ଫେରୁଛନ୍ତି କରିସ୍ମା

ମୁମ୍ବାଇ: ବଲିଉଡରେ ୯୦ ଦଶକର ଜଣେ ଆଗଧାଡିର ନାୟିକା ଥିଲେ କରିସ୍ମା କପୁର । ପ୍ରାୟତଃ ବିବାହ ପରେ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ଏବେ ପୁଣିଥରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ । ଖୁବଶୀଘ୍ର କରିସ୍ମା ୱେବ ସିରିଜ ‘ବ୍ରାଉନ’ ସହ ଅଭିନୟ ଦୁନିଆକୁ ଫେରିବାକୁ ଯାଉଛନ୍ତି । ଏଥିରେ କରିସ୍ମା ରିତା ବ୍ରାଉନ ଭୂମିକାରେ ନଜର ଆସିବେ ଯେ କି ଜଣେ ପୋଲିସ ଅଫିସର । କରିସ୍ମା ତାଙ୍କ କ୍ୟାରେକ୍ଟରକୁ ନେଇ ବହୁତ କିଛି କଥା ହୋଇଛନ୍ତି । ରିତା ବ୍ରାଉନଙ୍କ ଚରିତ୍ର ଗ୍ଲାମର ଓ ଚକାଚୌକରୁ ଦୂରରେ । ଏହା ଏକ ଥ୍ରୀଲର ସିରିଜ ହୋଇଥିବା ବେଳେ କରିସ୍ମା ଏହାକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଅଭିକ ବରୁଆଙ୍କ ବ୍ରାଉନ ୱେବ ସିରିଜ ୨୦୧୬ରେ ଆସିଥିବା ବୁକ ‘ସିଟି ଅଫ୍ ଡେଥ‘ଉପରେ ବେସଡ ବୋଲି କୁହାଯାଉଛି । ଏହି ସିରିଜକୁ ଅଭିନୟ ଦେବ ନିର୍ଦ୍ଦେଶନା ଦେଇଛନ୍ତି । ସିରିଜ ବ୍ରାଉନରେ କରିସ୍ମା କପୁର, ହେଲେନ, ସୋମି ରାଜଦାନ, ସୂର୍ଯ୍ୟା ଶର୍ମା ଓ କେକେ ରୈନାଙ୍କ ଭଳି କଳାକାର ନଜର ଆସିବେ ।
ଅଭିନୟ ଦୁନିଆକୁ ପୁଣିଥରେ ପେରିଥିବା କରିସ୍ମା ରିତା ବ୍ରାଉନ ରୋଲକୁ ନେଇ କୁହନ୍ତି, ମୁଁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛି ସତ । ହେଲେ ରିତା ବ୍ରାଉନ ମୋ ପାଇଁ ଏକ ଭିନ୍ନ ଚରିତ୍ର । ଏଥିପାଇଁ ମୁଁ ଖୁବ୍ ଏକ୍ସାଇଟେଡ ଅଛି । ଚରିତ୍ରଟି ଗ୍ଲାମରଠାରୁ ଦୂରରେ ଥିବାରୁ ମୋତେ ଅଧିକ ପସନ୍ଦ ଆସିଛି । ତେବେ ଏହି ଚରିତ୍ରରେ ଅଭିନୟ କରିବାକୁ କରିସ୍ମା ଖୁବ୍ ମେହନତ କରିଛନ୍ତି । ବିନା ମେକଅପରେ ସେ ଥକା ଦେଖାଯିବାର ଅଭିନୟ ବି କରିଛନ୍ତି । ଏହି ଚରିତ୍ରରେ ଅଭିନୟ କରିବାକୁ ସେ ବଙ୍ଗାଳି ଶିଖିବା ସହ ସିଗାରେଟ ରୋଲ କରିବା ବି ଶିଖିଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri