Posted inଜାତୀୟ

କର୍ନାଟକରେ ଏବେ କ୍ୟାବିନେଟ ପୋର୍ଟଫୋଲିଓର ଡିମାଣ୍ଡ, ମୁସଲମାନ ମାଗିଲେ ତାଙ୍କ ସମ୍ପ୍ରଦାୟର ନେତା

ବେଙ୍ଗାଲୁରୁ,୧୬।୫: ଗତ ସପ୍ତାହରେ ଅର୍ଥାତ ଶନିବାର ମେ’୧୩ରେ ଘୋଷଣା ହେଲା କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ। ଏଥିରେ କଂଗ୍ରେସ ବିଜୟୀ ହେଲା। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ ବାଛିବାକୁ ବୈଠକ କରିଚାଲିଥିବା ବେଳେ ଏହା ୩ ଦିନ ହେବ ସ୍ଥିର ହୋଇ ପାରୁନାହିଁ। ଅନ୍ୟପଟେ ଦଳକୁ ସମର୍ଥନ କରୁଥିବା ସମ୍ପ୍ରଦାୟ ଏବେ ତାଙ୍କ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ଦାବି କଲେଣି।
ଗୋଟିଏ ପଟେ ଦଳର ଭେଟେରାନ ନେତାମାନେ, ଯେଉଁମାନେ ୨୦୧୩ ସରକାରରେ କ୍ୟାବିନେଟର ଅଂଶ ଥିଲେ, ସେମାନେ ପୁନର୍ବାର କ୍ୟାବିନେଟରେ ପ୍ରବେଶ କରିବା ଆଶାରେ ହାଇକମାଣ୍ଡ ଆଡକୁ ଚାହିଁଥିବା ବେଳେ ଅନ୍ୟ ପଟେ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ଦାୟୀ ଅନ୍ୟ ସମ୍ପ୍ରଦାୟର ଲୋକେ ସେମାନଙ୍କ ନେତାମାନଙ୍କୁ କ୍ୟାବିନେଟ ପୋର୍ଟଫୋଲିଓ ଦେବାକୁ ଦାବି କଲେଣି।

ନିକଟରେ ମୁସଲିମ ସମ୍ପ୍ରଦାୟର ନେତାମାନଙ୍କୁ କ୍ୟାବିନେଟରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ସହିତ ୫ଟିି କ୍ୟାବିନେଟ ପଦବୀ ପାଇଁ ଦାବି ହୋଇଛି। ସମ୍ପ୍ରଦାୟର ନେତାମାନେ ଦାବି କରିଛନ୍ତି ଯେ ଦଳ ପ୍ରତି ମୁସଲମାନମାନଙ୍କ ବିଶ୍ୱସ୍ତତା କଂଗ୍ରେସକୁ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୩୫ଟି ଆସନ ପାଇବାରେ ସାହାଯ୍ୟ କରିଛି। କଂଗ୍ରେସ ଦଳ ୧୫ ଜଣ ମୁସଲମାନ ପ୍ରାର୍ଥୀ ପ୍ରଦାନ କରିଥିଲେ, ସେଥିମଧ୍ୟରୁ ୧୧ ପ୍ରାର୍ଥୀ ଜିତିଥିଲେ।

କର୍ଣ୍ଣାଟକ ୱାକଫ ବୋର୍ଡ ସଭାପତି ଶାଫି ସାଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି ଯେ ମୁସଲିମ ସମ୍ପ୍ରଦାୟ ଦଳ ପଛରେ ଛିଡା ହୋଇଛି, ସାଦି ହେଉଛନ୍ତି ସେହି ନେତା ଯିଏକି ୱାକଫ ବୋର୍ଡ ସଭାପତି ହେବାରେ ବିଜେପି ସାହାଯ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri