ଅନ୍ତେବାସୀଙ୍କୁ କରୋନା ଭୟ

ଭଦ୍ରକ ଅଫିସ,୧୫।୫-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍‌ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। ଜିଲାରେ ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ଅପରାଧୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଚିନ୍ତାର ବିଷୟ ପାଲଟିଛି। ଫଳରେ ଏହି ଜେଲ ଅନ୍ତେବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଜେଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜେଲ ମଧ୍ୟରେ କରୋନାର ମୁକାବିଲା ପାଇଁ କେବଳ କିଛିଟା ପରିବର୍ତ୍ତନ କରାଯାଇଛି। କଏଦୀମାନଙ୍କୁ ଭେଟିବାକୁ ଆସୁଥିବା ସମ୍ପର୍କୀୟମାନଙ୍କୁ ସିଧାସଳଖ ସାକ୍ଷାତ ପାଇଁ ସୁଯୋଗ ଦିଆଯାଉ ନାହିଁ। ଜେଲ୍‌ ଭିତରୁ ସ୍ବତନ୍ତ୍ର କ୍ୟାମେରା ଓ ମନିଟର୍‌ ବ୍ୟବସ୍ଥା କରାଯାଇ ସମ୍ପର୍କୀୟମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କଥା ହେଉଛନ୍ତି।
୧୯୫୫ରୁ ସ୍ଥାପିତ ଏହି ସବ୍‌ଜେଲରେ ମାତ୍ର ୧୬୬ଜଣ କଏଦୀ ରହିବା ନିମନ୍ତେ ୯ଟି ରୁମ୍‌ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ସୁଦ୍ଧା ଜେଲରେ ମହିଳା ଓ ପୁରୁଷ କଏଦୀଙ୍କୁ ମିଶାଇ ମୋଟ ୪୩୧ ଜଣ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୩୯୭ ପୁରୁଷ, ୩୦ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ଯାହାକି କ୍ଷମତାଠାରୁ ଅଧିକ ହୋଇଥିବାରୁ ସରକାରୀ ସ୍ତରରେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ଏଠି ବାଟବଣା। ନୂଆ ଜେଲ ନିର୍ମାଣ କରାଯିବା ଲାଗି ସ୍ଥିର ହୋଇଥିଲେ ହେଁ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏହା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ଜେଲରେ ଅଧିକ ସଂଖ୍ୟକ କଏଦୀ ଓ କରୋନା ମୁକାବିଲା ସମ୍ପର୍କରେ ସବ୍‌ଜେଲ ଅଧୀକ୍ଷକ ଋଷିନାଥ ନାୟକଙ୍କୁ ପଚାରିବାରୁ କହିଛନ୍ତି, କଏଦୀମାନଙ୍କ ସଂଖ୍ୟା କମାଇବା ପାଇଁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତାବ ପଠାଯାଇଛି। ୧୬ ଜଣଙ୍କୁ ସାମୟିକ ଛୁଟିରେ ପଠାଇବା ଲାଗି ଉପରିସ୍ଥ ଅଧିକାରୀଙ୍କୁ ଆବେଦନ କରାଯାଇଛି। ଏହାବ୍ୟତୀତ ଜେଲ ଭିତରେ ମାସ୍କ ଓ ସାନିଟାଇଜକୁ ଗୁରୁତ୍ୱ ଦିଆଯିବା ସହ ଜେଲ ପରିସରକୁ ଦୈନିକ ସଫାସୁତୁରା କରାଯାଉଛି। କଏଦୀମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri