବ୍ୟତୀତ ମୋର୍ଗାନଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସି ସେ ଉଲ୍ଲେଖନୀୟ ରନ ସଂଗ୍ରହ କରିପାରି ନାହାନ୍ତି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ୬ରନ ସ୍କୋର କରିଥିଲେ। ମୋର୍ଗାନ (୧୮ ବଲ୍‌ରୁ ୪୪) ଏବଂ ରାହୁଲ ତ୍ରିପାଠୀ (୧୬ ବଲ୍‌ରୁ ୩୬) ଯଥାକ୍ରମେ ୬ଷ୍ଠ ଓ ୮ମ ସ୍ଥାନରେ ଆସି ରନ୍‌ ଚେଜ୍‌ ବେଳେ ଆଶା ସଞ୍ଚାର କରିଥିଲେ। ବ୍ୟାଟିଂ ଅର୍ଡରରେ ରାହୁଲ ତ୍ରିପାଠୀଙ୍କୁ ପଦୋନ୍ନତି ଦେବା ଉଚିତ। ଦିନେଶ କାର୍ତ୍ତିକ ୬ ନମ୍ବର ସ୍ଥାନରେ ଖେଳନ୍ତୁ। କିନ୍ତୁ ମୋର୍ଗାନ କିମ୍ବା ରସେଲଙ୍କ ପୂର୍ବରୁ ନୁହେଁ। ସୁନୀଲ ନାରିନ୍‌ଙ୍କୁ ୮ମ କିମ୍ବା ୯ମ ସ୍ଥାନରେ ପଠାଯିବା ଉଚିତ ବୋଲି ଗମ୍ଭୀର ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଭାରତର ପୂର୍ବତନ ଓପନର କହିଛନ୍ତି ୧୯ତମ ଓଭରରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ (୧/୪୯)ଙ୍କୁ ପଠାଇବା କାର୍ତ୍ତିକଙ୍କ ନିଷ୍ପତ୍ତି ଭୁଲ୍‌ ଥିଲା। ଏହି ବୋଲର ଗୋଟିଏ ଓଭରରେ ୨୦ ରନ ଦେଇଥିଲେ। ୧୮ତମ, ୧୯ତମ ଓ ୨୦ତମ ଓଭରରେ ଦଳର ଶ୍ରେଷ୍ଠ ବୋଲରଙ୍କୁ ବୋଲିଂ ଦେବା କଥା। ବୋଲିଂ ପାଇଁ ସ୍ପିନର ଚାହୁଁଥିଲେ ପ୍ୟାଟ୍‌ କୁମିନ୍ସ, ସୁନୀଲ ନାରିନ୍‌ଙ୍କୁ ପଠାଯାଇ ପାରିଥାନ୍ତା। ପୂର୍ବ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବା ଇଭେନ ମାଭିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ପାରିଥାନ୍ତା। ଆନ୍ଦ୍ରେ ରସେଲ୍‌ଙ୍କୁ ମଧ୍ୟ ବ୍ୟବହାର କରିପାରିଥାନ୍ତୋ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri