ବିଜ୍ଞାପନରୁ ସର୍ବାଧିକ ଆୟ କରିଛନ୍ତି କରିନା-ଅକ୍ଷୟ!

ମୁମ୍ବାଇ: ସମୟ ଥିଲା ଯେତେବେଳେ ବିଜ୍ଞାପନରେ ସବୁଠାରୁ ଆଗରେ ଥିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ହେଲେ ୨୦୨୦ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର । ଗତବର୍ଷ ଅକ୍ଷୟ ନାୟକ ଭାବେ ସର୍ବାଧିକ ବିଜ୍ଞାପନ କରିଥିବା ବେଳେ ନାୟିକା କରିନା କପୁର ଖାଁ ବି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଯେବେଠାରୁ କରିନା ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଛନ୍ତି ସେବେଠାରୁ ଓ ପ୍ରତିବର୍ଷ କିଛି ନା କିଛି ମୁଭି ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସେମତିି ୨୦୨୦ ପ୍ରାୟ ସମସ୍ତଙ୍କ କ୍ୟାରିୟରରେ ବ୍ରେକ୍ ଲଗାଇଥିବା ବେଳେ କରିନା କିନ୍ତୁ ଏହି ବର୍ଷ ବିଜ୍ଞାପନରୁ ସର୍ବାଧିକ ଆୟ କରିଥିବା କୁହାଯାଏ । ଟେଲିଭିଜନର ୧୦ ପ୍ରତିଶତ ବିଜ୍ଞାପନରେ କରିନା ନଜର ଆସିଥିବା ଜଣାପଡିଛି । କୁହାଯାଏ କରୋନା ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ ବେଳେ ସମସ୍ତ ସେଲିବ୍ରିଟି ଘରେ ବସିଥିବା ବେଳେ କରିନାଙ୍କୁ କିନ୍ତୁ ବିଜ୍ଞାପନର ଅଫର୍ ମିଳି ଚାଲିଥିଲା । ଏମିତିକି ଗର୍ଭାବସ୍ଥାରେ ବି କରିନା କାମ କରୁଥିବା ଦେଖାଯାଇଛି । ଏହି ସମୟରେ ସେ ଶିଶୁଙ୍କ ଯତ୍ନ ନେବାଭଳି ପ୍ରଡକ୍ଟର ବିଜ୍ଞାପନ କରିଥିବା କୁହାଯାଏ । ବିଜ୍ଞାପନ ବିଶ୍ଳେଷଣ କରୁଥିବା ଏକ ଏଜେନ୍ସି କହିଛି କରିନା କପୁର ଟେଲିଭିଜନ ବିଜ୍ଞାପନର ୧୦ ପ୍ରତିଶତ ନିଜ ନାଁରେ କରିଛନ୍ତି । ଆଉ ତାଙ୍କ ପଛକୁ ରହିଛନ୍ତି କିୟାରା ଆଡଭାନୀ, ଶ୍ରଦ୍ଧା କପୁର, ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମା । ସେହିପରି ଅକ୍ଷୟ କୁମାର ୧୬ ପ୍ରତିଶତ ବିଜ୍ଞାପନରେ ନଜର ଆସିଥିବା କହିଛି ଉକ୍ତ ଏଜେନ୍ସି । ୨୦୨୦ରେ ଅକ୍ଷୟ ଅମିତାଭ ବଚ୍ଚନ, ରଣବୀର ସିଂ, ଶାହାରୁଖ ଖାଁ, ବରୁଣ ଧୱନଙ୍କୁ ପଛରେ ପକାଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri