ଶୁଟିଂ ସେଟ୍‌ରେ ବୋହୋସ୍ ହୋଇଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ସେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି । ତେବେ ଗର୍ଭାବସ୍ଥାର ଅନୁଭୁତିକୁ ନେଇ କରିନା ଏକ ପୁସ୍ତକ ଲେଖିଛନ୍ତି । ଯେଉଁଥିରେ ସେ ତାଙ୍କ ଅନୁଭୁତି ଶେୟାର କରିଛନ୍ତି । ତାଙ୍କ ଦ୍ୱିତୀୟ ସନ୍ତାନ ଜେହକୁ ଜନ୍ମ ଦେବା ପର୍ଯ୍ୟନ୍ତ ସେ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଥିଲେ ତାହା ସେ ପୁସ୍ତକରେ ଲେଖିଛନ୍ତି । ନିକଟରେ ତାଙ୍କର ଏହି ପୁସ୍ତକ ‘ପେଗନାନ୍ସି ବାଇବେଲ’କୁ ସେ ଉନ୍ମୋଚନ ବି କରି ସାରିଛନ୍ତି । ଏଥିରେ କରିନା ଲେଖିଛନ୍ତି ଗର୍ଭାବସ୍ଥା ସମୟରେ ସେ କିପରି ଲଗାତାର ଭାବେ ଶୁଟିଂ କରି ଚାଲିଥିଲେ । ଆଉ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ସେ ଶୋଇ ଯାଉଥିଲେ । ହେଲେ ଥରେ ଏକ ଫଟୋ ଶୁଟ୍ କରିବା ସମୟରେ କରିନା ସେଟ୍‌ରେ ହିଁ ବେହୋସ୍ ହୋଇ ଯାଇଥିଲେ । ଏହାକୁ ନେଇ ବେବୋ କୁହନ୍ତି ସମସ୍ତେ ଭାବନ୍ତି ଜଣେ ଅଭିନେତ୍ରୀର ଜୀବନ କେବଳ ଗ୍ଲାମରରେ ଭରପୁର ହେଲେ ତାହା ଭୁଲ୍ । ଗର୍ଭବସ୍ଥାରେ ତାଙ୍କ ଶରୀରର ଓଜନ ବଢିଯିବା ସହ ଶରୀରରେ ବହୁତ ସ୍ପଟ ଆସିଯାଇଥିଲା । ଯାହାହେଉ ଏସବୁକୁ ସେ ମ୍ୟାନେଜ କରି ଲଗାତାର ଭାବେ ଶୁଟିଂ କରୁଥିଲେ । ତାଙ୍କ ପୁସ୍ତକରେ ସେ ସବୁକଥା ବର୍ଣ୍ଣନା କରିଥିବା ବେଳେ ଏବେ ଏହି ପୁସ୍ତକ ବିବାଦ ମଧ୍ୟକୁ ଆସିଯାଇଛି । ଏପର୍ଯ୍ୟନ୍ତ ତାଙ୍କ ଦ୍ୱିତୀୟ ସନ୍ତାନ କ୍ୟାମେରା ଫ୍ରେମକୁ ଆସି ନ ଥିବା ବେଳେ ସେ କୁଆଡେ ତାଙ୍କ ପ୍ରଥମ ପୁତ୍ର ତୈମୁରଙ୍କ ଭଳି ଖୁବ୍ ସୁନ୍ଦର ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?