Categories: ଜାତୀୟ

ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ପଥରମାଡ଼

କର୍ନାଟକ, ୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ପ୍ରଚାର ଜାରି ରହିଛି। ଏହି ମଧ୍ୟରେ ତୁମକୁରରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଏବଂ ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱରଙ୍କ ଉପରେ ପଥରମାଡ଼ ହୋଇଛି।

ସୂଚନା ମୁତାବିକ, ପ୍ରଚାର ସମୟରେ ଦଳର କାର୍ଯ୍ୟକତ୍ତା ପରମେଶ୍ୱରଙ୍କୁ ଉଠାଇ ନାଚୁଥିଲେ। ତେବେ ସେତିକିବେଳେ କେତେକ ଅଜଣା ବ୍ୟକ୍ତି ତାଙ୍କୁ ପଥର ଫିଙ୍ଗିଥିବା ଜଣା ପଡିଛି। ଏଥିରେ ସେ ଆହତ ହୋଇଛନ୍ତିି। ତାଙ୍କୁ ସ୍ଥାନୀୟ ସିଦ୍ଧାର୍ଥ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

Share