କରଙ୍ଗାସାଗର ଜଙ୍ଗଲରେ ପଶିବାକୁ ମନା

ତରବୋଡ/ନୂଆପଡ଼ା ଅଫିସ,୧୪।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ନିକଟସ୍ଥ କରଙ୍ଗାସାଗର ଜଙ୍ଗଲରେ ୨ଟି କଲରାପତରିଆ ବାଘ ଦେଖିବାକୁ ମିଳିଛି। ଗତ ସପ୍ତାହରେ କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଥିଲା। ଗୁରୁବାର ସକାଳେ ବାଗମୁଣ୍ଡା ଗାଁର ମହେନ୍ଦ୍ର ମଟାରୀ ଜମିକୁ ଚଣା ଓ ପନିପରିବା ଚାଷ ଜଗିବା ପାଇଁ ଯାଇଥିଲେ। ସେହି ସମୟରେ ସେ ୨ଟି କଲରାପତରିଆ ବାଘକୁ ଦେଖି ଲୋକଙ୍କୁ ଫୋନ କରି ଜଣାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଦେଖି କୋମନା ବନ ବିଭାଗକୁ ଖବର ଦେଇଥିଲେ। କୋମନା ବନ ବିଭାଗ ରେଞ୍ଜର ଜଗଦୀଶ ଦୁରିଆଙ୍କ ସହ ବନ କର୍ମଚାରୀ ବାଗମୁଣ୍ଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏପରି କି ବାଗମୁଣ୍ଡା, କରଙ୍ଗାଭଟା, ଭାଲୁକୋନା, ସିଆଲଟି, ଦିଆମୁଣ୍ଡା ଗ୍ରାମବାସୀଙ୍କୁ ସଚେତନ ରହିବାକୁ ପରାମର୍ଷ ଦେଇଥିଲେ। ଏପରି କି ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସନ୍ଧ୍ୟା ହେଲେ ଘରୁ ନ ବାହାରିବାକୁ କୁହାଯାଇଛି। ବାଘଟି ସୁନାବେଡା ଅଭୟାରଣ୍ୟ ଗୋଡାପାହାଡ କାକେରମେଞ୍ଜ ଘାଟି ଦେଇ ବାଗମୁଣ୍ଡା ଗାଁକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଜନସାଧାରଣ ଭୟଭିତ ନ ହୋଇ ସତର୍କ ରୁହନ୍ତୁ ବୋଲି କୋମନା ବନାଞ୍ଚଳ ରେଞ୍ଜର ଦୁରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…

ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

ବାଇଜୁ ମାଲିକଙ୍କୁ ବଡ଼ ଝଟ୍‌କା: ୬ ମାସ ଜେଲ୍‌, ଏହାସହ…

ନୂଆଦିଲ୍ଲୀ,୨୭।୫: ଭାରତର ସବୁଠାରୁ ହାଇ-ପ୍ରୋଫାଇଲ ଷ୍ଟାର୍ଟଅପ ମଧ୍ୟରେ ଗଣିତ ଏଡଟେକ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ଫସିଯାଇଛନ୍ତି। ସିଙ୍ଗାପୁରର ଏକ କୋର୍ଟରେ ରବିନ୍ଦ୍ରନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri