ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ ଗଞ୍ଜାମ ଜିଲାକୁ ଟ୍ରେନ୍‌ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି। ମହାରାଷ୍ଟ୍ରର ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ, ଅହମ୍ମଦାବାଦ-ପୁରୀ, ଗାନ୍ଧୀଧାମ-ପୁରୀ ଟ୍ରେନ୍‌ରେ ଦୈନିକ ଶତାଧିକ ଲୋକ ଗଞ୍ଜାମ ଆସୁଥିବାରୁ ପୁଣି ଜିଲାବାସୀଙ୍କ ଚିନ୍ତା ବଢ଼ିଲାଣି। ଗତ ୨/୩ ମାସ ହେଲା ଗଞ୍ଜାମରେ ଅଧିକାଂଶ ଦିନ କରୋନା ଆକ୍ଟିଭ୍‌ ସଂଖ୍ୟା ଶୂନ ରହି ଆସୁଥିଲା। ମାତ୍ର ଶନିବାର ଜିଲାରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରେନ୍‌ ଯାତାୟତରେ କଟକଣା ନ ଥିବାରୁ ଲୋକେ ହଟସ୍ପଟ ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ଛତିଶଗଡ, ମଧ୍ୟପ୍ରଦେଶ, କେରଳ ଆଦି ଅଞ୍ଚଳକୁ ଯାତାୟାତ କରୁଛନ୍ତି। ହଟସ୍ପଟ୍‌ ଅଞ୍ଚଳରୁ ଲୋକେ ଟ୍ରେନ୍‌ ଯୋଗେ ଆସି ବ୍ରହ୍ମପୁର, ଛତ୍ରପୁର, ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଉଛନ୍ତି। ଏପ୍ରିଲ ପହିଲାରୁ ପୂର୍ବଭଳି ଶତପ୍ରତିଶତ ଟ୍ରେନ୍‌ ଚାଲିବ ବୋଲି ଘୋଷଣା ହୋଇଥିବାରୁ ଜନସାଧାରଣଙ୍କୁ ଆହୁରି ସତର୍କ ରହିବାକୁ ପଡିବ। ରବିବାର ବ୍ରହ୍ମପୁର ଷ୍ଟେଶନରେ ସ୍କ୍ରିନିଂ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଷ୍ଟେଶନରେ ଏହି ବ୍ୟବସ୍ଥା ହୋଇନାହିଁ। ଅନ୍ୟପକ୍ଷରେ ଉକ୍ତ ୬ ରାଜ୍ୟକୁ ନେଇ ହାଇଆଲର୍ଟ ଜାରି ସହ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନକୁ ନିର୍ଦ୍ଦେଶନାମା ମଧ୍ୟ ଆସିଥିବା ଜଣାପଡିଛି। କୋଭିଡ୍‌ ନିୟମ ପାଳନ ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ପରାମର୍ଶ ଦେଇଆସୁଛନ୍ତି। ଜିଲାରେ ଦଣ୍ଡଯାତ୍ରା, ମା’ ତାରାତାରିଣୀଙ୍କ ଯାତ୍ରା, ବୁଢୀ ଠାକୁରାଣୀ ଯାତ୍ରା ହେବ। ତେବେ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିଷେଧ ପାଇଁ ଜିଲାପାଳ ଏସ୍‌ଓପି ଜାରି କରିଛନ୍ତି । ଗତବର୍ଷ କରୋନା ଲାଗି ଜିଲାରେ ଦଣ୍ଡଯାତ୍ରା ଓ ତାରାତାରିଣୀଙ୍କ ଯାତ୍ରା ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ଚଳିତବର୍ଷ କେବଳ ମାନସିକ ପୂରଣ ପାଇଁ ଅନୁମତି ମିଳିଥିବାରୁ ବାହାର ରାଜ୍ୟରେ ଥିବା ଗଞ୍ଜାମର ଲୋକ ଫେରୁଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ମାନସିକ ପୂରଣ ଲାଗି ଜିଲାପାଳ ଅନୁମତି ଦେଇଛନ୍ତି ଏବଂ ବାହାର ଜିଲା ଓ ରାଜ୍ୟର ଲୋକଙ୍କୁ ଏଥିରେ ସାମିଲ ଉପରେ କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ଜିଲାକୁ ଗତବର୍ଷ କରୋନା ସମୟରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri