Posted inଜାତୀୟ

ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ଶୋକ

ବେଙ୍ଗାଲୁରୁ,୩।୧: କର୍ନାଟକର ବିଜୟପୁର ଜିଲାରେ ଅବସ୍ଥିତ ଜନ୍ନାୟୋଗାଶ୍ରାମର ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବୟସ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ।
ତାଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ଭକ୍ତ ଓ ଅନୁଗାମୀ ଜନନାୟୋଗାଶ୍ରମ ପରିସରରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ଭକ୍ତ ଏବଂ ଅନୁଗାମୀମାନେ କର୍ନାଟକ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟରେ ଅଛନ୍ତି। କର୍ନାଟକ ସରକାର ଏକ ବିବୃତ୍ତିରେ କହିଛନ୍ତି, ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ଶେଷ ରୀତିନୀତି ରାଷ୍ଟ୍ରୀୟ ସମ୍ମାନରେ ପାଳନ କରାଯିବ। ଏଥି ସହ ବିଜୟପୁର ଜିଲା ପ୍ରଶାସନ ତାଙ୍କ ସମ୍ମାନାର୍ଥେ ମଙ୍ଗଳବାର ସ୍କୁଲ-କଲେଜ ଏବଂ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସ୍ବାମୀଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ ସମାଜ ପାଇଁ ଉତ୍କୃଷ୍ଟ ସେବା ପାଇଁ ସ୍ବାମୀଜୀଙ୍କୁ ସ୍ମରଣ କରାଯିବ। ସେ ଅନ୍ୟମାନଙ୍କ ଉନ୍ନତି ପାଇଁ ନିରନ୍ତର ପରିଶ୍ରମ କରିଥିଲେ। ମୋର ଚିନ୍ତାଧାରା ତାଙ୍କ ଭକ୍ତଙ୍କ ସହିତ ଅଛି। ଓମ ଶାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇ ଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri