ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର ଦିଶନ୍ତି ଏହି ନାୟିକା । ଏବେ କିନ୍ତୁ କରିନା ତାଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଦ୍ୱିତୀୟଥର ମା’ ହେବାକୁ ଯାଉଥିବା କରିନା ଏବେ କୁଆଡେ ଆଉ ଦାମୀ ପୋଷାକ ଉପରେ ନଜର ଦେଉ ନାହାଁନ୍ତି ବୋଲି ଶୁଣିବାକୁ ମିଳିଛି । ଏବେ ଯେଉଁ ପୋଷାକରେ ସେ କମ୍ଫଯେବଲ ଫିଲ୍ କରିବେ ସେ ଭଳି ପୋଷାକ ପିନ୍ଧୁଛନ୍ତି ବୋଲି କୁହାଯାଉଛି । ନିକଟରେ ବେବୋଙ୍କୁ ତାଙ୍କ ଭଉଣୀ କରିସ୍ମା କପୁରଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ଏକ ବ୍ଲୁ କଲର କୋଆର୍ଡ ସେଟ୍ ପିନ୍ଧିଥିବା ଦେଖାଯାଇଥିଲା । ଯେଉଁଥିରେ ଧଳା ରଙ୍ଗର ପ୍ରିଣ୍ଟ ଥିଲା । ଏହି ସୁପର କମ୍ଫଟେବଲ ଡ୍ରେସରେ ବି କରିନା ଖୁବ୍ ଷ୍ଟାଇଲିସ ଲାଗୁଥିଲେ । ବିନା ମେକ୍‌ଅପ୍‌ରେ ମୁହଁରେ ମାସ୍କ ପିନ୍ଧି କରିନା ପୋଜ୍ ଦେଇଥିଲେ । ଏହି ସୁପର କମ୍ପି ଆଉଟଫିଟ୍ ପ୍ରସିଦ୍ଧ ବ୍ରାଣ୍ଡ ଜାରାର ବୋଲି ଜଣାପଡିଛି । ଯାହା କରିନାଙ୍କୁ ବେଶ୍ ପସନ୍ଦ । ଏହି ସାଧାରଣ ପୋଷାକର ଦାମବି ଖୁବ୍ କମ୍ ବୋଲି କୁହାଯାଉଛି । ଯାହାକୁ ଜଣେ ସାଧାରଣ ଯୁବତୀ କିଣିପାରିବେ । ଏକ ୱେବସାଇଟର ସୂଚନା ଅନୁଯାୟୀ କରିନା ପିନ୍ଧିଥିବା ଡ୍ରେସର ଦାମ୍ ମାତ୍ର ୩ ହଜାର ଟଙ୍କା ଯାହା ତାଙ୍କ ପାଇଁ କିଛି ନୁହେଁ । ଏବେ ଏହାକୁ ଦେଖି ସୋସିଆଲ ମିଡିଆରେ ଆଲୋଚନା ହେଉଛି କି ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା କରିନା ଏବେ ଆଉ ଦାମୀ ପୋଷାକ ନ ପିନ୍ଧି ବରଂ ଯେଉଁଥିରେ ସେ କମ୍ଫଟେବଲ ଫିଲ୍ କରିବେ ସେଭଳି ପୋଷାକ ପିନ୍ଧୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri