Posted inଜାତୀୟ

କର୍ନାଟକ: ୯ ମୁସଲମାନ ବିଧାୟକ କଂଗ୍ରେସର

ନୂଆଦିଲ୍ଲୀ,୧୫ା୫: ସଦ୍ୟ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ୯ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଶନିବାର ଆସିଥିବା ଫଳାଫଳ ଅନୁସାରେ ବିଧାନସଭାର ୨୨୪ ଆସନ ମଧ୍ୟରୁ କଂଗ୍ରେସକୁ ୧୩୫ ଆସନ ମିଳିଥିବାବେଳେ ଭାଜପା ୬୬ ଏବଂ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ୧୯ରେ ସୀମିତ ରହିଛି। କର୍ନାଟକର ୫.୩୧ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୧୩% ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର। ଏହି ସଂଖ୍ୟାଲଘୁ ଭୋଟରମାନେ କଂଗ୍ରେସ ସପକ୍ଷରେ ମତଦାନ କରିଥିବା କୁହାଯାଉଛି। ମୁସଲମାନଙ୍କୁ ଦିଆଯାଉଥିବା ୪% ସଂରକ୍ଷଣକୁ ଭାଜପା ସରକାର ଉଚ୍ଛେଦ କରିଦେଇଥିବାବେଳେ କଂଗ୍ରେସ ସେମାନଙ୍କୁ ପୁଣି ରିଜର୍ଭେଶନ ସୁବିଧା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲା। ଏଥିସହ ୧୫ ଆସନରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟିକେଟ ଦେଇଥିଲା, ଯାହାଙ୍କ ମଧ୍ୟରୁ ୯ ଜଣ ଜିତିଛନ୍ତି। ସେମାନେ ହେଲେ ରହିମ୍‌ ଖାନ୍‌ (ବିଦାର), ୟୁଟି ଖଦେର ଫରିଦ (ମାଙ୍ଗାଲୋର), ତନବୀର ସଇତ୍‌ (ମହିଶୂର ନରସିଂହରାଜା), ଆସିଫ୍‌ ସଇତ୍‌ (ବେଲାଗାଭି ନର୍ଥ), ରିଜ୍‌ଓ୍ବାନ ଅର୍ଶଦ (ଶିବାଜୀ ନଗର), ବି.ଜେଡ୍‌. ଜମିର ଅହମ୍ମଦ ଖାନ୍‌ (ଚମରାପେଟ୍‌), ଏଚ୍‌.ଏ. ଇକ୍‌ବାଲ ହୁସେନ (ରାମନଗରମ୍‌), ଏନ୍‌.ଏ. ହରିଶ (ଶାନ୍ତିନଗର) ଓ କନିଜ୍‌ ଫତିମା(ଗୁଲବର୍ଗା ନର୍ଥ)। ଅନ୍ୟପକ୍ଷେ ଜେଡିଏସ୍‌ ୨୩ ଆସନରେ ମୁସଲମାନ ପ୍ରାର୍ଥୀ ଛିଡ଼ା କରାଇଥିଲା। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଜିତି ନାହାନ୍ତି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ୨ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ୦.୦୨% ଭୋଟ ପାଇଛି। ଫତିମା ହେଉଛନ୍ତି କଂଗ୍ରେସ ଟିକେଟରେ ଲଢ଼ିଥିବା ଜଣେ ମାତ୍ର ମହିଳା ମୁସଲମାନ ପ୍ରାର୍ଥୀ। ସେହିପରି ଆସିଫ୍‌ ସଇତ୍‌ ଏବଂ ଇକ୍‌ବାଲ ହୁସେନ ପୁନଃ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୭ ମୁସଲମାନ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭାରେ ପ୍ରତିନିଧିତ୍ୱର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri